ଶ୍ରୀବଳଦେବଜୀଉଙ୍କ ମସ୍ତକରେ ଲାଗିହେଲା ସୁବର୍ଣ୍ଣଚିତା

blank
କେନ୍ଦ୍ରାପଡ଼ା,୧୦ା୮:ତୁଳସୀ କ୍ଷେତ୍ରରେ ପବିତ୍ର ଚିତାଲାଗି ଅମାବାସ୍ୟା ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଜୀଉଙ୍କ ପାଖରେ ଚିତଉ ପିଠା ଭୋଗ ଲାଗି କରାଯାଇଥିଲା। ଆଜି ତୁଳସୀକ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେଜୀଉଙ୍କ ମସ୍ତକରେ ପବିତ୍ର ଚିତାଲାଗି ଅମାବାସ୍ୟାରେ ସୁବର୍ଣ୍ଣ ଚିତା ଲଗିହୋଇଥିଲା। ସ୍ୱର୍ଣ୍ଣକାର ସେବକଙ୍କ ଦ୍ୱାରା ଭଣ୍ଡାର ଗୃହରୁ ସୁପରଭାଇଜର ଭଣ୍ଡାର ମୋହରୀରଙ୍କ ଉପସ୍ଥିତରେ ସୁବର୍ଣ୍ଣ ଚିତା ଓ ରୌପ୍ୟ ଅଳଙ୍କାର ମାନ ବାହାର କରାଯାଇ ସ୍ୱର୍ଣ୍ଣକାର ସେବକଙ୍କୁ ହସ୍ତାନ୍ତର କରାଯାଇଥିଲା। କଡା ପୋଲିସ ସୁରକ୍ଷା ବଳୟରେ ସ୍ୱର୍ଣ୍ଣକାର ସେବକ ମନ୍ଦିର ଅଫିସ୍ କାର୍ଯ୍ୟାଳୟକୁ ଏହାକୁ ନେଇଥିଲେ। ଅଫିସ୍ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟ ସମ୍ପନ୍ନ କରାଯିବା ପରେ ମନ୍ଦିର ଭଣ୍ଡାର ମୋହରିରଙ୍କୁ ଏହା ହସ୍ତାନ୍ତର କରାଯାଇଥିଲା। ସକାଳ ଧୂପ ସମ୍ପନ୍ନ ପରେ ରାଜ ପୁରୋହିତଙ୍କ ଦ୍ୱାରା ଶୁକ୍ଲ ଲୁଗା ଅଭିମନ୍ତ୍ରିତ କରାଯାଇ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଶ୍ରୀ ଜୀଉଙ୍କ ମସ୍ତକରେ ସୁବର୍ଣ୍ଣଚିତା ଲଗାଯାଇ ରାଜାଧୀରାଜ ବେଶ କରାଯାଇଥିଲା। ବେଶ ସମ୍ପନ୍ନ ପରେ ମଙ୍ଗଳାର୍ପଣ କରାଯାଇ ଆଳତି କରାଯାଇ ଥିଲା। ପରେ ସୁଆର ସେବାୟତଙ୍କ ଦ୍ୱାରା ରୋଷଘରେ ପ୍ରସ୍ତୁତ ଅମଣିଆ ଚିତଉ ପିଠା ଓ ଖିରିକୁ ରୌପ୍ୟପାତ୍ରରେ ବଢାଯାଇ ଶ୍ରୀଜୀଉଙ୍କ ଛାମୁରେ ରଖାଯାଇ ପୂଜାପଣ୍ଡାଙ୍କ ଦ୍ୱାରା ଭୋଗଲାଗି ହୋଇଥିଲା। ପରେ ଏହା ପାର୍ଶ୍ୱ ଦେବତାଙ୍କୁ ଅର୍ପଣ କରାଯାଇଥିଲା। ଏହି ଚିତା ଲାଗି ପର୍ବ କେବଳ ମନ୍ଦିର ନୁହେଁ ମଠ ଏବଂ ଗୃହରେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ସଂସ୍କୃତି କୁହେ ଚିତାଲାଗି ପର୍ବ ଏକ କୃଷି ଭିତ୍ତିକ ପର୍ବ। କୃଷି ଓ କୃଷକର ଦେବତା ପ୍ରଭୁ ଶ୍ରୀବଳଦେବଜୀଉ। ଶ୍ରାବଣ ମାସ ହେଉଛି ବର୍ଷାର ମାସ। ଏହି ମାସରେ ନଦୀ, ପୋଖରୀ, ନାଳ ଏବଂ ବିଲରେ ପାଣି ଭର୍ତ୍ତି ହୋଇ ରହିଥାଏ। ସେହି ସମୟରେ ଜଳଚର ପ୍ରାଣୀ ସରିସୃପଙ୍କ ସଂଖ୍ୟା ବଢ଼ି ଯାଇଥାଏ। ଏମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗୃହରେ ମହିଳାମାନେ ଚିତଉପିଠା ପ୍ରସ୍ତୁତ କରି ଗୃହ ଦେବତାଙ୍କୁ ଭୋଗ ଲଗାଇ କିଛି ପିଠାକୁ ଚାଷୀଙ୍କର କ୍ଷତି ନକରିବା ଉଦ୍ଦେଶ୍ୟରେ ନଦୀ, ନାଳ, ପୋଖରୀ ଓ ବିଲରେ ପକାଇ ଥାଆନ୍ତି ବୋଲି ବିଶ୍ୱାସ ରହିଛି।

Leave a Reply

Next Post

କେନ୍ଦ୍ରାପଡା ଜିଲ୍ଲା ଭାଜପା ପକ୍ଷରୁ ତିନିମୂହାଣୀରୁ ପୁରୁଣାବସଷ୍ଟାଣ୍ଡ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା

Fri Aug 14 , 2026
କେନ୍ଦ୍ରାପଡା ତା.୧୩/୮: କେନ୍ଦ୍ରାପଡା ଜିଲ୍ଲା ଭାଜପା ପକ୍ଷରୁ କେନ୍ଦ୍ରାପଡା କଲେଜ ପଡିଆରୁ ପୁରୁଣାବସଷ୍ଟାଣ୍ଡ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରାଦେଶରେ ଦେଶପ୍ରତି ବୀର ମହାପୁରୁଷଙ୍କ ବଳିଦାନକୁ ମନେପକାଇବା ତଥା ନାଗରିକମାନଙ୍କ ମଧ୍ୟରେ ସ୍ୱଦେଶପ୍ରୀତିର ଜାଗ୍ରତ କରାଇବା ଉଦେଶ୍ୟ ଆଭିମୁଖ୍ୟ ନେଇ ଏହି ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା କଲେଜ ପଡିଆରୁ ପୁରୁଣା ବସଷ୍ଟାଣ୍ଡ ତ୍ରିରଙ୍ଗାଯାତ୍ରା ଅନୁଷ୍ଠିତ ହୋଇଯାଇଛି। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading