ପ୍ରାକୃତିକ ବିପର୍ଯୟ ବାତ୍ୟା ବଜ୍ରପାତର ରକ୍ଷା କବଚ ତାଳ ଗଛ ଲୋପ ପାଉଛି

blank

ପଟ୍ଟାମୁଣ୍ଡାଇ ତା ୨୬/୫- କାହିଁ କେଉଁ ଅନାଦି କାଳରୁ ପ୍ରାକୃତିକ ବିପର୍ଯୟ ରୋକିବା ପାଇଁ ପ୍ରକୃତିର ବରଦାନ ତାଳ ଗଛ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।  ବାତ୍ୟା ସମୟରେ ଭୟଙ୍କର ପବନ ଓ ବଜ୍ର ପାତକୁ ବହୁ ପରିମାଣରେ ରୋକି ଥାଏ ।  ଗାଁ ସହର ଠାରୁ ଆରମ୍ଭ କରି ନଇ ସମୁଦ୍ର ନିକଟରେ ତାଳ ଗଛ ହିଁ ବାତ୍ୟା ସମୟରେ ପବନ ର ଗତିକୁ ରୋକିବା ସହିତ ବଜ୍ର ପାତ ତାଳ ଗଛ ଉପରେ ହେବା ଫଳରେ ଜୀବଜଗତ ରକ୍ଷା ପାଇଥାଏ ।  ପରିବେଶ ସୁରକ୍ଷା ଓ ସନ୍ତୁଳନ ଅଭାବରୁ ପ୍ରାୟତଃ ପ୍ରାକୃତିକ ବିପର୍ଯୟ ଲାଗି ରହୁଛି । ପ୍ରାକୃତିକ ବିପର୍ଯୟ ପ୍ରବଣ ରାଜ୍ୟ ଭାବେ ଓଡିଶାର ନାଁ ରହିଛି ।  ଓଡିଶାରେ ପ୍ରାକୃତିକ ବିପର୍ଯୟକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶ୍ୱର ବିଭିନ୍ନ ଦେଶର ମଡେଲ ଅନୁକରଣ କରୁଛନ୍ତି । ତାହା ସତ୍ୱେ ପ୍ରାକୃତିକ ବିପର୍ଯୟର ସଫଳ ମୁକାବିଲା ହୋଇପାରୁନାହିଁ ।  ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଯୋଗୁଁ ମୃତ୍ୟୁ ହାର କମିଥିଲେ ମଧ୍ୟ ଜିରୋ କାଜୁଆଲିଟି ସମ୍ଭବ ହେଉନାହିଁ  ।  ପ୍ରାକୃତିକ ବିପର୍ଯୟ ମୁକାବିଲା ପାଇଁ ପ୍ରକୃତିର ବରଦାନ ତାଳ ଗଛ ଦିନକୁ ଦିନ ଲୋପ ପାଉଥିବା ବେକେ ଜୀବ ଜଗତ ପାଇଁ ଉପକାରୀ ବିଭିନ୍ନ ଗଛ କଟା ଚାଲିଛି ।  ଯାହାଫଳରେ ପ୍ରାକୃତିକ ବିପର୍ଯୟ ହାର ବଢ଼ି ଚାଲିଛି ।  ପ୍ରାକୃତିକ ବିପର୍ଯୟ ଦ୍ୱାରା ବହୁ ଧନ ଜୀବନ ହାନି ଘଟୁଛି ।  ବିଭିନ୍ନ ଗଛ କଟା ଯିବା ଯୋଗୁଁ ପ୍ରକୃତି ଉପରେ ପ୍ରଭାବ ପଡୁଛି ।  ପ୍ରକୃତିର କୋପରୁ ପ୍ରାକୃତିକ ବିପର୍ଯୟ ସାଙ୍ଗକୁ ପ୍ରଚଣ୍ଡ ରୌଦ୍ର ତାପରେ ଜୀବଜଗତ କଲବଲ ହେଉଛି ।  ପ୍ରାକୃତିକ ବିପର୍ଯୟ ବଜ୍ର ପାତ ଓ ପ୍ରଚଣ୍ଡ ରୌଦ୍ର ତାପକୁ ରୋକିବା ପାଇଁ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଅଂଚଳରେ ତାଳ ଗଛ ଲଗାଇବା ପାଇଁ ନିଷ୍ପତ୍ତି ନେଇ ତାଳ ମିଶନ ଆରମ୍ଭ କରିଥିଲେ ।  ତାଳ ମିଶନ କାର୍ଯ୍ୟକ୍ରମ ହାତକୁ ନେଇ ସରକାର ନିଜ ମିଶନରେ ପହଂଚିବା ପୂର୍ବରୁ ତାଳ ଗଛ ସବୁ ଲୋପ ପାଇବାକୁ ବସିଛି ।  ପ୍ରାକୃତିକ ବିପର୍ଯୟ ଆସିଲେ ଲୋକମାନେ ଭୟ ଓ ଆଶଙ୍କା ମଧ୍ୟରେ ଜୀବନ ବିତାଉଛନ୍ତି ।  ପ୍ରାକୃତିକ ବିପର୍ଯୟରୁ ସୁରକ୍ଷା ସହିତ ପ୍ରକୃତିର ବରଦାନ ତାଳ ଗଛ ଓ ତାଳ ଓଡ଼ିଆ ସଂସ୍କୃତିର ପ୍ରତୀକ ଭାବେ ଠିଆ ହୋଇଛି ।  ବିଶେଷ କରି ରଜ ଓ ସାବିତ୍ରୀ ସମୟରେ ତାଳ ଗଛର ତାଳକୁ ଭୋଗ ଭାବେ ବ୍ୟବହାର କରାଯାଇଥାଏ ।  ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ତାଳ ଫଳ ଫଟାଇ ତା ରସ ଓ ସୁସ୍ୱାଦୁ ପାଣି ପଥାଚାରୀ ଭୋକ ଶୋଷ ମେଂଟାଇ ଥାଏ ।  ତାଳ ଗଛ ପତ୍ରରେ ଚଟ ବିଞ୍ଚଣା ପକ୍ଷୀଆ ଛତା ଆଦି ପ୍ରସ୍ତୁତ କରାଯାଇଥାଏ । ତାଳ ରସରେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ ।  ସାବିତ୍ରୀ ରଜ ସହ ଗ୍ରୀଷ୍ମ ପ୍ରବାହ ସମୟରେ ବିଭିନ୍ନ ଅଂଚଳରେ ତାଳର ପସରା ଦେଖିବାକୁ ମିଳିଥାଏ ।  ସମ୍ପ୍ରତି ପ୍ରକୃତିର ଅନନ୍ୟ ବରଦାନ ତାଳ ଗଛ ଲୋପ ପାଇବାକୁ ବସିଥିବା ବେଳେ ଆଧୁନିକ ସଭ୍ୟତାରେ ପ୍ରଭାବିତ ଲୋକମାନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ବିଭିନ୍ନ କେମିକାଲ ଯୁକ୍ତ ଥଣ୍ଡା, ଆଇସକ୍ରିମ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି ।  ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହରୁ ମୁକ୍ତିଦାତା ଲେମ୍ବୁ ପାଣି, ତରଭୁଜ ଓ ତାଳ ବ୍ୟବହାର କମି କମି ଯାଉଛି ।  ଆଧୁନିକତାରେ ପ୍ରକୃତି ଉପରେ ଅତ୍ୟାଚାର ବଢ଼ି ଚାଲିଛି ।  ରଜ ସାବିତ୍ରୀ ଦୁର୍ଗା ପୂଜା ଆଦି ବିଭିନ୍ନ ପୂଜା ଉତ୍ସବରେ ପ୍ରକୃତିରାଣୀ ସଜେଇ ହୋଇଥାଏ ।  ଏ ପ୍ରକୃତି ମାଟି ପାଣି ପବନ ଜୀବଜଗତର ସୁରକ୍ଷା ପାଇଁ ଅଭିପ୍ରେତ ।  ପ୍ରକୃତି ବିଭିନ୍ନ ବରଦାନକୁ ବିଭିନ୍ନ ଭାବରେ ଧ୍ବଂସ କରି ଚାଲିଥିବାରୁ ବିପର୍ଯୟ ଆଶଙ୍କା ବଢ଼ି ଚାଲିଛି ।  ରଜ ସାବିତ୍ରୀର ମାହୋଲକୁ ରଙ୍ଗୀନ କରିବା ଓ ଗ୍ରୀଷ୍ମ ପ୍ରବାହରୁ ସାମୟିକ ତ୍ରାହି ଦେବା ପାଇଁ ପଟ୍ଟାମୁଣ୍ଡାଇ ଅଂଚଳର ଗାଁ ଠୁ ସହର ପର୍ଯ୍ୟନ୍ତ ରାସ୍ତାକଡରେ ତାଳ ସଜ ବେପାରୀମାନେ ପସରା ମେଲାଇ ଥାନ୍ତି ।  କିନ୍ତୁ ଦିନକୁ ଦିନ ଏହା ଲୋପ ପାଇବାକୁ ବସିଛି ।  ତାଳ ଗଛ ସଂଖ୍ୟା ହ୍ରାସ ପାଉଥିବାରୁ ତାଳ ସଜ ପସରା ଆଗ ଭଳି ଦେଖୁବାକୁ ମିଳୁନାହିଁ ।  ପ୍ରକୃତିର ବରଦାନ ତାଳ ଗଛ ଓଡ଼ିଆ ସଂସ୍କୃତି ପରମ୍ପରା ରଜ ସାବିତ୍ରୀ ସହ ବିଭିନ୍ନ ପର୍ବପର୍ବାଣୀକୁ ରଙ୍ଗୀନ କରୁଥିବାବେକେ ପ୍ରାକୃତିକ ବିପର୍ଯୟ ବାତ୍ୟା ବଜ୍ରପାତ ଓ ବନ୍ୟା ଆତଙ୍କରୁ ରକ୍ଷା କରିଥାଏ ।  ରାଜ୍ୟ ସରକାର ପ୍ରାକୃତିକ ବିପର୍ଯୟରୁ ରକ୍ଷା ପାଇଁ ବ୍ୟାପକ ତାଳ ଗଛ ରୋପଣ ଓ ରକ୍ଷଣାବେକ୍ଷଣ କରି ବହୁ ଚର୍ଚ୍ଚିତ ତାଳ ମିଶନକୁ ସଫଳ କରିବାକୁ ସାଧାରଣରେ ଦାବୀ ହେଉଛି ।

Next Post

ଇଦ-ଉଲ-ଜୁହା ପାଇଁ ପଟ୍ଟାମୁଣ୍ଡାଇ ଇଦଗାରେ ସାଜସଜା

Tue May 26 , 2026
ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରମୁଖ ଦୁଇ ପର୍ବ ହେଉଛି ଇଦ୍‌-ଉଲ-ଫିତର ଓ ଇଦ୍‌-ଉଲ-ଜୁହା। ଗୁରୁବାର ଇଦ-ଉଲ-ଜୁହା। ପବିତ୍ର ରମଜାନ ମାସର ଶେଷ ଦିନ ପରେ ଇଦ୍‌-ଉଲ-ଫିତର ପାଳନ କରାଯାଉଥିବା ବେଳେ ଏହାର ପ୍ରାୟ ଦୁଇ ମାସ ପରେ ଇଦ୍‌-ଉଲ-ଜୁହା ପର୍ବ ଆସେ। ଏହି ଦୁଇଟି ଯାକ ପର୍ବରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇଭଉଣୀମାନେ ନୂଆ ଡ୍ରେସ ପିନ୍ଧି ସ୍ୱତନ୍ତ୍ର ନମାଜ ପାଠ କରିଥାନ୍ତି। କାନ୍ଧରେ କାନ୍ଧ ମିଳାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି। ହେଲେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading