
କେନ୍ଦ୍ରାପଡ଼ା ତା. ୧୫/୧- କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ପଲିଶ୍ରୀ ମେଳାର ଜିଲ୍ଲା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ନୁପୁର ଡ୍ୟାନ୍ସ ଏକକ୍ଷଡେମୀ ତରଫରୁ ଓଡିଶା ସଂସ୍କୃତି, କଳା, ପର୍ବପର୍ବାଣିକୁ ନେଇ ଚିତା କର୍ଷକ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ବରିଷ୍ଠ ସାହିତ୍ୟିକ ଡଃ ବାସୁଦେବ ଦାସ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଜିଲ୍ଲା ପରିଷଦ ମୁଖ୍ୟ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀରମୋହନ ମାଝୀ ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଉକ୍ତ ନୃତ୍ୟଗୁଡିକୁ ଗୁରୁ ନିର୍ଲପ୍ତା ବେହେରା ଶିକ୍ଷାଦାନ କରିଥିବାବେଳେ ପରିଚାଳନା କରିଥିଲେ କବି, ସଂଯୋଯକ ଅଶୋକ କୁମାର ସାହୁ ଓ ସମ୍ପାଦକ ମାନସ ବେହେରା ।
