ପଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ତରଫରୁ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଅମର ଆତ୍ମାଙ୍କ ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ

blank
ପଟ୍ଟାମୁଣ୍ଡାଇ ୨୬/୨ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ତରଫରୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକମାନଙ୍କ ସ୍ମୁତି ଉଦ୍ଦେଶ୍ୟରେ ଶୁକ୍ରୁବାର ସନ୍ଧ୍ୟାରେ ନିରବ ପାର୍ଥନା ଓ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବରିଷ୍ଠ ନାଗରିକ ମଂଂଚର କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଚିତ ବିନୋଦନ ଗୃହ ପରିସରରେ ଅନୁଷ୍ଠିତ ସ୍ମୃତିସଭାରେ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ଦୁର୍ଯୋଧନ ପରିଡା, ରମେଶ ଚନ୍ଦ୍ର ଜେନା, କୈଳାଶ ଚନ୍ଦ୍ର ପାତ୍ର, ନରହରି ଲେଙ୍କା, ଗୋଲକ ଚନ୍ଦ୍ର ମହାରଣା, ବିଜୟ ସାହୁ, ଚର୍ତୁଭୂଜ ରାଉଳ,ନୃସିଂହ ପ୍ରସାଦ ଚୌଧୁରୀ, ଶିକ୍ଷାବିତ ଶଚିନନ୍ଦନ ଦାସ, ତପନ ପାତ୍ର, କବି. ଶଚିତ୍ର ବେହୁରା,ଶିକ୍ଷାବିତ ସୁରେଶ ଚନ୍ଦ୍ର ଜେନା, ତ୍ରୈଲୋକ୍ୟେ ପ୍ରସାଦ ମିଶ୍ର, ଗାଳ୍ପିକ ପ୍ରଦୀପ ନାୟକ, ଗର୍ନ୍ଧବ ଲେଙ୍କା, ଜଗନ୍ନାଥ ନାୟକ ଓ କହ୍ନାଇ ଚରଣ ପରିଡା ପ୍ରମୁଖ ଯୋଗଦେଇ କାଶ୍ମୀର ଉପତ୍ୟାକା ପହଲିଗାମ ପର୍ଯ୍ୟଟନ ସ୍ଥଳୀରେ ଆତଙ୍କବାଦୀ ମାନେ ଯେପରି ହିନ୍ଦୁ ପର୍ଯ୍ୟଟକ ମାନଙ୍କୁ ବାଛି ବାଛି ନୃଶପ୍ସସଭାବେ ପରିବାର ସ୍ୱଜନ ମାନଙ୍କ ସମ୍ମୁଖରେ ଗୁଳିମାରି ହତ୍ୟା କଲେ ତାହା ଏକ ହୁଦୟବିଦାରକ ଘଟଣା । ସମଗ୍ର ଦେଶ ପାଇଁ ଏହା ଏକ ବଡ ଆହ୍ୱାନ ବୋଲି ମତବ୍ୟକ୍ତ କରିଥିଲେ । ଦେଶରୁ ସମ୍ପୂର୍ଣ୍ଣ ଭାବେ ସନ୍ତ୍ରାସବାଦର ମୂଳୋତ୍ପାଟନ ଲାଗି ସ୍ୱର ଉଠାଇବା ସହ ଘଟଣାକୁ ନିନ୍ଦା କରିଥିଲେ । ଏହି ଦୁଖଦାୟକ ଘଟଣାରେ ମଂଚ ପକ୍ଷରୁ ଦିବଗଂତ ଆତ୍ମାଙ୍କୁ ଶ୍ରଦ୍ଧାଞଳି ଅର୍ପଣ କରି ସେମାନଙ୍କ ସୋକସନ୍ତପ ପରିବାର ପ୍ରତି ସମବେଦନା ଜଣାଇଥିଲେ ।

Next Post

କାଶ୍ମୀରରେ ହିନ୍ଦୁଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ କଠୋର ଶାସ୍ତି ବିଧାନ ପାଇଁ ମଶାଲ ଶୋଭାଯାତ୍ରା

Sat Apr 26 , 2025
ପଟ୍ଟାମୁଣ୍ଡାଇ ୨୬/୪ – ଗତ ୨୨ ତାରିଖରେ ଜାମ୍ମୁ କାଶ୍ମୀର ପେହେଲଗାମ ପର୍ଯ୍ୟଟନ ସ୍ଥଳୀରେ ଆତଙ୍କବାଦୀ ମାନେ ନିରୀହ ଭାରତୀୟ ହିନ୍ଦୁ ମାନଙ୍କୁ ବର୍ବୋରୋଚିତ ଭାବେ ହତ୍ୟା କରିବା ଘଟଣାକୁ ଦେଶ ବ୍ୟାପି ନିନ୍ଦା କରାଯିବା ସହିତ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିରୋଧରେ କଡା ଶାସ୍ତି ବିଧାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରାଯାଇଛି । ଶନିବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ରାଷ୍ଟ୍ରବାଦୀ ବିଚାର ମଂଚ ପକ୍ଷରୁ କାଶ୍ମୀର ପେହେଲଗାମ ଠାରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading