କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ


କେନ୍ଦ୍ରାପଡା ୨ା୧୦: କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳନ କରାଯାଇଛି।ଏହି ଅବସରରେ ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସେମାନଙ୍କ ଅମର ତ୍ୟାଗ, ସେବା, ସତ୍ୟ, ଅହିଂସା ଓ ଦେଶପ୍ରେମର ସ୍ମୃତିଚାରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ସାଙ୍ଗଠନିକ ଉପସଭାପତି ଶ୍ରୀ ସତ୍ୟପ୍ରିୟ ସାମଲ, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ ଦାସ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଫକୀର ଖଟୁଆ, ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଟାଉନ୍ କଂଗ୍ରେସ ସଭାପତି ଶ୍ରୀ ଦିଲ୍ଲୀପ ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀ ଭାଗୀରଥି ଜେନା, ଶ୍ରୀ ବେଣୁ ସାହୁ, ଶ୍ରୀ ବସନ୍ତ ସେଠୀ, ସେକ ସବିର୍ ହୁସେନ,ଶ୍ରୀ ବିପ୍ଳବ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।ଏହି ଅବସରରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଓ ସମାଜର ଉନ୍ନତି ପାଇଁ ଏକତା, ଭାଇଚାରା, ସତ୍ୟ ଓ ଅହିଂସାର ପଥରେ ଆଗେଇ ଯିବାକୁ ସମସ୍ତେ ସଂକଳ୍ପ ନେଇଥିଲେ।

ସେହିପରି  ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ କମିଟି ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳନ କରାଯାଇଛି।ଏହି ଅବସରରେ ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ସେମାନଙ୍କ ଅମର ତ୍ୟାଗ, ସେବା, ସତ୍ୟ, ଅହିଂସା ଓ ଦେଶପ୍ରେମର ସ୍ମୃତିଚାରଣ କରାଯାଇଥିଲା।ୃପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ତପନ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ଜାତୀୟ ସମ୍ପାଦକ ସମ୍ରାଟ କେଶରୀ ଜେନା, କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ସାଙ୍ଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲ, ପୂର୍ବତନ ପିସିସି ସଦସ୍ୟ ମନାସ ମହାନ୍ତି ଓ ରମାକାନ୍ତ ଦାଶ, ପୂର୍ବତନ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମାଳୟ ଦାଶ, ପୂର୍ବତନ ଅଧ୍ୟାପକ ବିରଜାନନ୍ଦ ମହାନ୍ତି, ପଟ୍ଟାମୁଣ୍ଡାଇ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଅଞ୍ଜଳି ସେଠୀଙ୍କ ସମେତ କଂଗ୍ରେସ କର୍ମୀ ଓ ସମର୍ଥକମାନେ ଯୋଗଦେଇଥିଲେ। ଏହି ଅବସରରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଓ ସମାଜର ଉନ୍ନତି ପାଇଁ ଏକତା, ଭାଇଚାରା, ସତ୍ୟ ଓ ଅହିଂସାର ପଥରେ ଆଗେଇ ଯିବାକୁ ସମସ୍ତେ ସଂକଳ୍ପ ନେଇଥିଲେ।

Next Post

ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ଚଉଦକୁଲାଟ ଶାଖାର ସ୍ୱତନ୍ତ୍ର ଅଧିବେସନ

Sat Oct 3 , 2026
କେନ୍ଦ୍ରାପଡ଼ା,୩ା୧୦:ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ଚଉଦକୁଲାଟ ଶାଖାର ୧୭ତମ ପ୍ରତିଷ୍ଠା ଦିବସ ଦଧିବାମନଜୀଉ ସଂସ୍କୃତ ବିଦ୍ୟାଳୟ ପରିସରରେ ଗୈାରାଙ୍ଗ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ନିତ୍ୟାନନ୍ଦ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂଗଠନ ସମ୍ପାଦକ କେଶବ ଚନ୍ଦ୍ର ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପ୍ରତ୍ୟୁଷରୁ ମହାତ୍ମାଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ନିମନ୍ତ୍ରିତ ଅତିଥି ଭାବରେ ରାଜ୍ୟ ମହାସଙ୍ଘର […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading