ରାସ୍ତାଘାଟ ଗାଡିଘୋଡା ଘରବାଡି ବଢିଛି, ଆତ୍ମିକ ପରିବର୍ତ୍ତନ ହୋଇନାହିଁ

କେନ୍ଦ୍ରାପଡା କଲେଜରେ ଦୀନବନ୍ଧୁ ସାହୁଙ୍କ ଜୟନ୍ତୀ ସମାରୋହ

blank
କେନ୍ଦ୍ରାପଡ଼ା,୧୦ା୧୦:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ୧୧୬ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅବସରପ୍ରାପ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ତଥା ପୂର୍ବତନ ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଡ. ସତ୍ୟଜିତ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀନବନ୍ଧୁ ସାହୁ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ। ଏହି ପ୍ରସଙ୍ଗରେ ସେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ରାପଡା ଏକ କୃଷି ଭିତ୍ତିକ ଅଞ୍ଚଳ। ବିଗତ ୬୦ବର୍ଷ ଭିତରେ କିଛି ରାସ୍ତା ଘାଟ, ଗାଡିଘୋଡା, ଘରବାଡି ବଢିଛି। କିନ୍ତୁ ଆମର ବିଶେଷ ଆତ୍ମିକ ପରିବର୍ତ୍ତନ ହୋଇନାହିଁ। ଆମ ଗାଁର ପିଲା ମୋତେ ହୋମଗାର୍ଡ ହେବା ପାଇଁ ସୁପାରିଶ କରିବା ପାଇଁ କହୁଛନ୍ତି। କିନ୍ତୁ କେନ୍ଦ୍ରାପଡାର ପ୍ରାକ୍ତନ ଜନନେତା ତଥା ଓଡିଶାର ପ୍ରାକ୍ତନ ମନ୍ତ୍ରୀ ଓ ଅଧିବକ୍ତା ସ୍ୱାଧୀନତା ପୂର୍ବରୁ ପାଟନାରୁ ଅର୍ଥନୀତିରେ ଏମ.ଏ. ଏବଂ ପରେ ଆଇନ ପାଠ ସାରି ଆଡଭୋକେଟ ଜେନେରାଲ ଓ ମନ୍ତ୍ରୀ ଥାଇ ଏଠାରେ ମହାବିଦ୍ୟାଳୟ ସ୍ଥାପନା ଠାରୁ ଗ୍ରାମୀଣ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯେଉଁ ପରିକଳ୍ପନା କରିଥିଲେ ତାହା ଏବେ ଅଧୁରା ରହିଛି। ବରଂ ସତୁରୀ ଦଶକରେ ଆମର ସ୍ଥିତି ଯାହା ଥିଲା ସେଥିରେ ବିଶେଷ କିଛି ସୁଧାର ଆସିନାହିଁ ବୋଲି ମୁଖ୍ୟଅତିଥି ଡ. ମହାନ୍ତି କହିଥିଲେ। ଏହି ଅବସରରେ କଲେଜ ପକ୍ଷରୁ ମୁଖ୍ୟଅତିଥି ଡ. ମହାନ୍ତିଙ୍କୁ ଶାଲ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ୟାପଟେନ ସୀମା ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟକ୍ଷ ପ୍ରଫେସର ଜେନା ସ୍ୱାଗତ ଭାଷଣ, ଆବାହକ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ଅତିଥି ପରିଚୟ ଓ ଅଧ୍ୟାପକ ରଞ୍ଜିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ବେହେରା, ପ୍ରାଧ୍ୟାପକ ନନ୍ଦକିଶୋର ପରିଡା, କୈଳାସ ଚନ୍ଦ୍ର ବରାଳ, ଡ. ପ୍ରଦୀପ୍ତ କିଶୋର ଦାଶ, ଡ. ଦେବେନ୍ଦ୍ର ଗୋଛାୟତ, ତପନ କୁମାର ପତି, ଡ. ଶ୍ରୀଧର ସାମଲ, ଡ. ପ୍ରଭାକର ମଲ୍ଲିକ, ବିଜୟ କୁମାର ଦାସ, ଆଇନଜୀବୀ ଧିରେନ ସାହୁ, ପ୍ରାଧ୍ୟାପିକା ଡ. ବାସନ୍ତୀ ଶୁକ୍ଳା, ଡ. ଦିପ୍ତୀ ରାୟ, ଡ. ପୂର୍ବାଶା ପ୍ରିୟଦର୍ଶିନୀ, ପୂର୍ଣ୍ଣମାସୀ ପଣ୍ଡା, ମିନତୀ ପ୍ରଭା ଜେନା, ୱାଇ ପଦ୍ମାବତୀ, ଡ. ଦେବକାନ୍ତ ଷଡଙ୍ଗୀ, ସୁବ୍ରତ ପାତ୍ର, ସତ୍ୟରଞ୍ଜନ ମିଶ୍ର, ବିକାଶ କୁମାର ନାୟକ, ରମାନାଥ ମହାନ୍ତି,ଡ.ଗୈାରପ୍ରସାଦ ଷଡଙ୍ଗୀ, ଗିରିଜାଶଙ୍କର ମିଶ୍ରଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Next Post

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

Fri Oct 10 , 2025
କେନ୍ଦ୍ରାପଡ଼ା,୧୦ା୧୦:ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୈାରସଂସ୍ଥା ଟାଉନ ହଲରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ )ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ,ଜିଲ୍ଲା ମୁଖ୍ୟ ଚିକିତ୍ସା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading