
କେନ୍ଦ୍ରାପଡା ୯/୭- କେନ୍ଦ୍ରାପଡ଼ା ସହର ମାଧପୁରସ୍ଥିତ “ପୁନର୍ବାସ” ଥେରାପି କେନ୍ଦ୍ରରେ “ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ”ର ସହଯୋଗରେ ଭିନ୍ନକ୍ଷମ ଶିଶୁଙ୍କୁ ପ୍ରୋଷ୍ଟେଟିକ୍ ସହାୟକ ଉପକରଣ ପ୍ରଦାନ କରାଯାଇଛି। ଏଇ ଦ୍ୱିତୀୟ ପର୍ଯ୍ୟାୟ ପ୍ରୋଷ୍ଟେଟିକ୍ ସହାୟକ ଉପକରଣ ପ୍ରଦାନ କାର୍ଯ୍ୟକ୍ରମରେ ସମୁଦାୟ ଦଶଜଣ ମସ୍ତିଷ୍କ ପକ୍ଷାଘାତ ଶିଶୁଙ୍କୁ ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା ଏବଂ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ, କେନ୍ଦ୍ରାପଡାର ବୋର୍ଡ ସଦସ୍ୟ ଭୂବନ ମୋହନ ଦାସ ଯୋଗଦେଇ ଏହି ଉପକରଣ ପ୍ରଦାନ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ ଆମେରିକା ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଏମିରଟ ଡ଼. ଦେବେନ୍ଦ୍ର କୁମାର ଦାସଙ୍କ ସହାୟତା ଦ୍ୱାରା ଦୁଇଟି ପର୍ଯ୍ୟାୟରେ ସମୁଦାୟ କୋଡିଏ ଜଣ ମସ୍ତିଷ୍କ ପକ୍ଷାଘାତ ଶିଶୁଙ୍କୁ ଏହି ପ୍ରୋଷ୍ଟେଟିକ ଉପକରଣ ପ୍ରଦାନ କରାଯାଇଥିବାରୁ ପୁନର୍ବାସର ପ୍ରତିଷ୍ଠାତା ଓ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ କୃତଜ୍ଞତା ଜ୍ଞାପନ କରିଛନ୍ତି। ଭିନ୍ନକ୍ଷମ ଶିଶୁଙ୍କୁ ଆବଶ୍ୟକ ପଡୁଥିବା ଏହି ପ୍ରୋଷ୍ଟେଟିକ୍ ସହାୟକ ଉପକରଣ ନିମନ୍ତେ ସୁଦୂର ଓଲଟପୁର ବା କଟକ କିମ୍ବା ଭଦ୍ରକ ଯିବାକୁ ପଡୁଥିବା ସ୍ଥଳେ ଆର୍ôଥକ ଅନଗ୍ରସର ବର୍ଗର ସେରିବ୍ରାଲ୍ ପାଲସି ଆକ୍ରାନ୍ତ ଶିଶୁଙ୍କୁ ଏହା ସହଜରେ ବିନା ମୂଲ୍ୟରେ ଉପଲବ୍ଧ ହୋଇଥିବାରୁ ସେମାନଙ୍କ ଅଭିଭାବକମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହି ଦ୍ୱିତୀୟ ପର୍ଯ୍ୟାୟ ବିତରଣ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ପ୍ରୋଷ୍ଟେଟିକ ନିର୍ମାଣକାରୀ ସଂସ୍ଥା ଏସଏମଜି ଫାଉଣ୍ଡେସନର ବରିଷ୍ଠ ଆକ୍ୟୁପେସନାଲ ଥେରାପିଷ୍ଟ ଗିରିଜା ଶଙ୍କର ଖୁଣ୍ଟିଆ ଓ ରଶ୍ମିବାଳା ବେହେରା, ପୁନର୍ବାସର ଥେରାପିଷ୍ଟ ରଚିତା ଜେନା ଓ ସଭ୍ୟ ବଂଶୀଧର ମହାନ୍ତି, ଜ୍ୟୋତିରଞ୍ଜନ ନାୟକ, ମହମ୍ମଦ ଜାହିଦ୍ ଖାନ୍, ଅଜିତ ସାମଲ ଏବଂ ଷ୍ଟାଫ୍ ସଂଜୀବ କୁମାର ଜେନା, ରଞ୍ଜନ କୁମାର ସ୍ୱାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
