ଚକ୍ରୋଡା ପଞ୍ଚାୟତରେ ଆଲୋକୀକରଣ ପ୍ରକଳ୍ପ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି

blank
କେନ୍ଦ୍ରାପଡ଼ା,୧୪ା୧୦:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ପଥ ଆଲୋକୀକରଣ ପ୍ରକଳ୍ପ ଦୁର୍ନୀତିର ଭିନଜିଲାନ୍ସ ତଦନ୍ତ ଦାବି କରିଛନ୍ତି ପ୍ରାକ୍ତନ ବିଧାୟିକା ଡ. ସିପ୍ରା ମଲ୍ଲିକ। ଡ. ମଲ୍ଲିକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ପଥ ଆଲୋକୀକରଣ ନିମନ୍ତେ ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରାୟ ଏକ କୋଟି ଟଙ୍କା ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ପ୍ରଦାନ କରିଥିଲେ। ସେଥିମଧ୍ୟରୁ କେବଳ ଚକ୍ରୋଡା ଗ୍ରାମପଞ୍ଚାୟତକୁ ୫୦ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ପ୍ରକଳ୍ପଟି କେନ୍ଦ୍ରାପଡା ବ୍ଲକ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଛି। ଏହି ପ୍ରକଳ୍ପ ଗ୍ରାମ୍ୟ ବିଦ୍ୟୁତକରଣ କର୍ତ୍ତୃପକ୍ଷଙ୍କ ଜରିଆରେ କାର୍ଯ୍ୟକାରୀ କରାନଯାଇ ବ୍ଲକ ଅଧିକାରୀଙ୍କ ଦ୍ୱାରା କରାଯାଇଥିବାରୁ ଏହାର ବୈଷୟିକ ତଦାରଖ ଓ ମୂଲ୍ୟାୟନ ଏବଂ ବ୍ୟବହୃତ ବିଦ୍ୟୁତ ସାମଗ୍ରୀର ମାନ ଓ ସ୍ଥାୟୀତ୍ୱ ଉପରେ ସନ୍ଦେହ ସୃଷ୍ଟି କରିଛି। ତେଣୁ ଏହି ପ୍ରକଳ୍ପ କାର୍ଯ୍ୟର ତଦନ୍ତ ଭିଜିଲାନ୍ସ ବିଭାଗ ଦ୍ୱାରା କରାଯିବାକୁ ପ୍ରାକ୍ତନ ବିଧାୟିକା ଡ. ମଲ୍ଲିକ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

Next Post

चकरोदा पंचायत सड़क आलोक परियोजना में भ्रष्टाचार की सतर्कता जांच की मांग

Tue Oct 14 , 2025
केंद्रापड़ा 14/10: केंद्रापड़ा की पूर्व विधायक डॉ. शिप्रा मलिक ने केंद्रपाड़ा प्रखंड अंतर्गत चकरोडा ग्राम पंचायत की सड़क प्रकाश परियोजना में हुए भ्रष्टाचार की सतर्कता जांच की मांग की है। डॉ. मलिक ने एक प्रेस विज्ञप्ति में कहा कि राज्यसभा सांसद सुलता देव ने केंन्द्रापाड़ा निर्वाचन क्षेत्र में सड़क प्रकाश […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading