
ପଟ୍ଟାମୁଣ୍ଡାଇ ତା ୨୮/୨- ପଟ୍ଟାମୁଣ୍ଡାଇ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରୀତାରେ ସମିତିସଭ୍ୟ ମାନଙ୍କୁ ସାମିଲ କରିବା ଓ ବିଭିନ୍ନ ପଂଚାୟତର ବିକାଶ ପ୍ରକ୍ରିୟାକୁ ପ୍ରଶାସନ ସହଯୋଗରେ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପଟ୍ଟାମୁଣ୍ଡାଇ ସମିତି ସଭ୍ୟ ସଂଘ ଗଠନ କରାଯାଇଛି ।ଏହି ଉପଲକ୍ଷେ ଗଙ୍ଗାରାମପୁର ସମିତି ସଭ୍ୟ ବିଶ୍ୱରଞ୍ଜନ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ବରିଷ୍ଠ ସମିତି ସଭ୍ୟ ଅଭୟ ସ୍ୱାଇଁ, ଶଶାଙ୍କ ଶେଖର ବିଶ୍ୱାଳ, ଜୟନ୍ତୀ ସ୍ୱାଇଁ, ନିରଞ୍ଜନ ବାରିକ, ପର୍ଶୁରାମ ବେହେରା, ସ୍ମୃତିମୟୀ ମଲିକ,ଅନ୍ନପୂର୍ଣ୍ଣା ମଲ୍ଲିକ, ମମତା ଜେନା, ଉତ୍ତମ ଜେନା, ରେଣୁକା ସେଠୀ,ନିରୁପମା ସାହୁ, ଆରତୀ ସାହୁ, ଦିପ୍ତିମୟୀ ମଲିକ, ସୁମିତ୍ରା ସାହୁ, କୁନି ସିଂ,ମାନସ ମଲିକ, ସୁରେନ୍ଦ୍ର ତରାଇ,ସସ୍ମିତା ଜେନା,ରାମ ଚନ୍ଦ୍ର ସେଠୀ, ଡଲି ପରିଡା, ଲିଲି ମଲିକ ପ୍ରମୁଖ ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଶାସନ ସହଯୋଗରେ ବିଭିନ୍ନ ସମସ୍ୟା ସମାଧାନ ପାଇଁ ସମିତି ସଭ୍ୟମାନଙ୍କ ଏକତା ଓ ସଂଗଠନକୁ ସୁଦୃଢ କରିବା ପାଇଁ ସଂଘ ଗଠନ ନିମନ୍ତେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ତଦନୁଯାୟୀ ପଟ୍ଟାମୁଣ୍ଡାଇ ସମିତି ସଭ୍ୟ ସଂଘ ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି – ଅଭୟ କୁମାର ସ୍ୱାଇଁ, ଉପସଭାପତି -ଜୟନ୍ତୀ ସ୍ୱାଇଁ, ସମ୍ପାଦକ-ଶଶାଙ୍କ ଶେଖର ବିଶ୍ୱାଳ,ସହସମ୍ପାଦକ – ବିଶ୍ୱରଞ୍ଜନ ଭୂୟାଁ,କୋଷାଧକ୍ଷ – ପର୍ଶୁରାମ ବେହେରା, ସହକୋଷାଧକ୍ଷ – ସ୍ମୃତିମୟୀ ମଲିକ ଓ ଉପଦେଷ୍ଟା କମିଟି ସଭ୍ୟ ଭାବେ ନିରଞ୍ଜନ ବାରିକ, ଅନ୍ନପୂର୍ଣ୍ଣା ମଲ୍ଲିକ, ମମତା ଜେନା, ଉତ୍ତମ ଜେନା ଓ ରେଣୁକା ସେଠୀଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି ।
