କେନ୍ଦ୍ରାପଡାର ବରପୁତ୍ର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ୪୬ତମ ଶ୍ରାଦ୍ଧ ବାର୍ଷିକ ପାଳିତ


କେନ୍ଦ୍ରାପଡ଼ା,୭ା୧୦: କେନ୍ଦ୍ରାପଡାର ବରପୁତ୍ର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ, ଆଡଭୋକେଟ୍ ଜେନେରାଲ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ୪୬ତମ ତିରୋଧାନ ଦିବସ ତହସିଲ ଅଫିସ ସନ୍ନିକଟ ପ୍ରତ୍ତିମୂର୍ତ୍ତି ସ୍ଥଳରେ ପାଳିତ ହୋଇଛି । ପ୍ରଥମେ ପ୍ରତ୍ତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା । ଆୟୋଜିତ ସ୍ମୃତିଚାରଣ ସଭାରେ ବରିଷ୍ଠ ଆଇନଜୀବି ଧୃବ ଚରଣ ଜେନା ପୈାରହିତ୍ୟ କରିଥିଲେ । ସେ ଦୀନବନ୍ଧୁ ସାହୁ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରୁ ୧୯୪୬ ରୁ ୧୯୬୧ମସିହା ପର୍ଯ୍ୟନ୍ତ ବିଧାୟକ ହୋଇ ଓଡିଶା ମନ୍ତ୍ରୀମଣ୍ଡଳରେ ଉନ୍ନୟନ, ସ୍ୱାସ୍ଥ୍ୟ, ଆଇନ, ଶିଳ୍ପ ଓ ଖଣି ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ଦକ୍ଷତାର ସହ ସମ୍ପାଦନ କରିଥିଲେ । ସେ ୧୯୬୧ ରୁ୧୯୬୭ ମସିହା ପର୍ଯ୍ୟନ୍ତ ଓଡିଶା ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଉକ୍ତ ସଭା ପ୍ରାରମ୍ଭରେ ରାଜେଶ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଅଭିନବ କେନ୍ଦ୍ରାପଡା ଗଠନ ଓ ଶିକ୍ଷା ବିକାଶର ମୁଖ୍ୟପୁରୋଧା ଭାବେ ଦୀନବନ୍ଧୁ ବାବୁଙ୍କ ଅବଦାନ ଅବିସ୍ମରଣୀୟ ବୋଲି ବକ୍ତବ୍ୟରେ କହିଥିଲେ । ମୁଖ୍ୟବକ୍ତା ରୂପେ ଶିକ୍ଷାବିତ ନନ୍ଦ କିଶୋର ପରିଡା ଯୋଗଦେଇ ବକ୍ତବ୍ୟରେ ଦୂରଦ୍ରଷ୍ଟା ରାଜନେତା ଦୀନବନ୍ଧୁ ସାହୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ସରକାରୀ ଇଞ୍ଜିନିୟରିଂ ସ୍କୁଲ, ତିନିମୁହାଣୀ ଠାରେ ବଳଦେବଜୀୟୁ ପାୱାରଲୁମ୍‌, ଶିଳ୍ପାଞ୍ଚଳ, ଜଜାଙ୍ଗ ଠାରେ କୃଷି ଓ ଝୋଟ ଗବେଷଣା କେନ୍ଦ୍ର, ଅଗ୍ନିଶମ ସଂସ୍ଥା, ସବଜଜ କୋର୍ଟ ଇତ୍ୟାଦି ପ୍ରତିଷ୍ଠା କରାଇବା ସହ କେନ୍ଦ୍ରାପଡା ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳ ସେଚନର ସୁବିଧା କରିଥିଲେ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ସରକାରୀ ଇଞ୍ଜିନିୟରିଂ ସ୍କୁଲକୁ ପରବର୍ତ୍ତୀ ସମୟରେ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ କେନ୍ଦ୍ରାପଡାରୁ ଅନ୍ୟତ୍ର ଉଠିଯାଇଥିଲା । ଏହାର ସମସ୍ତ ଭୂସମ୍ପତ୍ତି ଓ କୋଠାବାଡିକୁ ତାଙ୍କରି ଉଦ୍ୟମରେ ରାଜ୍ୟ ସରକାର ବିନା ମୂଲ୍ୟରେ କେନ୍ଦ୍ରାପଡା କଲେଜକୁ ହସ୍ତାନ୍ତର କରିଥିଲେ । ୧୯୩୬ ମସିହାରୁ କଟକରେ ସର୍କିଟ ହାଇକୋର୍ଟରେ ଓକିଲାତି କରି ୧୯୩୮/୩୯ମସିହା ସମୟରେ ଗଡଜାତ ପ୍ରଜା ଆନ୍ଦୋଳନକାରୀ ଓ ରଣପୁର ବେଜେଲ୍ ଗେଟ ହତ୍ୟାକାଣ୍ଡ ମିଥ୍ୟା ମୋକଦ୍ଦମାରେ ପ୍ରଜା ମାନଙ୍କ ପାଇଁ ଲଢି ମାଗଣାରେ ନ୍ୟାୟ ଦେବାରେ ସଫଳ ହୋଇଥିଲେ । ସେ ଜଣେ ଦରଦୀ ଓ ଭଗବତ୍ ପ୍ରେମୀ ଭାବରେ ଲୋକପ୍ରିୟ ଥିବାର ବହୁ ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର, ପ୍ରାଧ୍ୟାପକ ଅଜୟ ସାମଲ ଓ ଅନ୍ୟମାନଙ୍କ ମଧ୍ୟରେ ଶରତ ବେହୁରା, ଆଶିଷ ସେନାପତି, ଶୁକଦେବ ସାହୁ, ଗୟାଧର ଧଳ, ବଂଶିଧର ମହାନ୍ତି, ଗୋଲଖ ପଢିହାରୀ, ଚୈତନ୍ୟ ଚରଣ ପରିଡା, ରମଣୀ ରଞ୍ଜନ ରାଉତରାୟ, କାଉନସିଲର ଉମେଶ ଚନ୍ଦ୍ର ନାୟକ, ମୁକ୍ତାର ଖାଁ, ସ୍ୟୋମେନ୍ଦ୍ର ପୃଷ୍ଟି, ସୁଧିର ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିଜୟ ପତି, ମିର୍ ମୁର୍ସିଦ, ଆଡଭୋକେଟ୍ ନିତ୍ୟାନନ୍ଦ ସ୍ୱାଇଁ , ଚନ୍ଦ୍ରଭାନୁ ବରାଳ, ଅକ୍ଷୟ ନାଥ, ତମସା ପାତ୍ର, ଯଯାତି କେଶରୀ ମହାନ୍ତି, ଶେଖ୍ ଚନ୍ଦନ, ଅଧ୍ୟାପକ ଶ୍ରୀଧର ସାମଲ, ହିରଣ୍ୟ ପଣ୍ଡା, ଗୁରୁଚରଣ ପଢିଆରୀ, ଆଦିକନ୍ଦ ରାଉଳ, ସ୍ୱପ୍ନାଶୁଂ ଦାସ, ପ୍ରଦୀପ ନାୟକ, ରଘୁନାଥ ପରିଡା, ଜୟନ୍ତ ଦାସ, ହିଫ୍‌ଜୁର୍ ରହେମାନ, ପୀତବାସ ପଣ୍ଡା, ଭରତ ସାହୁ, କୁଳମଣି ନାୟକ, ଶାନ୍ତି ସ୍ୱରୂପ ଭୂୟାଁ, କିଶୋର କୁମାର ନାଥ, ନରହରି ଦାସ, ମହେନ୍ଦ୍ର ମିଶ୍ର, ରଞ୍ଜନ ଦାସ, ଦେବେନ୍ଦ୍ର ଦାସ, ଅମିୟ ନାୟକ ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ପୂର୍ବତନ ପୈାରାଧ୍ୟକ୍ଷ ଆଡଭୋକେଟ ଧିରେନ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Next Post

ପୁନର୍ବାସ ପକ୍ଷରୁ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ

Wed Oct 7 , 2026
କେନ୍ଦ୍ରାପଡା ୭/୧୦: ପ୍ରତିବର୍ଷ ଅକ୍ଟୋବର ୬ ତାରିଖକୁ ସେରିବ୍ରାଲ୍ ପାଲ୍ସି ସଚେତନତା ଦିବସ ଭାବେ ପାଳନ କରାଯାଇଥାଏ। ଏହା ଏକ ସ୍ନାୟୁ-ବିକାଶଜନିତ ଭିନ୍ନକ୍ଷମତା, ଯାହାଦ୍ୱାରା ଅନେକ ନବଜାତ ଶିଶୁ କିମ୍ବା ପ୍ରାରମ୍ଭିକ ପର୍ଯ୍ୟାୟର ଶିଶୁଙ୍କ ଚଳନଶକ୍ତିକୁ ପ୍ରଭାଭିତ କରିଥାଏ। ସଚେତନତା କେବଳ ଏହି ଅବସ୍ଥାର ପ୍ରାରମ୍ଭିକ ପ୍ରଭାବକୁ ରୋକିବାରେ ସହାୟକ ହୁଏ ନାହିଁ ବରଂ ସେରିବ୍ରାଲ୍ ପାଲ୍ସି ଥିବା ଶିଶୁମାନଙ୍କର ଅଭିଭାବକଙ୍କୁ ସଶକ୍ତ ଓ ସଚେତନ ମଧ୍ୟ କରିଥାଏ। ସେରିବ୍ରାଲ୍ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading