ପଟ୍ଟାମୁଣ୍ଡାଇ ୧୭/୪ – ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ପୌର ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ପୌରାଂଚଳବାସୀ ଉତମ ନାଗରିକ ସେବା ଯୋଗାଇବା ପାଇଁ ସ୍ୱଚ୍ଛତାର ସହିତ ସମସ୍ତ ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ପୌର ପରିଷଦ ନିର୍ବାହୀ […]

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧୋତ୍ସବ ପଟ୍ଟାମୁଣ୍ଡାଇ ,୧୭/୪ – ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ (ବିଜୁ ବାବୁ)ଙ୍କ ୨୮ତମ ଶ୍ରାଦ୍ଧଦିବସ ଗୁରୁବାର ପଟ୍ଟାମୁଣ୍ଡାଇ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି। ସକାଳୁ ସ୍ଥାନୀୟ ବାଇପାସ ଛକଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।ସଂନ୍ଧ୍ୟାରେ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତରେ ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ […]

ପଟ୍ଟାମୁଣ୍ଡାଇ ୧୬/୪ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କୁନ୍ଦୁପୁର ଜୟ ଜଗନ୍ନାଥ ସାଂସ୍କୃତିକ ପରିଷଦ ୨୮ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି ଓ ସଂଗଠନର ପ୍ରାକ୍ତନ ସଭାପତି ଦିବଂଗତ କେଶବ ପଣ୍ଡାଙ୍କ ସ୍ମୃତି ଉଦେଶ୍ୟରେ ଏକ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଜୟ […]

ପଟ୍ଟାମୁଣ୍ଡାଇ ୧୬/୪- ପଟ୍ଟାମୁଣ୍ଡାଇ ନଗର ବିଜେପି ପ୍ରାକ୍ତନ ସଭାପତି ଯୁବନେତା ଶଶିକାନ୍ତ ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ହିନ୍ଦି ଏକତା ଶୋଭାଯାତ୍ରା ବାଲିପଡ଼ା ହନୁମାନ ମନ୍ଦିର ନିକଟରୁ ବାହାରି ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରିବା ପରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପହଂଚି ଥିଲା ।  ସେଠାରେ ବିଜେପି ଯୁବନେତା ଶଶିକାନ୍ତ ସ୍ୱାଇଁଙ୍କ ପୌରହିତ୍ୟ ଓ ଜ୍ୟୋତି ପ୍ରକାଶ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ସମାବେଶରେ ରାଷ୍ଟ୍ରୀୟ ହିନ୍ଦୁ ସେନା ମୁଖ୍ୟଅତିଥି, […]

ପଟ୍ଟାମୁଣ୍ଡାଇ ତା ୧୬/୪- ପଟ୍ଟାମୁଣ୍ଡାଇ କଲେଜ ସାଇନ୍ସ ସୋସାଇଟି ଓ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କମ୍ୟୁନିଟ ହେଲଥ ସେଣ୍ଟର ପକ୍ଷରୁ ଏକ ଜାତୀୟ ଟବା କୋ ଆୟୁତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।  ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ କମ୍ୟୁନିଟ ହେଲଥ ସେଣ୍ଟର ପକ୍ଷରୁ ଡ଼ା ଅଶୋକ ସାହୁ, ଏପିଡେମୋଲଜିଷ୍ଟ ଡ଼ା ପୁରବୀ ପରିଡା, ଆୟୁଷ ମେଡିକାଲ ଅଫିସର […]

ପଟ୍ଟାମୁଣ୍ଡାଇ ତା୧୬/୪-ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ଶିକ୍ଷା ସଚେତନତା ରଥ ପଟ୍ଟାମୁଣ୍ଡାଇ ବ୍ଲକର ପ୍ରବେଶ ଦ୍ଵାର ବଡ଼ମୂଳ ବସନ୍ତ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇ ବ୍ଲକର ସମସ୍ତ ପଞ୍ଚାୟତ ଓ କ୍ଲଷ୍ଟର ସ୍କୁଲ ପରିକ୍ରମା କରି ପଟ୍ଟାମୁଣ୍ଡାଇ ବ୍ଲକର ଶେଷ ସୀମାରେ ଅବସ୍ଥିତ ମା’ଛୁଆଳିଆ ପୀଠ ସନ୍ନିକଟ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ […]

କେନ୍ଦ୍ରାପଡ଼ା,୧୬ା୪: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଡ. ସଞ୍ଜୀବ କୁମାର ମହାନ୍ତି ଅଧ୍ୟକ୍ଷ ଭାବରେ ଯୋଗଦେବା ପରେ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ଫେରି ଆସିଥିବା ଦେଖିବାକୁ ମିଳିଛି। ଏହି ମହାବିଦ୍ୟାଳୟର କେହି ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ସାମଗ୍ରୀକ ବିକାଶରେ ଅନ୍ତରାୟ ସୃଷ୍ଟି ହୋଇଥିଲା। କାରଣ ଅତିରିକ୍ତ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷ କୈାଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରୁ ନଥିଲେ। କିନ୍ତୁ ଡ. ମହାନ୍ତି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର […]

କେନ୍ଦ୍ରାପଡ଼ା,୧୬ା୪: ପୂର୍ବ ଭାରତର ପ୍ରଥମ ବତିଘର ଏହି ଜମ୍ବୁ ଦ୍ୱୀପରେ ରହିଛି। ଏହି ଦ୍ୱୀପରେ ଥିବା ଲାଲ କୋଠାର ଇଞ୍ଜିନିଅରରିଂ ସମଗ୍ର ଭାରତରେ ବିରଳ । ପଦ୍ମଶ୍ରୀ ହଳଧଳ ନାଗ ମଧ୍ୟ ସମଲେଇଙ୍କ ଠାରୁ ଆରମ୍ଭ କରି ମା’ ରାମଚଣ୍ଡୀଙ୍କ ପର୍ଯ୍ୟନ୍ତ ମାହାତ୍ମ୍ୟ ତାଙ୍କ କବିତାରେ ବର୍ଣ୍ଣନା କରିଛନ୍ତି ବୋଲି ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। […]

କେନ୍ଦ୍ରାପଡ଼ା,୧୬ା୪: ଏକ ୫ ବର୍ଷର ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକସୋ ଜଜ୍ ପ୍ରଜ୍ଞା ପରମିତା ରାଉଳ ଅଭିଯୁକ୍ତକୁ ଦୋଷୀସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୬୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ୍ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଦଣ୍ଡିତ ଆସାମୀ ହେଉଛି […]

କେନ୍ଦ୍ରାପଡା,୧୬ା୪: ରାଜ୍ୟ ସରକାରଙ୍କ କେନ୍ଦ୍ରାପଡା ପ୍ରତି ଘୋର ଅବହେଳା ତଥା ବହୁ ପ୍ରତିକ୍ଷିତ ଜିଲ୍ଲାର ମେଡିକାଲ କଲେଜ ଏବେ ସୁଦ୍ଧା ପ୍ରତିଷ୍ଠା ନକରାଇବା ପ୍ରତିବାଦରେ କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ ଆଜି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ମହାଆନ୍ଦୋଳନ ତଥା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ଇତି ମଧ୍ୟରେ ଏହି ନିକଟରେ ରାଜ୍ୟରେ ଅନ୍ୟ ଚାରୋଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା […]

Breaking News

error:Content is protected !!