ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ବାର୍ଷିକ ଉତ୍ସବ

blank
କେନ୍ଦ୍ରାପଡ଼ା,୨ା୪: ନହଙ୍ଗସ୍ଥିତ ମା,ମଙ୍ଗଳାଙ୍କ ପୀଠରେ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ଆର୍ତ୍ତତ୍ରାଣ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଅଭିମନ୍ୟୁ ସାହୁ ଚୈତ୍ରଶୁକ୍ଳ ପ୍ରତିପଦାରେ ହିନ୍ଦୁ ନବବର୍ଷର ଅଭିନନ୍ଦନ ଜଣାଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଆଗକୁ ଗ୍ରୀଷ୍ମ ସମୟ ଆସୁଥିବାରୁ ବୁଲା ପଶୁପକ୍ଷୀଙ୍କ ପାଇଁ ନିଜ ନିଜ ଅଞ୍ଚଳରେ ଜଳଛତ୍ର ଖୋଲିବାକୁ ସଭ୍ୟମାନେ ସଂକଳ୍ପ ବଦ୍ଧ ହୋଇଥିଲେ। ପରବର୍ତ୍ତୀ ଗ୍ରୀଷ୍ମ ଅଧିବେଶନ ଗୁଡିକ ସକାଳ ୮ଟାରେ ଆରମ୍ଭ କରି ସାଢେ ୧୦ଟା ସୁଦ୍ଧା ଶେଷ କରିବାକୁ ସହମତି ପ୍ରକାଶ ପାଇଥିଲା। ଅନ୍ୟ ଏକ ପ୍ରସ୍ତାବରେ ସମାଜର ଗରିବ, ଦଃୁସ୍ଥ ଓ ପୀଡିତ ବର୍ଗଙ୍କ ପାଇଁ ଏକ ସହାୟକ ପାଣ୍ଠି ଗଠନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପାଣ୍ଠିର ସୁପରିଚାଳନା ପାଇଁ ଏକ କୋର କମିଟି ଗଠନ କରାଯାଇଥିଲା। ଶେଷରେ ବରିଷ୍ଠ ସଦସ୍ୟ ଗୋଲକ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ସଭ୍ୟ କ୍ଷେତ୍ରବାସୀ ସାହୁ, ରଘୁନାଥ ରାଉତ, କୈଳାସ ଚନ୍ଦ୍ର ସାହୁ, ଧିରେନ କୁମାର ରଥ, ନିରଞ୍ଜନ ବିଶ୍ୱାଳ, କ୍ଷୀରୋଦ ଚନ୍ଦ୍ର ସାମଲ, କାଙ୍ଗାଳି ଚରଣ ବାରିକ, କୁଞ୍ଜବିହାରୀ ପୋଥାଳ, ଜଗବନ୍ଧୁ ଦାସ, ଦିବାକର ନାୟକ, ସୁରେନ୍ଦ୍ର କୁମାର ଦାସ, ଶ୍ୟାମସୁନ୍ଦର ଦାସ, ଗୈାରାଙ୍ଗ ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, ଦୈତାରୀ ସେଠୀ, ବିଶ୍ୱନାଥ ବେହେରା, ଦିବାକର ସାମଲ, ସୁରଥ କୁମାର ବାରିକ, ପ୍ରଫୁଲ୍ଲ କୁମାର ଜେନା, ବିଷ୍ଣୁପ୍ରିୟା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Next Post

ଶପଥ ନେଲେ ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତା

Wed Apr 2 , 2025
କେନ୍ଦ୍ରାପଡ଼ା,୨ା୪: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାମାନେ ବୁଧବାର ଅପରାହ୍ନରେ ଓକିଲ ସଙ୍ଘ କାର୍ଯ୍ୟାଳୟରେ ଶପଥ ଗ୍ରହଣ କରିଛନ୍ତି। ସଙ୍ଘର ନବ ନିର୍ବାଚିତ ସଭାପତି ଗୋବର୍ଦ୍ଧନ ରାଉତ, ଉପସଭାପତି ଭାବେ ହାଡିବନ୍ଧୁ ସିଂ, ସମ୍ପାଦକ ନୃସିଂହ ଚରଣ ରାଉତ, ସହ ସମ୍ପାଦକ ମମତାମୟୀ ସାମଲ, କୋଷାଧ୍ୟକ୍ଷ ବିଭୂତିଭୂଷଣ କର, ପରିଚାଳନା ପରିଷଦ ସଦସ୍ୟ ହରି କର ଓ ରେଣୁବାଳା ସାମଲ ପ୍ରମୁଖ ଶପଥପାଠ କରିଥିଲେ। ଆଇନଜୀବୀ ସଞ୍ଜୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading