ଶ୍ରୀ ଅମରେଶ୍ୱରଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ ଓ ଶୀତଳ ଷଷ୍ଠି ଉତ୍ସବ ଉଦ୍‌ଯାପିତ ଶିବ ପାର୍ବତୀଙ୍କ ବିବାହ ଓ ନଗର ପରିକ୍ରମା

blank
କେନ୍ଦ୍ରାପଡା,୧ା୬: ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ ଗୋପସ୍ଥିତ ଅମରେଶ୍ୱର ପୀଠରେ ଶ୍ରୀ ଅମରେଶ୍ୱର ଉନ୍ନୟନ ପରିଷଦ ପକ୍ଷରୁ ଶ୍ରୀ ଅମରେଶ୍ୱରଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ ଓ ଶୀତଳ ଷଷ୍ଠି ଉତ୍ସବ ରବିବାର ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଗୁରୁବାର ସନ୍ଧ୍ୟାରେ ଅଙ୍କୁରାରୋପଣ କରାଯିବା ପରେ ଶୁକ୍ରବାର ସକାଳେ କଳସ ଜଳଯାତ୍ରା ସହିତ ଅଗ୍ନୀସ୍ଥାପନ ପରେ ରୁଦ୍ରାଭିଷେକ, ହୋମଯଜ୍ଞ,ଚଣ୍ଡିପାଠ କରାଯାଇଥିଲା । ସେହିପରି ଶନିବାର ଦିନ କରାଯାଇ ଅଗ୍ନି ସ୍ଥାପନ ପୂର୍ବକ ରୁଦ୍ରାଭିଷେକ, ହୋମଯଜ୍ଞ ଓ ଚଣ୍ଡିପାଠ କରାଯିବା ପରେ ହର-ପାର୍ବତୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେହିପରି ରବିବାର ଦିନ ରୁଦ୍ରାଭିଷେକ, ହୋମଯଜ୍ଞ,ଚଣ୍ଡିପାଠ ଓ ପୂର୍ଣ୍ଣାହୁତୀ କରାଯିବା ପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମାକୁ ବେଦି ଉପରେ ଉପବିଷ୍ଟ କରାଯାଇ ରୀତି ନୀତି ଅନୁଯାୟୀ ବାଣ ଫୁଟାଇ, ବାଜା ବଜାଇ ଏହି ବିବାହ ଉତ୍ସବ ସମ୍ପନ୍ନ କରାଯାଇଥିଲା। ଏହି ବିବାହ ଉତ୍ସବକୁ ବହୁ ଭକ୍ତ ଶ୍ରଦ୍ଧାର ସହିତ ଉପଭୋଗ କରିଥିଲେ। ଅମରେଶ୍ୱରଙ୍କ ପିତା ଭାବେ ମୁଖ୍ୟ ସେବକ ସୁଧାଂଶୁ ପଣ୍ଡା ପାର୍ବତୀଙ୍କ ପିତା ଭାବେ ପୂର୍ବତନ ପୌରସଭ୍ୟ ଦେବେନ୍ଦ୍ର କୁମାର ରାଉତ ବିବାହ ସମ୍ପନ୍ନ କରିଥିଲେ । ପରେପରେ ଅପରାହ୍ନ ୪ଟାରେ ସୁସଜ୍ଜିତ ବୃଷବ ବିମାନ ଉପରେ ଉପବିଷ୍ଟ କରାଯାଇ ଶିବପାର୍ବତୀ ବରଯାତ୍ରୀଙ୍କ ସହିତ ନଗର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରା ସମୟରେ ବାଜାବାଣ ସହିତ ହଜାର ହଜାର ଶ୍ରଦ୍ଧାଳୁ ସହର ମଧ୍ୟରେ ହରପାର୍ବତୀଙ୍କୁ ବିଦାୟ ଦେବା ସହିତ ହରିବୋଲ ହୁଳହୁଳି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ କରିଥିଲେ। ଗୋପରୁ ଶୋଭାଯାତ୍ରା ବାହାରି ସାନମଙ୍ଗଳା, କେଶପୁର, ନସଡିପୁର, ମିରପାଟଣା, କାକଟ, ବଡହାଟ, ପୁରୁଣା ବସଷ୍ଟାଣ୍ଡ, ମଢିଆଳ, ବଳଗଣ୍ଡି, ସାନ୍ତସାହି, ବଡମଙ୍ଗଳା ଦେଇ ବଳଦେବଜୀୟୁ ମନ୍ଦିର ପରିକ୍ରମା କରିଥିଲେ । ଏହା ପରେ ଭେଟଭାଟ ହେବା ପରେ ଗୋପ ମନ୍ଦିରକୁ ଫେରିଥିଲେ । ଏହି କାର୍ଯ୍ୟକ୍ରମକୁ ଅମରେଶ୍ୱର ଶୀତଳ ଷଷ୍ଠୀ କମିଟିର ମହେନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ନାୟକ, ମହେନ୍ଦ୍ର କୁମାର ରାଉତ, ପୌରସଭ୍ୟ ନିରାକାର ସ୍ୱାଇଁ, ସାମ୍ବାଦିକ ପରେଶ ଦାସ, ଆଇନଜୀବୀ ପ୍ରକାଶ ସାମଲ, ସେବକ ହିମାଂଶୁ ପଣ୍ଡା, ଶୁଭ୍ରାଂଶୁ ଜେନା, ସୁକୁମାର ଚାନ୍ଦ, ଗୁନା ମଲ୍ଲିକ, ବୁନା ବରାଳ ପ୍ରମୁଖ ପରିଚାଳନା କରିଥିଲେ ।

Next Post

ଯାହାର ପାଦଛୁଇଁ ଆଶୀର୍ବାଦ ନେଇଥିଲେ ପ୍ରଧ।।ନ ମନ୍ତ୍ରୀ ମୋଦି, ସେ ଜରି ମାଉସୀ ଆଜି ଆର ପାରିରେ

Sun Jun 1 , 2025
କେନ୍ଦ୍ରାପଡ଼ା,୧/୬-ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କେନ୍ଦ୍ରାପଡାର କମଳା ମହାରଣା ତଥା ସମସ୍ତଙ୍କର ପ୍ରିୟ ଜରି ମାଉସୀଙ୍କର ପରଲୋକ ଘଟିଛି । ଗତ ମେ’ ୨୮ରେ ଘରେ ଗୋଡ଼ ଖସିଯିବାରୁ ଆହତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading