ଲଗାଣ ବର୍ଷା ବିତ୍ପାତ , ସହର ଜଳାର୍ଣ୍ଣବ, ବିଗିଡିବ ଦୁର୍ଗାପୂଜା ମାହୋଲ

blank
ପଟ୍ଟାମୁଣ୍ଡାଇ ୨୭/୯- କେନ୍ଦ୍ରାପଡା ଜିଲାର ଭାଇଚାରା ସହର ପଟ୍ଟାମୁଣ୍ଡାଇରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ଶାରଦୀୟ ଦୂର୍ଗା ପୂଜା ଉତ୍ସବକୁ ମିଳିତ ଭାବେ ବିପୁଳ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି । ମାତ୍ର ଲଘୁଚାପଜନିତ ଲଗାଣ ବର୍ଷା ସବୁ କିଛି ପାଣିରେ ପକାଇ ଦେଇଛି । ଶାରଦୀୟ ଦୂର୍ଗା ପୂଜା ଉତ୍ସବ ପାଇଁ ଘରେ ଘରେ ବନ୍ଧୁ ବାନ୍ଧବ ଓ କୁଣିଆଙ୍କ ଭିଡ଼ ଲାଗି ଥିବାବେଳେ ବର୍ଷକରେ ଥରେ ବିଭିନ୍ନ ବ୍ୟବସାୟ କରି ଲାଭବାନ ହେବା ପାଇଁ ଆଶା ରଖିଥିବା ବ୍ୟବସାୟୀମାନେ ଲଗାଣ ବର୍ଷା ଦେଖି ଆଶଙ୍କାରେ ପଡିବା ସହିତ ଚିନ୍ତିତ ହୋଇପଡିଛନ୍ତି । ଅନ୍ୟପକ୍ଷରେ ପୌର ପ୍ରଶାସନ ପକ୍ଷରୁ ଉଠାଦୋକାନୀ ଉଛେଦ ହୋଇଥିବାରୁ ଭଙ୍ଗାରୁଜା କେବିନ ଟିଣ ପଡି ମାହୋଲକୁ ଆହୁରି ଖାଁ ଖାାଁ କରିଛି । ଲଗାଣବର୍ଷା ଯୋଗୁଁ ଫିକା ପଡି ବାକୁ ଯାଉଥିବା ପଟ୍ଟାମୁଣ୍ଡାଇ ଅଂଚଳର ଶାରଦୀୟ ପୂଜା ଉତ୍ସବକୁ ବିପୁଳ ଆନନ୍ଦ ଉଲ୍ଲାସର ପାଳନ କରିବା ପାଇଁ ଅରିକ୍ଷିତକୁ ଦଇବ ସାହା ନ୍ୟାୟରେ ଭଗବାନ ଭରସା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।
ଚଳିତବର୍ଷ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ପଟ୍ଟାମୁଣ୍ଡାଇ ସହରରେ ୨୭ଟି ମେଢ଼ ପୂଜା ଉତ୍ସବର ଶୋଭାବର୍ଦ୍ଧନ କରିବାଜୁ ଯାଉଛନ୍ତିା ପୂଜା ମାହୋଲକୁ ଅଧିକ ମନୋରମ ଓ ଆକର୍ଷଣୀୟ କରିବା ପାଇଁ ମିନା ବଜାର ଠାରୁ ଆରମ୍ଭ କରି ଅନେକ ମନୋରଞ୍ଜନକାରୀ ସଂସ୍ଥା ତାଙ୍କର ସରଞ୍ଜାମ ଧରି ପଟ୍ଟାମୁଣ୍ଡାଇରେ ହାଜର ହୋଇଛନ୍ତି । ସବୁ ଆଶା ଓ ସ୍ୱପ୍ନକୁ ପାଣି ଫୋଟକା ଭଳି ମେଳାଇ ଦେଇଛି ଲଗାଣ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ସହର ଜଳାର୍ଣ୍ଣବ ହୋଇ ପଡିବା ସହିତ ସହରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ସୁଅ ଛୁଟୁଛି । ସତେ ଯେମିତି ଶାରଦୀୟ ଦୁର୍ଗା ପୂଜା ଉତ୍ସବ ଉପରେ ପ୍ରକୃତି ଦାଉ ସାଜିଛି । ପଟ୍ଟାମୁଣ୍ଡାଇ ସହରର ଅନେକ ରାସ୍ତା ଘାଟରେ ବର୍ଷା ପାଣି ଭରି ରହିଛି । ଏଥି ସହିତ ହସ୍ପିଟାଲ ଛକ ଠାରୁ ପଟ୍ଟାମୁଣ୍ଡାଇ କଲେଜ ରୋଡ଼ ଖାଦିମ ସୋ ରୁମ ସମ୍ମୁଖ ରାସ୍ତା ଓ ସରକାରୀ ବାଳିକା ହାଇସ୍କୁଲ ରାସ୍ତାରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ପଟ୍ଟାମୁଣ୍ଡାଇ ଯଜ୍ଞ ପଡିଆରେ ମିନା ବଜାର ପଡିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଯଜ୍ଞ ପଡିଆ ବର୍ଷା ପାଣିରେ ବୁଡି ରହିଥିବାରୁ ମିନା ବଜାର ପଡିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ସହରରୁ ଜଳ ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

Next Post

ପଟ୍ଟାମୁଣ୍ଡାଇରୁ ଜିଲା ବିଜ୍ଞାନ କେନ୍ଦ୍ର ସ୍ଥାନାନ୍ତର ପାଇଁ ଚକ୍ରାନ୍ତ , ବିଧାନସଭାରେ ବିରୋଧ କଲେ ବିଧାୟକ

Sat Sep 27 , 2025
ପଟ୍ଟାମୁଣ୍ଡାଇ ୨୭/୯ -କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନ ନଗର ପଂଚାୟତ ବନ୍ତୋ ଠାରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଉଦ୍ୟମକ୍ରମେ ଏକ ଜିଲା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଗତ ସରକାର ସମୟରେ ନୀତିଗତ ନିଷ୍ପତି ନିଆଯାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡ଼ିଓ କନଫରେନ୍ସ ଯୋଗେ ଜିଲା ବିଜ୍ଞାନକେନ୍ଦ୍ରର ଶୁଭ ଦେଇଥିଲେ । ଏହା ପରେ ବିଜ୍ଞାନକେନ୍ଦ୍ର କାର୍ଯ୍ୟ ଆରମ୍ଭ କରାଯାଇଥିଲା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading