- ସରକାରୀ ରାସ୍ତାରେ ବେଆଇନ ଗୃହ ନିର୍ମାଣ ପ୍ରତିବାଦରେ ଅନଶନ
- ଭିତିହିନ ଅନଶନ ବିରୋଧରେ ଶତାଧିକ ଗ୍ରାମବାସୀ
- ସାମୁହିକ ସ୍ୱାର୍ଥ ସମ୍ବଳିତ ସ୍ୱଚ୍ଛ ଘର ନିର୍ମାଣ ପାଇଁ ତହସିଲଦାରଙ୍କୁ ଦାବିପତ୍ର

ପଟ୍ଟାମୁଣ୍ଡାଇ ୬/୮ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ମଳିପୁର ଗ୍ରାମରେ ଥିବା ଶନିଦେବ ମନ୍ଦିର ପାଖ ସରକାରୀ ରାସ୍ତା କଡରେ ବେଆଇନ ଗୃହ ନିର୍ମାଣ (ସରକାରୀ ଗୋଷ୍ଟି ଶୌଚାଳୟ) କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଗୁରୁବାର ତୀବ୍ର ରୂପ ଧାରଣ କରିଛି। ବାରମ୍ବାର ଅଭିଯୋଗ ପରେ ପ୍ରଶାସନିକ ନିଷ୍କ୍ରିୟତା ପ୍ରତିବାଦକୁରେ ବୁଧବାରଠାରୁ ଗ୍ରାମର କେତେକ ଯୁବକ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଅନଶନରେ ବସିଛନ୍ତି । ମାତ୍ର ଏହାର ଜବାବରେ ଗୁରୁବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ତହାସିଲଦାରଙ୍କୁ ଭେଟି ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ସମ୍ବଳିତ ଗୋଷ୍ଠୀ ଶୌଚାଳୟ ନିର୍ମାଣକୁ ଅନଶନକାରୀ ବିରୋଧ କାରିବାକୁ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଉଭୟ ପକ୍ଷଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ଘଟଣାର ସମାଧାନ ପାଇଁ ତହସିଲଦାର ସ୍ୱୟଂ ଧାରଣା ସ୍ଥଳକୁ ଯାଇ ଅନଶନରତ ଯୁବକମାନଙ୍କ ସହ ଆଲୋଚନା କରି ବିଫଳ ହୋଇଛନ୍ତି ।

ଅନଶନକାରୀ ମାନେ କହିବା ଅନୁଯାଇ ମାଳିପୁର ଗ୍ରାମର ଶନି ମନ୍ଦିର ରାସ୍ତାରେ ୧୬ ନଂ କେନାଲ ନିକଟରୁ ବନ୍ୟା ବନ୍ଧ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା କିସମର ପ୍ଲଟ ଉପରେ ବେଆଇନ ଭାବରେ ଦୁଇ ବଖରା ପକ୍କା ଘର ନିର୍ମାଣ କାର୍ଯ୍ୟ ଚାଲିଛି । ଯାହା ଓଡ଼ିଶା ଜମି ଜବରଦଖଲ ଉଚ୍ଛେଦ ଆଇନ ଅନୁସାରେ ସମ୍ପୂର୍ଣ୍ଣ ବେଆଇନ ଓ ଦଣ୍ଡନୀୟ। ଏଥିନେଇ ବାରମ୍ବାର ତହସିଲରେ ଅଭିଯୋଗ କରିଆସୁଥିଲୁ। ମାତ୍ର ଏହି ଅଭିଯୋଗ ଉପରେ ତହସିଲଦାର କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଫଳରେ ସେମାନେ ସେଠାରେ ଗୋଷ୍ଠିଶୌଚାଳୟ ଫଳକ ଲାଗାଇ କାମକରି ଚାଲିଛନ୍ତି । ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ଗ୍ରାମର କେତେଜଣ ଯୁବକ ବୁଧବାର ଠାରୁ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଅନଶନରେ ବସିରହିିଛନ୍ତି । ଅନ୍ୟପଟେ ଗୁରୁବାର ଏହି ଅନଶନକୁ ସମ୍ପୂର୍ଣ୍ଣ ଭିତିହୀନ ଓ ଆକ୍ରୋଶମୂଳକ ଦର୍ଶାଇ malipur ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ତହସିଲ କାର୍ଯ୍ୟାଳୟରେ ପହଁଚିଥିଲେ। ଗ୍ରାମବାସୀମାନେ ତହସିଲଦାରଙ୍କୁ ସାକ୍ଷାତ କରି ଅନଶନରତ ଯୁବକମାନଙ୍କ ବିରୋଧରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର ଶନିମନ୍ଦିର ବେଢ଼ା ପାର୍ଶ୍ୱରେ ସରକାରୀ ଅନୁଦାନରେ ଏକ “ସ୍ୱଚ୍ଛ ଘର’ ନିର୍ମାଣ କରାଯାଉଛି । ଯାହା ଗ୍ରାମବାସୀଙ୍କ ହିତ ସହିତ ଅନ୍ୟ ଗ୍ରାମରୁ ଆସୁଥିବା ମହିଳା ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ। ମାତ୍ର ଅନଶନକାରୀ ଯୁବକମାନେ ଏହି ସରକାରୀ ଉନ୍ନୟନମୂଳକ କାର୍ଯ୍ୟକୁ ଅକାରଣରେ ବିରୋଧ କରି ଗ୍ରାମର ବିକାଶରେ ବାଧା ସୃଷ୍ଟି କରୁଛନ୍ତି। ସ୍ଥିତିର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ ଧାରଣା ସ୍ଥଳକୁ ଯାଇ ଅନଶନରତ ଯୁବକମାନଙ୍କ ସହ ଆଲୋଚନା କରିଥିଲେ। ଆଇନଗତ ପ୍ରକ୍ରିୟା ଏବଂ ନିର୍ମାଣ କାର୍ଯ୍ୟର ଯାଂଚ ସମ୍ପର୍କରେ ବୁଝାସୁଝା କରିବା ସହ ଅନଶନରୁ ଓହରିଯିବା ପାଇଁ ଅନୁରୋଧ କରିଥିଲେ। ମାତ୍ର ଅନଶନକାରୀମାନେ ତହସିଲଦାରଙ୍କ କଥାକୁ ନମାନି ତାଙ୍କ ସହ ବିଭିନ୍ନ ସମୟରେ ହୋଇଥିବା ଘଟଣା ଯାଥା ରାସ୍ତାରେ ଲାଇଟ ଲାଗା ଯୁକ୍ତି ନେଇ ତର୍କ କରିଥିଲେ ଏବଂ ନିଜ ଦାବିରେ ଅଟଳ ରହି ଧାରଣା ଜାରି ରଖିଛନ୍ତି। ଏହି ନିର୍ମାଣ ବାବଦରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲକୁ ପଚାରିବାରେ ସେ କହିଲେ ଶନି ମନ୍ଦିରକୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ମନ୍ଦିର ନିକଟରେ କୌଣସି ଶୌଚାଳୟ ନଥିବାରୁ ସ୍ଥାନୀୟ ଗ୍ରାମବାସୀ ଓ ପଂଚାୟତ ପକ୍ଷରୁ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା । ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ସରକାରୀ ଅନୁଦାନରେ ସରକାରୀ ଜମିରେ ଏହି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଛି ବୋଲି ପ୍ରକାଶ କରିଥିଲେ ।
