ଅବସରପ୍ରାପ୍ତ ଶିକ୍ଷକ ବିଇଓଙ୍କ କାର୍ଯ୍ୟାଳୟ ଆଗରେ ଦେଲେ ଧାରଣା

blank
କେନ୍ଦ୍ରାପଡ଼ା,୮ା୫:କେନ୍ଦ୍ରାପଡ଼ା ଜିଲାରେ କାର୍ଯ୍ୟ କରି ଅବସର ନେଇଥିବା ପ୍ରାଥମିକ ଶିକ୍ଷକମାନଙ୍କ ବେତନରୁ ଭବିଷ୍ୟନିଧି ପାଣ୍ଠି ପାଇଁ ଯେଉଁ ଅର୍ଥ କଟା ଯାଇଥିଲା ତାହା ୨୨ ବର୍ଷ ପରେ ମଧ୍ୟ ସେମାନଙ୍କୁ ମିଳିନ ଥିବାରୁ ଶୁକ୍ରବାର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେବା ନିବୃତ୍ତ ଶିକ୍ଷକମାନେ ଧାରଣା ଦେଇଛନ୍ତି। ଏହି ଅବସରରେ ଶିକ୍ଷକ ନେତା କାଶୀନାଥ ରାଉତରାୟ କହିଲେ ବକେୟା ବାବଦକୁ ୧୫୦ରୁ ଅଧିକ ଶିକ୍ଷକ ୫୦ ଲକ୍ଷ ଟଙ୍କା ପାଇବେ। ସେମାନେ ଯେଉଁ ଅର୍ଥରାଶି ଜମା କରିଥିଲେ ସେ ନେଇ ବିଲ ଆମାଉଣ୍ଟ, ଜିପିଏଫ ସେଡ୍ୟୁଲ, ଟିଭି ନମ୍ବର, ବିଲ ନମ୍ବର ଇତ୍ୟାଦି ଭବିଷ୍ୟନିଧି ପାଣ୍ଠିରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଜମା କରୁ ନାହିଁଁ। ଏହି ଅର୍ଥ ଲେଖା ନିୟନ୍ତ୍ରକଙ୍କ ପାଣ୍ଠିରେ ମିସ କ୍ରେଡିଟ୍ ହୋଇ ରହି ଯାଇଛି। ଫଳରେ ୨୨ ବର୍ଷରୁ ଅଧିକ ସମୟ ହେବ ଅବସର ନେଇଥିବା ଶତାଧିକ ଶିକ୍ଷକ ସେମାନଙ୍କ ବକେୟା ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ଅବସରପ୍ରାପ୍ତ ଶିକ୍ଷକମାନେ କେନ୍ଦ୍ରାପଡ଼ା ବ୍ଲକ ସେବା ନିବୃତ୍ତ ପ୍ରାଥମିକ ଶିକ୍ଷକ ସଂଘ ଜରିଆରେ ବାରମ୍ବାର ଲେଖା ନିୟନ୍ତ୍ରଣ(କଣ୍ଟ୍ରୋଲର ଅଫ ଆକାଉଣ୍ଟସ)ଙ୍କ ନିକଟରେ ଗୁହାରି କଲେ ମଧ୍ୟ ସେମାନଙ୍କ କଥା କେହି ଶୁଶୁ ନାହାଁନ୍ତି। ଗତ ମାର୍ଚ୍ଚ ୨୦ ତାରିଖରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ୧୫୦ରୁ ଊର୍ଦ୍ଧ୍ୱ ଅବସରପ୍ରାପ୍ତ ଶିକ୍ଷକ ଉପସ୍ଥିତ ରହି ନିଜର ସମସ୍ୟା ଅବଗତ କରିଥିଲେ। ହେଲେ ତାହାର ମଧ୍ୟ କୌଣସି ସମାଧାନ ହୋଇ ପାରିଲା ନାହିଁ। ଗତ ଏପ୍ରିଲ ୧୫ ତାରିଖରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକମାନେ ଉପସ୍ଥିତ ରହି ଡିଇଓଙ୍କୁ ସମସ୍ତ ଅଭିଯୋଗ ଜଣାଇଥିଲେ। ହେଲେ ଅବସରପ୍ରାପ୍ତ ଶିକ୍ଷକମାନେ ଜାଣିବାକୁ ପାଇଥିଲେ ଯେ ଡିଇଓଙ୍କ କାର୍ଯ୍ୟାଳୟରେ ସେମାନଙ୍କ ନଥି ଓ ଅନ୍ୟାନ୍ୟ କାଗଜପତ୍ର ଉପଲବ୍ଧ ନାହିଁ। ଏହାଦ୍ୱାରା ଅବସରପ୍ରାପ୍ତ ଶିକ୍ଷକମାନେ ସେମାନଙ୍କ କଷ୍ଟ ଅର୍ଜିତ ଅର୍ଥର ୫୦ ଲକ୍ଷ ଟଙ୍କା ପାଇ ପାରୁନାିାଁନ୍ତି। ତେଣୁ ଶିକ୍ଷକମାନଙ୍କର ଏହି ନ୍ୟାଯ୍ୟ ଦାବି ଆସନ୍ତା ୭ ଦିନ ମଧ୍ୟରେ ପୂରଣ ନ ହେଲେ ୧୫୦ ରୁ ଅଧିକ ଅବସରପ୍ରାପ୍ତ ଶିକ୍ଷକ ବିଇଓ(ବ୍ଲକ ଶିକ୍ଷାଧିକାରୀ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଏକ ପ୍ରେସ ବିବୃତ୍ତିରେ ଶିକ୍ଷକ ସଂଘର ଉପଦେଷ୍ଟା କାଶୀନାଥ ରାଉତରାୟ, ସଂପାଦକ ଶୈଳବାଳା ସାମଲ, ସଭାପତି ଭାସ୍କର ଚନ୍ଦ୍ର ଦାଶ, ସଭ୍ୟ ଭ୍ରମରବର ରାଉତ, ମାନଗୋବିନ୍ଦ ପ୍ରଧାନ, କ୍ଷେତ୍ରମଣି ସାମଲଙ୍କ ସମେତ ଧାରଣା ଦେଇଥିବା ଶିକ୍ଷକମାନେ ମତବ୍ୟକ୍ତ କରିଥିଲେ। ଧାରଣା ସ୍ଥଳକୁ ବ୍ଲକ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ଆସି ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ଏହାସହ ଶିକ୍ଷକମାନଙ୍କ ସମସ୍ତ ଦାବି ଶୁଣା ଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

Next Post

ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଓ ଆଦର୍ଶ ଥାନାରେ ଶିଶୁ ଶୁରକ୍ଷା ନେଇ ‘ଜୁଭେନଟିକା ’ ଆଲୋଚନାଚକ୍ର

Fri May 8 , 2026
ପଟ୍ଟାମୁଣ୍ଡାଇ ୮/୫ -ୟୁନିସେଫ୍ ସହଯୋଗରେ ଓଡ଼ିଶା ପୋଲିସ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଭିସି ମାଧ୍ୟମରେ ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଓ ଆଦର୍ଶ ଥାନାରେ ‘ଜୁଭେନଟିକା–ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଡିଜିଟାଲ୍ ଦୁନିଆରେ ମହିଳା ଓ ଶିଶୁମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ଓ ସମ୍ଭାବନା ବିଷୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଶାସକ, ବରିଷ୍ଠ ପୋଲିସ ଅଧିକାରୀ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading