ଠିକାଦାରଙ୍କ ସମସ୍ୟା ସମାଧାନ ପାଇଁ ବୈଠକ

blank
କେନ୍ଦ୍ରାପଡ଼ା,୧୮ା୧:କେନ୍ଦ୍ରାପଡ଼ା ଜିଲା ଠିକାଦାର ସଂଘର ଏକ ବୈଠକ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଶ୍ୟାମସୁନ୍ଦରପୁରରେ ଥିବା ଚଣ୍ଡିଆ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି। ସଂଘର ଆବାହକ ଭୂବନମୋହନ ସିଂଙ୍କ ବୈଠକରେ ସଂଘର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିବା ବେଳେ ଅଧ୍ୟକ୍ଷତା କକରିଥିଲେ ସଂଘର ବରିଷ୍ଠ ସଦସ୍ୟ ଲିଆକତ ଅଲ୍ଲୀ। ଏହି ବୈଠକରେ ଠିକାଦାରମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ-୧ରେ ଏବେ ଯେଉଁ ସବୁ ଟେଣ୍ଡର ବାହାରିବ ତାହାକୁ ସିଡ୍ୟୁଲ ରେଟ୍‌ରେ ପକାଇବା ଉଚିତ। ଏହାଦ୍ୱାରା କାମର ମାନ ସଠିକ ରହିପାରିବ। ଫଳରେ ଯେଉଁ ଠିକାଦାର ଏହି କାମ କରିବ ତାହାକୁ ଲୋକେ ପ୍ରଶଂସା କରିବେ। ଏହାସହ ସରକାର ଓ ପ୍ରଶାସନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇପାରିବ। ଫଳରେ କାମର ମାନକୁ ନେଇ ସାଧରଣ ଜନତା ପ୍ରଶ୍ନ ଉଠାଇବେ ନାହିଁ ବୋଲି ବୈଠକରେ ଠିକାଦାରମାନେ ଆଲୋଚନା କରିଥିଲେ। ଯଦି କୌଣସି ଠିକାଦାର ସିଡ୍ୟୁଲ ରେଟ୍ ଠାରୁ କମ ମୂଲ୍ୟରେ ଟେଣ୍ଡର ପକାନ୍ତି ତାହା ହେଲେ ଜିଲା ଠିକାଦାର ସଂଘ ଏହାକୁ ବିରୋଧ କରିବ। କାରଣ ସଂପୃକ୍ତ ଏଜେନ୍ସୀ ସଠିକ ଭାବେ କାମ ନ କରି କାମର ମାନରେ ଠକାମୀ କରିବ। ଯାହାଦ୍ୱାରା ଜିଲାର ସମସ୍ତ ଠିକାଦାର ନିନ୍ଦିତ ହେବେ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ସୁବାସ ବଳ, ଜିତେନ୍ଦ୍ର କୁମାର ଜେନା, ସରୋଜକାନ୍ତ ସାମଲ, ବିବିନ ବିହାରୀ ଦାସ, ମାଧବ ସେଠୀ, ରତ୍ନାକର ପ୍ରଧାନ, ପ୍ରକାଶ ସ୍ୱାଇଁ, କୁଞ୍ଜ ବିହାରୀ ଦାସ, ରାଜୀବ ଗାନ୍ଧୀ, ଅଜୟ ନାୟକ ପ୍ରମୁଖ ବହୁ ଠିକାଦାର ଉପସ୍ଥିତ ଥିଲେ।

Next Post

ସାମାଜିକ ପରିବର୍ତନରେ ନାଟକର ଭୂମିକା ଓ ଗୁରୁତ୍ୱପୂର୍ଣ୍ଣ , ପଟ୍ଟାମୁଣ୍ଡାଇ କଲେଜ ୫୫ତମ ବାର୍ଷିକ ନାଟ୍ୟ ଉତ୍ସବ

Mon Jan 19 , 2026
ପଟ୍ଟାମୁଣ୍ଡାଇ ୧୯/୧ – ପଟ୍ଟାମୁଣ୍ଡାଇ କଲେଜର ୫୫ତମ ବାର୍ଷିକ ନାଟ୍ୟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡିଶାର ବିଶିଷ୍ଟ ନାଟ୍ୟକାର ଗଣେଶ ରାଉତ ମୁଖ୍ୟଅତିଥି, ଚଳଚିତ୍ର ଓ ନାଟ୍ୟ ନିର୍ଦେଶକ ଦେବ ପାତ୍ର ମୁଖ୍ୟବକ୍ତା ଓ ଯାତ୍ରା କଳାକାର ମୁନୁ ପଣ୍ଡା ଓ ଜୀବନ ଜ୍ୟୋତି ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମାଜିକ ପରିବର୍ତନରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading