ବିଶ୍ୱ ହିନ୍ଦୁପରିଷଦ ବଜରଙ୍ଗ ଦଳର ଅଖଣ୍ଡ ଭାରତ ଶପଥ

blank

ପଟ୍ଟାମୁଣ୍ଡାଇ ୨୧/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ରାଧା ରମଣ ମଠ ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିର ଠାରେ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ସଭାପତି ଦେବାଶିଷ ପଣ୍ଡାଙ୍କ ପୌରୋହିତ୍ୟରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଉପଦେଷ୍ଟା ଗୋପୀନାଥ ତ୍ରିପାଠୀ ଭାରତ ମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅଖଣ୍ଡ ଭାରତର ସ୍ୱପ୍ନ ସାକାର କରିବା ପାଇଁ ସଂଗଠନକୁ ଆହୁରି ଅଧିକ ଶୃଙ୍ଖଳିତ, ସଶକ୍ତ ଓ ସୁଦୃଢ଼ କରିବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଥିଲେ । ଭାରତକୁ ଅଖଣ୍ଡ ହିନ୍ଦୁରାଷ୍ଟ୍ର ଓ ବିଶ୍ୱଗୁରୁର ମାନ୍ୟତା ଦେବା ପାଇଁ ସମସ୍ତ କାର୍ଯ୍ୟକର୍ତା ତୃଣମୂଳ ସ୍ତରରେ ସମସ୍ତ ହିନ୍ଦୁ ଜନସାଧରଣଙ୍କ ନିକଟରେ ସଂଗଠନର ଲକ୍ଷ୍ୟ ଓ ଆଭିମୁଖ୍ୟ ପହଁଚାଇବା ସହିତ ସାଧାରଣ ଜନତାଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ନିମନ୍ତେ ବିଶ୍ୱହିନ୍ଦୁ ପରିଷଦ କେନ୍ଦ୍ରାପଡ଼ା ଜିଲା ସେବା ପ୍ରମୁଖ ତଥା ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ପ୍ରଭାରୀ ଲୋକନାଥ ଦାସ ଓ ଜିଲା ବିଶ୍ୱ ହିନ୍ଦୁ ପରିଷଦ ଉପସଭାପତି ତଥା ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ପ୍ରଭାରୀ ପ୍ରଦୀପ୍ତ କିଶୋର ନାୟକ ଯୋଗ ଦେଇ କାର୍ଯ୍ୟକର୍ତାମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ ।

Leave a Reply

Next Post

ବନ୍ୟା ବିପନ୍ନଙ୍କ ସେବା କରି ଆଖି ବୁଜିଲେ ଯୁବ କାର୍ଯ୍ୟକର୍ତା ; ବନ୍ୟା ପାଣିର ବୁଡି ନିଖୋଜ ଥିଲେ , ଶୁକ୍ରବାର ମୃତଦେହ ଉଦ୍ଧାର

Fri Aug 21 , 2026
ପଟ୍ଟାମୁଣ୍ଡାଇ ୨୧/୮ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଂଚାୟତର ନାହିଆଡ଼ିଆ ଗ୍ରାମରେ ଏକ ଶୋକାକୁଳ ଓ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ବିପନ୍ନଙ୍କୁ ସାହାଯ୍ୟ କରି ଫେରୁଥିବା ବେଳେ ବନ୍ୟା ପାଣିର ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ଥିବା ୩୫ ବର୍ଷୀୟ ଯୁବକ ଅନିର୍ବାଣ ବିଶ୍ୱାଳଙ୍କ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଅନିର୍ବାଣ ଦୀର୍ଘ ଦିନ ଧରି ଭାରତୀୟ ଜନତା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading