
କେନ୍ଦ୍ରାପଡ଼ା,୧୯ା୮:କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଥାନାର ୯ଜଣ ଇନ୍ସପେକ୍ଟରଙ୍କୁ ବିଭିନ୍ନ ଥାନାକୁ ବଦଳି କରାଯାଇଛି। ସୂଚନାନୁଯାୟୀ ରାଜକନିକା ଥାନାର ଅତିରିକ୍ତ ଆଇଆଇସି ବିଶ୍ୱଭୂଷଣ ସାହାଣୀଙ୍କୁ ତାଳଚୁଆ ସାମୁଦ୍ରିକ ଥାନାକୁ ଆଇଆଇସି ଭାବେ ବଦଳି କରାଯାଇଥିବା ବେଳେ ଜିଲ୍ଲା ପୋଲିସ ହେଡକ୍ୱାଟରରେ ଥିବା ଇନ୍ସପେକ୍ଟର୍ ପ୍ରଦୀପ୍ତ କୁମାର କାନୁନ୍ଗୋଙ୍କୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଆଇଆଇସି ଭାବେ ବଦଳି ହୋଇଛି। ତନ୍ତିଆପାଳ ସାମୁଦ୍ରିକ ଥାନା ଆଇଆଇସି ରତିରଞ୍ଜନ ନାୟକଙ୍କୁ ରାଜନଗର ଥାନା ଆଇଆଇସି ଭାବେ ବଦଳି ହୋଇଥିବା ବେଳେ ରାଜନଗର ଥାନା ଆଇଆଇସି ନରେଶ କୁମାର ସାହୁଙ୍କୁ ତନ୍ତିଆପାଳ ସାମୁଦ୍ରିକ ଥାନା ଆଇଆଇସି ଭାବେ ବଦଳି ହୋଇଛି। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କୁ ମହାକାଳପଡ଼ା ଥାନା ଆଇଆଇସି ଭାବେ ବଦଳି ହୋଇଥିବା ବେଳେ ମହାକାଳପଡ଼ା ଆଇଆଇସି ମାନସ ରଞ୍ଜନ ମଲ୍ଲିକଙ୍କୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ଭାବେ ବଦଳି କରାଯାଇଛି। ସାଇବର ସେଲ୍ ଇନ୍ସପେକ୍ଟର୍ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କୁ ଅତିରିକ୍ତ ଆଇଆଇସି ଭାବେ ଟାଉନ୍ ଥାନାକୁ ବଦଳି କରାଯାଇଛି। ଟାଉନ୍ ଥାନାର ଅତିରିକ୍ତ ଆଇଆଇସି ନିଲମ ସୋରେନ୍ଙ୍କୁ ପାଟକୁରା ଥାନାର ଅତିରିକ୍ତ ଆଇଆଇସି ଭାବେ ବଦଳି କରାଯାଇଛି। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇଆଇସି ଶ୍ରୀକାନ୍ତ ବାରିକଙ୍କୁ ସାଇବର୍ ସେଲ୍ ଥାନାକୁ ବଦଳି କରାଯାଇଛି। ସେହିପରି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଏସଆଇ ପ୍ରିତିଲତା ଲାଲଙ୍କୁ ସଦର ଥାନାକୁ ବଦଳି କରାଯାଇଥିବା ବେଳେ ମାର୍ଶାଘାଇ ଥାନାର ଏସଆଇ ପ୍ରବୀଣ କୁମାରଙ୍କୁ ରାଜନଗର ଥାନାକୁ ବଦଳି କରାଯାଇଛି। ରାଜନଗର ଥାନାର ଏସଆଇ ଚନ୍ଦ୍ରିକା ମହାପାତ୍ରଙ୍କୁ ମାର୍ଶାଘାଇ ଥାନାକୁ, ସଦର ଥାନାର ଏସଆଇ ଶିବରାମ ସ୍ୱାଇଁଙ୍କୁ ଚାନ୍ଦୋଳ ଫାଣ୍ଡିକୁ, କେନ୍ଦ୍ରାପଡା ମୁଖ୍ୟାଳୟରେ ଥିବା ଏସଆଇ ଅନୂସ୍ୱୟା ନାୟକଙ୍କୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାକୁ ଓ ମାର୍ଶାଘାଇ ଥାନାର ଏସଆଇ ଝରଣା ପ୍ରଧାନଙ୍କୁ ପୋଲିସ ରିଜର୍ଭ ଅଫିସକୁ ବଦଳି କରାଯାଇଛି। ସେହିପରି ପାଟକୁରା ଥାନାର ଏଏସଆଇ ରେବତୀ ପରିଡାଙ୍କୁ ରାଜନଗର ଥାନାକୁ, ଜମ୍ବୁ ସାମୁଦ୍ରିକ ଥାନାର ଏଏସଆଇ ସଞ୍ଜୀବ କୁମାର ଖଟୁଆଙ୍କୁ ରାଜନଗର ଥାନାକୁ, ଚାନ୍ଦୋଳ ଫାଣ୍ଡିର ଏଏସଆଇ ହରେକୃଷ୍ଣ ନନ୍ଦଙ୍କୁ ରାଜକନିକା ଥାନାକୁ,ଜମ୍ବୁ ସାମୁଦ୍ରିକ ଥାନାର ଏଏସଆଇ ବାପୁଜୀଶେଖର ପଲାଇଙ୍କୁ ସଦର ଥାନାକୁ, ଆଳି ଥାନାର ଏଏସଆଇ ରଶ୍ମୀରଞ୍ଜନ ଗ୍ରହାଚାର୍ଯ୍ୟଙ୍କୁ ଜମ୍ବୁ ସାମୁଦ୍ରିକ ଥାନାକୁ, ରାଜନଗର ଥାନାର ଏଏସଆଇ ସଞ୍ଜିତ କୁମାର ନାୟକଙ୍କୁ ଆଳି ଥାନାକୁ, ରାଜନଗର ଥାନାର ଏଏସଆଇ ବୈକୁଣ୍ଠନାଥ ପାଢୀଙ୍କୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ, ନିକିରାଇ ଥାନାର ଏଏସଆଇ ସଂଗୀତା ମହାପାତ୍ରଙ୍କୁ ସଦର ଥାନାକୁ ଓ ସଦର ଥାନାର ଏଏସଆଇ ବିଜୟଲକ୍ଷ୍ମୀ ନନ୍ଦଙ୍କୁ ନିକିରାଇ ଥାନାକୁ ବଦଳି କରାଯାଇଛି।
