ପଟ୍ଟାମୁଣ୍ଡାଇ ୫/୯ -ପଟ୍ଟାମୁଣ୍ଡାଇ ଓକିଲ ସଙ୍ଘ ପକ୍ଷରୁ ଭାରତର ରାଷ୍ଟ୍ରପତି ଡ଼କ୍ଟର ରାଧାକ୍ରୀଷ୍ଣାଙ୍କ ଜନ୍ମଜୟନ୍ତୀ ଶୁକ୍ରବାର ପାଳିତ ହୋଇଯାଇଅଛି । ଏହି ଅବସରରେ ଓକିଲ ସଙ୍ଘ କାର୍ଯ୍ୟାଳୟରେ ଡ଼କ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣାଙ୍କ ଫଠୋଚିତ୍ରରେ ପୁଷ୍ପମାଲ୍ୟ ଅଳ୍ପଣ କରାଯାଇଥିଲା । ପରେ ଡ଼କ୍ଟର ରାଧାକ୍ରୀଷ୍ଣାଙ୍କ ଜୀବନ ଉପରେ ସଂଘର ପକ୍ଷରୁ ଆଲୋଚନା କରାଯାଇଥିଲା । ୧୮୮୪ ମସିହା ଡିସେମ୍ବର ୩ ତାରିଖରେ ସେ ବିହାରର ଜିରାଦେଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର […]
ପଟ୍ଟାମୁଣ୍ଡାଇ ତା ୫/୯-ସମ୍ପ୍ରତି ବାରମ୍ବାର ଲଘୁ ଚାପଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତରେ ଚଳିତବର୍ଷର ୪ର୍ଥ ବନ୍ୟା ଜଳ ପ୍ରବେଶ କରିଛି । ପଟ୍ଟାମୁଣ୍ଡାଇ ବ୍ଲକର ଦୁର୍ଗମ ଅଂଚଳ ସିଂହଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇ ପଡିଛି ସିଂହଗାଁ ଲୋକମାନଙ୍କ ଯାତାୟାତ […]
କେନ୍ଦ୍ରାପଡ଼ା,୫ା୯:ଗ୍ରୀନ ଡେଭଲପମେଣ୍ଟ ଫାଉଣ୍ଡେସନ ଏବଂ ଓଡିଶା ପ୍ରଗତି ମଞ୍ଚ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଆନନ୍ଦମାର୍ଗ ବିଦ୍ୟାଳୟ ପରିସରରେ ଦଶମ ରାଜ୍ୟ ସ୍ତରୀୟ ଆଦର୍ଶ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଉଭୟ ଅନୁଷ୍ଠାନର ଅଧ୍ୟକ୍ଷ ପରିବେଶବିତ ସନ୍ତୋଷ କୁମାର ଜେନା ସଭାପତିତ୍ୱ କରି ଦେଶର ଆଗାମୀ କାଲିର ଭବିଷ୍ୟତଙ୍କୁ ଗଠନ କରିବାରେ ଜଣେ ଗୁରୁଙ୍କର ପ୍ରମୁଖ ଭୂମିକା ରହିଛି ବୋଲି […]
କେନ୍ଦ୍ରାପଡ଼ା,୫ା୯:କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲାପାଳ ରଘୁରାମ ଆର.ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଜଣେ ଆଦର୍ଶ ଶିକ୍ଷକ ହେବାକୁ ଆହ୍ୱାନ ଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର […]
କେନ୍ଦ୍ରାପଡ଼ା,୫ା୯:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡେପୁଟି ନର୍ସିଙ୍ଗ ସୁପରିନଟେଣ୍ଡେଣ୍ଟ ବାସନ୍ତି ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଏକ ସଭା ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ଼ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ମନୋରଞ୍ଜନ ରାଉତ, ଏ. ଡ଼ି. ଏମ. ଓ.଼ ମେଡିକାଲ ଡା଼. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ସଚ୍ଚିଦାନନ୍ଦ ମିଶ୍ର, […]
କେନ୍ଦ୍ରାପଡ଼ା,୫ା୯:କେନ୍ଦ୍ରାପଡା ଉପକାରାଗାରାକୁ ପରଦର୍ଶନ କରିଛନ୍ତି ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. କଳ୍ପନା ମଲ୍ଲିକ। ବାରିମୂଳସ୍ଥିତ ଉପକାରାଗାରରେ ପହଞ୍ଚିବା ପରେ ଜେଲ ଅଧୀକ୍ଷକ ସୁନିଲ କୁମାର ପାତ୍ର ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. ମଲ୍ଲିକଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ସଦସ୍ୟା ଡ. ମଲ୍ଲିକ ଉପକାରାଗାରର ପ୍ରାୟ ୪୦ଜଣ ବିଚାରାଧିନ କଏଦୀ ଅନ୍ତେବାସୀ ମହିଳାମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କୁ ଉପଯୁକ୍ତ ଖାଦ୍ୟ, […]
କେନ୍ଦ୍ରାପଡ଼ା,୪ା୯:ବର୍ତ୍ତମାନ ସମସ୍ତ ଯୁବପିଢି ଓଡ଼ିଶାର ପରମ୍ପରାକୁ ଭୁଲି ବିଦେଶୀ ସଂସ୍କୃତିକୁ ଆପଣେଇ ନେଉଥିବା ବେଳେ ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ (ଓକା)ର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ପରମ୍ପରାକୁ ଆଗେଇନେବା ଲାଗି ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ସ୍ୱର ମହ୍ଳାର କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ […]
ପଟ୍ଟାମୁଣ୍ଡାଇ ୪/୯ -କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ କାର୍ଯ୍ୟକ୍ରମ ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ, କେନ୍ଦ୍ରାପଡ଼ା ଜିଲା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଗୋପୀନାଥ ପଲାନିଆନ୍ନନ ଯୋଗଦେଇ କଂଗ୍ରେସ ଦଳର ସଂଗଠନ ଅଭିବୃଦ୍ଧି ପାଇଁ ଦଳୀୟ ନେତା ଓ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ । ଜିଲା ସଭାପତି ଚୟନ ପାଇଁ ମତାମତ […]
କେନ୍ଦ୍ରାପଡ଼ା,୪ା୯:ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ ଏକ ମଣ୍ଡଳ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ତଥା ମଦ୍ରାସାର ପ୍ରଧାନ ଶିକ୍ଷକମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସହିତ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନ ପାଇଁ ‘ସିଦ୍ଧି ଓ ଲକ୍ଷ୍ୟ’ ନାମକ ଏକ ବ୍ଲୁପ୍ରିଣ୍ଟର […]
ପଟ୍ଟାମୁଣ୍ଡାଇ ୪/୯ – ପଟ୍ଟାମୁଣ୍ଡାଇ ସହର ଗତ କିଛି ଦିନ ହେବ ଅଶାନ୍ତ ହୋଇପଡିଛି । ସାମାନ୍ୟ ଘଟଣାକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହୋଇଛି । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଉଭୟ ପକ୍ଷର ୪ଜଣଙ୍କୁ କୋର୍ଟ ଚାଲାଣ କରାଇଛି । ଏହି ଘଟଣାକୁ ସାମ୍ପ୍ରଦାୟିକ ଗଣ୍ଡଗୋଳରେ ପରିଣତ କରିବା ପାଇଁ କେତେକ ଅସାମାଜିକ ତତ୍ୱ ଶଡଯନ୍ତ୍ର କରିବା ଘଟଣା ପୋଲିସ ନଜରକୁ […]

