ଜମି ଜବରଦଖଲକାରୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ , ଜମି ଫେରାଅ, ନହେଲେ ଦେବେ ଉଚ୍ଛେଦ ଖର୍ଚ୍ଚ’

  • ପଟ୍ଟାମୁଣ୍ଡାଇ ପୌରାଂଚଳରେ ପ୍ରଭାବଶାଳୀଙ୍କ କବଜାରେ ସରକାରୀ ଜାଗା
  • ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମାନୁନାହାଁନ୍ତି ଅଧିକାରୀ

blank

ପଟ୍ଟାମୁଣ୍ଡାଇ ୧୧/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବହୁ ମୂଲ୍ୟବାନ ସରକାରୀ ଜମି ପ୍ରଭାବଶାଳୀଙ୍କ କବଜାରେ ରହିଛି। ସରକାରଙ୍କ ବାରମ୍ବାର ତାଗିତ ସ୍ୱତେ ମଧ୍ୟ ଏମାନେ ସରକାରୀଜମିକୁ ବର୍ଷ ବର୍ଷ ଧରି ନିଜ ଆୟତରେ ରଖି ଘରବାରି କରିବା ସହ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରିଛନ୍ତି। ମାତ୍ର ତହସିଲ ନିକଟରେ ସରକାରୀ ଜମିର ପ୍ରମାଣ ଅଭାବରୁ ଉଚ୍ଚେଦ କରାଯାଇପାରୁନାହି । ଫଳରେ ପ୍ରଭାବଶାଳୀ ମାନେ ପଟ୍ଟାମୁଣ୍ଡାଇ ଅଂଚଳର ପରିବହନ, ଗୃହରାସ୍ତାବିଭାଗ, ବିଦ୍ୟୁତ ବିଭାବ ଜଗା ସମେତ ପୁରୁଣା ଗୋବରୀ ନଦୀ, ନୟନଜୋରୀ, କେନାଲ ଓ ରାଜସ୍ୱ ବିଭାଗର ମୁଲ୍ୟବାନ ଜାଗା ନିଜନାମକୁ ନେଇ ବିକ୍ରୀପଟ୍ଟା କରିଚାଲିଛନ୍ତି ।ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଗୁରୁବାର ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କ ଉପରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡା ଚେତାବନୀ ଅଂଚଳରବାସୀଙ୍କ ମନରେ ଆସ୍ୱସ୍ତୀ ପ୍ରକାଶ ପାଇଛି ।
ଗୁରୁବାର ଅପରହ୍ନରେ ଗଣମାଧ୍ୟମକୁ ପ୍ରତିକ୍ରୀୟାଦେଇ ରାଜସ୍ୱ ମନ୍ତ୍ରୀ କହିଥିଲେ ଯେ ପ୍ରଭାବଶାଳୀ ଜବରଦଖଲକାରୀମାନଙ୍କ ନିକଟରେ ଧନ ସମ୍ପତିି, ପର୍ଯ୍ୟାପ୍ତ ଥାଇ ସେମାନେ ଲୋଭରେ ଜବରଦଖଲ କରିଛନ୍ତି । ସେମାନଙ୍କ ଠାରୁ ଜବରଦଖଲ ଜମି ସରକାର ଛଡ଼ାଇ ନେବେ । ସମୟ ଅଛି ସରକାରୀ ଜମି ଫେରାଇ ଦିଅନ୍ତୁ । ନହେଲେ ଉଚ୍ଛେଦ ପ୍ରକ୍ରିୟାରେ ହେବାକୁ ଥିବା ଖର୍ଚ୍ଚ ଅର୍ଥ ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କ ଠାରୁ ଆଦାୟ କରାଯିବ । ଯିଏ ବାଧକ ସାଜିବ ସେମାନଙ୍କୁ ଦଣ୍ଡିତ କରାଯିବ । ଆବଶ୍ୟକତା ପାଇଁ ଭୂମିହୀନ ଗରିବ ଜବରଦଖଲ କରିଥିଲେ ୪ ଡିସିମିଲ୍‌’ଜାଗା ପାଇବେ । ଭାଜପା ସରକାର ଆସିବା ପରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ଜବରଦଖଲ ମୁକ୍ତ କରିବାକୁ ବିଭାଗ କାମ କରୁଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ଯାହାକୁ ନେଇ ଜଣେ ଅବସରପ୍ରାପ୍ତ ତହସିଲ କର୍ମଚାରୀ ନିଜନାମ ଗୋପନ ରଖି କହିଛନ୍ତି ଜବରଦଖଲ ଉଛେଦପାଇଁ ବହୁ ନେତାମନ୍ତ୍ରୀ ଭାଷଣବାଜୀ କରୁଛନ୍ତି । ନୂତନ ସରକାର ଗଠନ ଦିନରୁ ଜବରଦଖଲ ଉଛେଦନେଇ ପଦକ୍ଷେପ ନିଆଯଅଇଛି । ଗତ ଅଗଷ୍ଟରେ ଜବରଦଖଲ ଜମି ୩ମାସ ମଧ୍ୟରେ ସରକାରୀ ଖାତାକୁ ଆଣିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏନେଇ ହାଇକୋଟ ବେଂଚରେ ମଧ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପକ୍ଷରଖିଥିଲେ। ହେଲେ ତାହାର କୌଣସି ଫଳପ୍ରଦ ହେଲାନାହିଁ । ତହସିଲ ପକ୍ଷରୁ ଉଛେଦପାଇଁ ନୋଟିସ କରାଯାଉଛି । ସେମାନେ ଉଚ୍ଚନ୍ୟାୟାଳରୁ ସ୍ଥଗିତାଦ୍ଧେଶ ଆଣି ପ୍ରକ୍ରୀୟାକୁ ବାଟବଣା କରୁଛନ୍ତି । ଜବରଦଖଲ ଥିବା ବିଭାଗୀୟ ଜାଗାକୁ ସରକାରୀ ଅଧିନକୁ ଆଣିବାକୁ ମାଲିମକଦ୍ଦମା ହେଉଥିଲେ ମଧ୍ୟ ପ୍ରମାଣ ଅଭାବରୁୁ ବାଦ ଦିଆଯାଇ ଜବରଦଖଲକାରୀଙ୍କ ସପକ୍ଷରେ ଆଦେଶ ହେଉଛି । ଏହିପରି ପଟ୍ଟାମୁଣ୍ଡାଇ ସହରରେ ସରକାରୀ ଜମି ଜବରଦଖଲ ବଢି ଚାଲିଛି । କେତେକ ଦୁନୀର୍ତୀ ଖୋର ଅଧିକାରୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ବହୁ ମୂଲ୍ୟବାନ ସରକାରୀ ଜମି ପ୍ରଭାଶାଳିମାନେ ଅବୈଧ ଭାବେ ଜବରଦଖଲରେ ରଖି ନିଜ ନାମକୁ କାରାଇ ମଲେମାଲ ହୋଇଚାଲିଛନ୍ତି । ଯେ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନର ଉଛେଦ ପାଇଁ ଆନ୍ତରିକତା ରହିବନାହିଁ ସେପର୍ଯ୍ୟନ୍ତ ପ୍ରଭାବଶାଳି ଜବରଦଖଲକାରୀଙ୍କୁ ହଟାଇବା ସମ୍ଭବ ହେବାନହିଁ ବୋଲି ସେ କହିଛନ୍ତି ।
ସାମଜିକକର୍ମୀ ପ୍ରବିର ନାୟକ, କ୍ଷୀରୋଦ ମଲିକ, ବୁୁଦ୍ଧିଜିବୀ ପ୍ରଫୁଲ୍ଲ ଦାଶ କୁହନ୍ତି ପଟ୍ଟାମୁଣ୍ଡାଇ ପୌରାଂଚଳରେ ସରକାରୀ ଜମି ଜବର ଦଖଲ ସ୍ଥିତି ସଂଗୀନ। କିଛି ପ୍ରଭାବଶାଳି ଲୋକ ଜମିଦାରଙ୍କ ଗୁମାସ୍ତା ମାଖନଲାଲ ଓ ଜମିଦାରଙ୍କ ପୁଅ ମାନଙ୍କ ଠାରୁ ହାତ ଲେଖା ଆଣି ଭୋଗଦଖଲ କରୁଥିଲେ । ପରେ ୧୯୩୫/୧୯୮୦ରେ ହୋଇଥିବା ବନ୍ଦୋବସ୍ତରେ ଚଂଚକତା କରି ସ୍ଥାନୀୟ ତହସିଲଦାର ଓ ଚକବନ୍ଦିର ଜଣେ କୌଉତିକିଆ ଅମିନକୁ ଧରି ଏକର ଏକର ସରକାରୀ ଜମି ନିଜନାମରେ କରାଇ ନେଇଛନ୍ତି। ବିଶେଷକରି ପୋତା ଗୋବରୀ ନଦୀ କିସମ ଥିବା ବେଳେ ଏହା କିପରି ନାମକୁ ହେଲା ତାହା ପ୍ରଶ୍ନବାଚ୍ଚୀ ସୃଷ୍ଠିକରିଛି । ଏସବୁ ସ୍ଥାନିୟ ପ୍ରଶାସନ ଜାଣି ମଧ୍ୟ ଅଜଣା ହୋଇ ରହୁଛି। ପଟ୍ଟାମୁଣ୍ଡାଇ, ବେଲତଳ , ଦକ୍ଷିଣଦୀଆ ପୋଖରିଆପଡା ମୌଜାର କେତେକ ସରକାରୀ ଜମି ଜବର ଦଖଲରେ ଅଛି । ଭୂଲେଖ ନକସାରେ ରଖିତ ଜମି ଥିବା ବେଳେ ତାହା ଏବେ ଜବରଦଖଲକାରିଙ୍କ କବଜାକୁ ଚାଲିଯାଇଛି । ଏହି ସବୁ ମୌଜାର ସରକାରୀ ଜମି ଶାବକ ଓ ହାଲ୍ ଖାତାକୁ ନିରୀକ୍ଷଣ କଲେ ସେଠାରେ ଜମି ଜାଲିଆତିର ପରଦା ଖୋଲିବ ବୋଲି ସେମାନେ କହିଛନ୍ତି ।

Next Post

କେନ୍ଦ୍ରାପଡା କଲେଜ ଜମି ପାଇଁ ପୁରାତନ ଛାତ୍ର ସଂସଦ ବୈଠକରେ ଉଦ୍‌ବେଗ

Sat Dec 13 , 2025
କେନ୍ଦ୍ରାପଡ଼ା,୧୩ା୧୨:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ର ଏକ ବୈଠକ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ମିନି କନଫରେନ୍ସ ହଲରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କାର୍ଯ୍ୟକାରୀ ସଭାପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଶାନ୍ତନୁ କୁମାର ଜେନା ଉପସ୍ଥିତ ଥିଲେ। ସଂସଦର ସମ୍ପାଦକ ଡ. ପ୍ରମୋଦ କୁମାର ଦାସ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। କଲେଜ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading