ପଟ୍ଟାମୁଣ୍ଡାଇରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୨୦ଟି ମାମଲା ଫଇସଲା

blank
ପଟ୍ଟାମୁଣ୍ଡାଇ ୧୩/୧୨-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଶନିବାର କୋର୍ଟ ପରିସରରେ ଚଳିତ ବର୍ଷର ଶେଷ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।  ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରାଜଜ୍ ବିଦ୍ୟାଧର ପୃଷ୍ଟି ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଉଦଘାଟନ କରିବା ସହ ନିଜ ଅଦାଲତ ପରିଚାଳନା କରିଥିଲେ। ଏଡିଜେ ବିଚାରପତି ବିଦ୍ୟାଧର ପୃଷ୍ଟି ଅଦାଲତରେ ସାଲିସଯୋଗ୍ୟ ଫୌଜଦାରୀ, ଚେକ୍ ବାଉନ୍ସ, ମୋଟର ଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ, ଶ୍ରମ ଓ ବିଦ୍ୟୁତ୍‌, ପାରିବାରିକ ଏବଂ ବୈବାହିକ ମାମଲା, ଜମି ଅଧିଗ୍ରହଣ, ରାଜସ୍ୱ, ଖାଉଟି ବ୍ୟାପାର ଭଳି ବହୁ ଜନ ଉପଯୋଗୀ ମାମଲାର ବିଚାର ହୋଇଥିଲା। ବିଭିନ୍ନ ଅଦାଲତରେ ସମୁଦାୟ ୧୨୦ଟି ମାମଲାର ଚୂଡାନ୍ତ ଫଇସଲା ଆପୋଷ ଆଲୋଚନା ମାଧ୍ୟମରେ ହୋଇଥିଲା। ଏହି ମାମଲାଗୁଡ଼ିକରୁ ସମୁଦାୟ ୨୪ ଲକ୍ଷ ୪୧ ହଜାର ୫୦୦ ଟଙ୍କା ଜରିମାନା ଏବଂ ରାଜସ୍ୱ ଆଦାୟ ହେବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତିନାମା ସାକ୍ଷରିତ ହୋଇଥିଲା।

blank

ଏଥିରେ ଅତିରିକ୍ତ ଜିଲା କୋର୍ଟରେ ଅତିରିକ୍ତ ଜିଲା ଜଜ୍ ବିଦ୍ୟାଧର ପୃଷ୍ଟିଙ୍କ ସହିତ ବେଂଚ୍ ଲୟାର ପ୍ରଫୁଲ୍ଲ ଦାଶ, ସବ ଜଜ୍ କୋର୍ଟରେ ସିନିଅର ସିଭିଲ ଜଜ୍ ଅପୂର୍ବା ଚୌଧୁରୀଙ୍କ ସହିତ ବେଂଚ ଲୟାର ତପନ ନନ୍ଦି, ନାଜର କୋର୍ଟରେ ସିଭିଲ ଜଜ୍ ବିଦ୍ୟୁତ୍ ଲତା ପ୍ରଧାନଙ୍କ ସହିତ ଅରୁପାନନ୍ଦ ପାତ୍ର, ଜେଏମଏଫ୍‌ସି କୋର୍ଟରେ ଆଡିଶିନାଲ ସିଭିଲ ଜଜ୍ ଡି.କେ ବାଲକ୍ରିଷ୍ଣନ୍‌ଙ୍କ ସହିତ ବେଂଚ ଲୟାର ଧୀରେନ୍ଦ୍ରନାଥ ସାହୁ ମାମଲା ପରିଚାଳନା କରିଥିଲେ । ଏହି ଲୋକ ଅଦାଲତରେ ପଟ୍ଟାମୁଣ୍ଡାଇ ଇଣ୍ଡିଆନ ବ୍ୟାଙ୍କ ସମେତ ଅନ୍ୟାନ ବ୍ୟାଙ୍କ ଅଧିକାରୀମାନେ ଅନାଦେୟ ଋଣ ଆଦାୟ ଲାଗି ମାମଲା ପରିଚାଳନାରେ ସହଯୋଗ କରିଥିଲେ। ବାର ଓକିଲ ସଂଘର ସମସ୍ତ ସଦସ୍ୟ ଏବଂ ଅଦାଲତ କର୍ମଚାରୀ, ଆଇନ ସେବା ସମିତି କର୍ମଚାରୀମାନେ ଲୋକ ଅଦାଲତ ପରିଚାଳନାରେ ସହାୟତା କରିଥିଲେ ।

Next Post

ନୀଳଚଳ ସାରସ୍ୱତ ସଂଘ ସଂଘର ୬୪ତମ ଅଧିବେଶନ: ଓଉପଦା ସାରସ୍ୱତ ସଂଘର ୫୬ତମ ବାର୍ଷିକ ଉତ୍ସବ

Sat Dec 13 , 2025
ପଟ୍ଟାମୁଣ୍ଡାଇ ୧୩/୧୨ -ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଷ୍ଠିତ ପୁରୀସ୍ଥିତ ନୀଳାଚଳ ସାରସ୍ୱତ ସଂଘ ଆହ୍ୱାନ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ସଂଘର ୬୪ତମ ଅଧିବେଶନ ଓ ଓଉପଦା ସାରସ୍ୱତ ସଂଘର ୫୬ତମ ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ ମଣ୍ଡଳର ଓଉପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଉତ୍ସବ/ଅଧିବେଶକୁ ନୀଳାଚଳ ସାରସ୍ୱତ ସଂଘ ପରିଚାଳନା କମିଟିର ପରିଚାଳକ ଶରତ ଚନ୍ଦ୍ର ସିଂଦେଓଙ୍କ ଦ୍ୱାରା ଏକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading