ଜିଲ୍ଲାପାଳଙ୍କ ଦ୍ୱାରା ଡେଷ୍ଟିନ କାଫେ ଉଦ୍‌ଘାଟିତ

blank
କେନ୍ଦ୍ରାପଡ଼ା,୧୪ା୧୨:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ହଳଦିଡିହ ପେଟ୍ରୋଲପମ୍ପର ଅପରପାଶ୍ୱର୍ରେ ନବନିର୍ମିତ ଡେଷ୍ଟିନ୍ କାଫେ ଓ ରେଷ୍ଟୁରାଣ୍ଟକୁ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର.ଆୟାର ରବିବାର ପୂର୍ବାହ୍ନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆୟାର ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ଡେଷ୍ଟିନ୍‌ର ମାଲିକଙ୍କୁ ପରାମର୍ଶ ଦେଇଥିଲେ। ଡେଷ୍ଟିନ୍ କାଫେ ଓ ରେଷ୍ଟୁରାଣ୍ଟର ମାଲିକ ସୈାମ୍ୟରଞ୍ଜନ ଦାସ କହିଛନ୍ତି ଯେ ଏଠାରେ ଗ୍ରାହକମାନେ ଉତ୍ତମ ଗୁଣବତ୍ତା ଯୁକ୍ତ ହାଇଜେନିକ ସୁସ୍ୱାଦ ଖାଦ୍ୟ ପାଇବା ସହ କେନ୍ଦ୍ରାପଡା ଜିଲ୍ଲାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ଯଥା ଭିତରକନିକା ଅଭୟାରଣ୍ୟ, ଡାଙ୍ଗମାଳ, ହୁକିଟୋଲା, ଲାଇଟ ହାଉସ, ଶ୍ରୀବଳଦେବଜୀଉଙ୍କ ଚିତ୍ରପଟ ମଧ୍ୟ ଦେଖିବାକୁ ପାଇପାରିବେ। ଏହି କାଫେକୁ ଅତ୍ୟାଧୁନିକ ଜ୍ଞାନକୈାଶଳ ପ୍ରୟୋଗ କରି ନିର୍ମାଣ କରାଯାଇଛି। ଏହି କାଫେରେ ଅତ୍ୟନ୍ତ ପ୍ରଫେସନାଲ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ଯାହାଫଳରେ ସେମାନେ ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେଇପାରିବେ ବୋଲି ଶ୍ରୀ ଦାସ କହିଛନ୍ତି।

Next Post

नई सरकार को डेढ़ साल , ग्रामीण समस्याओं को नज़रअंदाज़ , डिपार्टमेंट पार्टी कार्यकर्ताओं के दबाव में

Mon Dec 15 , 2025
पट्टामुंन्डाई 15/12 -ओड़ीशा राज्य में लंबे समय के  सरकार बदलने के बाद, लोगों को स्वाभाविक रूप से नई सरकार से कुछ नया देखने की उम्मीद थी। लेकिन डेढ़ साल बाद, लोगों की वह उम्मीद ढाल गई है। ओड़ीशा के केंद्रपाड़ा जिले  में कई विकास के काम रुक गया हैं। इंजीनियरिंग […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading