ନୀଳଚଳ ସାରସ୍ୱତ ସଂଘ ସଂଘର ୬୪ତମ ଅଧିବେଶନ: ଓଉପଦା ସାରସ୍ୱତ ସଂଘର ୫୬ତମ ବାର୍ଷିକ ଉତ୍ସବ

blank

ପଟ୍ଟାମୁଣ୍ଡାଇ ୧୩/୧୨ -ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଷ୍ଠିତ ପୁରୀସ୍ଥିତ ନୀଳାଚଳ ସାରସ୍ୱତ ସଂଘ ଆହ୍ୱାନ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ସଂଘର ୬୪ତମ ଅଧିବେଶନ ଓ ଓଉପଦା ସାରସ୍ୱତ ସଂଘର ୫୬ତମ ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ ମଣ୍ଡଳର ଓଉପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଉତ୍ସବ/ଅଧିବେଶକୁ ନୀଳାଚଳ ସାରସ୍ୱତ ସଂଘ ପରିଚାଳନା କମିଟିର ପରିଚାଳକ ଶରତ ଚନ୍ଦ୍ର ସିଂଦେଓଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ସଭ୍ୟ ସଂଗ୍ରାମ କେଶରୀ ସିହ୍ନା, ସଂଗ୍ରାମ କେଶରୀ ମଲ୍ଲିକ , କେନ୍ଦ୍ରାପଡ଼ା ଜିଲ୍ଲା ସଂଘର ସଭାପତି ବିଜୟ ପରିଜା, ସମ୍ପାଦକ ରମାକାନ୍ତ ମହାପାତ୍ର ଓ ଓଉପଦା ସାରସ୍ୱତ ସଂଘର ସଭାପତି ମୁରଲୀଧର ଜେନା, ସମ୍ପାଦକ ଦୁର୍ଗାଚରଣ କର ପରିଚାଳନାରେ ଅଂଶ ଗ୍ରହଣ କରିଥିଲେ ।ଏହି ଅଧିବେଶନରେ ସ୍ଥାନୀୟ ଅଂଚଳର ଓ କେନ୍ଦ୍ରାପଡ଼ା ଜିଲାର ସମସ୍ତ ଶାଖା ସଂଘର ମା ଓ ଭାଇ ମାନେ ଏବଂ ନିମନ୍ତ୍ରିତ ଅତିଥିମାନେ ଯୋଗଦାନ କରିଥିଲେ ।ଏହି ଉତ୍ସବରେ ସ୍ଥାନୀୟ ୫ ଗୋଟି ହାଇସ୍କୁଲର ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା କୃତି ଛାତ୍ରୀଛାତ୍ରମାନଙ୍କୁ ସମ୍ବୋଧିତ କରାଯାଇଥିଲା ।

Next Post

ପଟ୍ଟାମୁଣ୍ଡାଇ ଠିକାଦାର ସଂଘର ସାଧାରଣ ବୈଠକ

Sun Dec 14 , 2025
ପଟ୍ଟାମୁଣ୍ଡାଇ ୧୪/୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସପାଲଟି ଠିକାଦାର ସଂଘ ପକ୍ଷରୁ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ଠାରେ ରବିବାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବରିଷ୍ଠ ଠିକାଦାର ରତ୍ନାକର ପ୍ରଧାନଙ୍କ ସଭାପତିତ୍ୱରେ ସଭା ପରିଚାଲନା କରାଯାଇଥବା ବେଳେ ସଂଘର ବହୁ କର୍ମକର୍ତା ଏବଂ ସଦସ୍ୟମାନେ ଉପସ୍ଥିତ ରହି ସଂଘକୁ ଅଧିକ ଶକ୍ତିଶାଳୀ ଏବଂ ସୁସଙ୍ଗଠିତ କରିବା ନିମନ୍ତେ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଏହି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading