ନାରୀ ନିର୍ଯାତନାର ପ୍ରତିବାଦ କରି ପଟ୍ଟାମୁଣ୍ଡାଇ ଯୁବଛାତ୍ର ବିଜେଡିର ବିକ୍ଷୋଭ

blank
ପଟ୍ଟାମୁଣ୍ଡାଇ ତା ୨୫/୬-ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ ଜନୈକା କଲେଜ ଛାତ୍ରୀକୁ କିଛି ଦୁବୃର୍ତ୍ତ ଗଣଦୁଷ୍କର୍ମ କରିବା ଘଟଣା ସାରା ବିଶ୍ୱରେ ଓଡିଶା ପାଇଁ ଲଜ୍ୟା ଆଣି ଦେଇଛି ।ଏହା ଛଡା ଓଡିଶାରେ ମହିଳା ନିର୍ଯ୍ୟାତନା ଦିନକୁ ଦିନ ବଢ଼ି ବାରେ ଲାଗିଛି । ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କ ନିର୍ଦେଶରେ ସାରା ରାଜ୍ୟରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବିଭିନ୍ନ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ବିକ୍ଷୋଭ, ଶୋଭାଯାତ୍ରା ଓ ରାସ୍ତାରୋକ କରାଯାଇଛି ।ଏଇ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ପଟ୍ଟାମୁଣ୍ଡାଇ କଲେଜ କ୍ୟାମ୍ପସ ସଭାପତି ଅନମୋଲ ରାଉତ ଓ ପ୍ରଦୀପ ବିଶ୍ୱାଳ ନେତୃତ୍ୱରେ ଯୁବ ଛାତ୍ର ମାନେ କଳା ବ୍ୟାଚ ପିନ୍ଧି ଶୋଭାଯାତ୍ରା କରିବା ସହିତ ପଟ୍ଟାମୁଣ୍ଡାଇ କଲେଜ ସମ୍ମୁଖ ପଟ୍ଟାମୁଣ୍ଡାଇ – ରାଜନଗର ରାସ୍ତା ସମ୍ମୁଖରେ ରାସ୍ତାରୋକ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ଅଶୋକ ଧଳ
ପଟ୍ଟାମୁଣ୍ଡାଇ ଛାତ୍ର ବିଜେଡି ସଭାପତି ଦେବାଶିଷ ନାୟକ ଯୁବନେତା ବାବନ ସାହୁ, ଚିତ୍ତ ରଂଜନ ସେଠୀ, ରାଜୀବ ରତନ ମିଶ୍ର, ଛାତ୍ରନେତା ସ୍ମୃତି ରଂଜନ ପାଢ଼ୀ, ଅସୀମ ମହାନ୍ତି, ସମରେଶ ମହାନ୍ତି, ଅଭିରାମ ସ୍ୱାଇଁ, ସୁବୋଧ ମଲିକ, କାଁହୁ ସାମଲ, ସୌଭାଗ୍ୟ ଦାସ, ସୌରଭ ନାୟକ, ଚନ୍ଦ୍ରଶେଖର ରାଉତ, ଲିଟୁ ମଲିକ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ, ଛାତ୍ରୀ ଓ ମହିଳାଙ୍କୁ ଉପଯୁକ୍ତ ସୁରକ୍ଷା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ନଆଣିଲେ ଯୁବ ଛାତ୍ର ବିଜେଡି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ ।

Next Post

ମଦନପୁର ହାଇସ୍କୁଲରେ ମେଧା ପୁରସ୍କାର ଉତ୍ସବ

Wed Jun 25 , 2025
ପଟ୍ଟାମୁଣ୍ଡାଇ ୨୫/୬-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ମହାବୀର ହାଇସ୍କୁଲରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ଛାତ୍ରୀଛତାଙ୍କୁ ମେଧା ପୁରସ୍କାର ପ୍ରଦାନ କରାଯାଇଛି। ଏହି ହାଇସ୍କୁଲର ୧୯୮୩ ମସିହା ଜୁନିଅର ବ୍ୟାଚ ଛାତ୍ରୀଛତାଙ୍କ ପକ୍ଷରୁ ଆୟୋଜିତ ମେଧା ପୁରସ୍କାର ଉତ୍ସବରେ କଥାକାର ପ୍ରଦୀପ ନାୟକ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହାଇସ୍କୁଲର ପ୍ରଧାନଶିକ୍ଷକ ବିଜୟ କୁମାର ବେହେରା, ସରପଂଚ ଗୋଲକ ସ୍ୱାଇଁ,ଦିଲ୍ଲୀପ ପ୍ରଧାନ, ସର୍ବେଶ୍ୱର ମହାନ୍ତି, ରବୀନ୍ଦ୍ର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading