ଦିବ୍ୟାଙ୍ଗ କାଉଡ଼ିଆଙ୍କ ଜଳାଭିଷେକ

blank
କେନ୍ଦ୍ରପଡା ୨୮/୭- ଏବେ ଶ୍ରାବଣ ମାସ ଚାଲିଛି। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ମାନଙ୍କ ହାତରେ ଶ୍ରାବଣର କାଉଡ଼ି ଭାର। ଗୋଟିଏ ଲକ୍ଷ୍ୟ ଜଳାଭିଷେକ କରିବା ଓ ମାନସିକ ପୂରଣ କରିବା। ଭିନ୍ନ ଭିନ୍ନ ଭାବରେ କାଉଡ଼ିଆ ମାନେ ବାବା ଶଙ୍କରଙ୍କୁ ଜଳ ଲାଗି କରିଥାଆନ୍ତି। ଏଥିରୁ ଟିକିଏ ଭିନ୍ନ ଚିନ୍ତା କରି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତାଗଣ ଦିବ୍ୟାଙ୍ଗ ଭାଇ ମାନଙ୍କୁ ଏକତ୍ରିତ କରି ଜଳାଭିଷେକ କରିଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ଗୁଲନଗର ଅନ୍ତର୍ଗତ ନାଉପାଳ ଗ୍ରାମ ନିକଟ ଗୋବରୀ ନଦୀରୁ ପାଣି ଉଠାଇ ବାବା ବିଲେଶ୍ୱର ମହାଦେବଙ୍କ ପୀଠରେ ଜଳାଭିଷେକ କରିଛନ୍ତି। ସେମାନଙ୍କ ପାଇଁ ଟ୍ରଷ୍ଟ ପକ୍ଷରୁ ସମସ୍ତ ସରଞ୍ଜାମ ଯୋଗାଇ ଦିଆଯାଇଛି। ସେମାନେ ତାଙ୍କର ତିନି ଚକିଆ ଯାନରେ ବସି କାଉଡ଼ି ଭାର ଧରିଥିଲେ। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତାମାନେ ମିଶି ତାଙ୍କ ଯାନକୁ ଠେଲି ଠେଲି ନେଇ ବିଲ୍ୱେଶ୍ୱର ମନ୍ଦିରରେ ପହଞ୍ଚି ଥିଲେ। ଏହା ପରେ ସେମାନଙ୍କ କାନ୍ଧରେ କାନ୍ଧ ମିଳାଇ ଦିବ୍ୟଙ୍ଗମାନଙ୍କୁ ଟେକି ନେଇ ବାବାଙ୍କ ଦର୍ଶନ କରାଇଥିଲେ। ନନା ମାନେ ତାଙ୍କ ନାମ ଓ ଗୋତ୍ର ବୁଝି ଜଳାଭିଷେକ କରିଥିଲେ। ଦିବ୍ୟାଙ୍ଗ ପୁତ୍ର ଆଜି ଜଳାଭିଷେକ କରିବା ପରେ ତାର ମା କହିଥିଲା ଆଜି ମୋର ଦୀର୍ଘ ୨୮ ବର୍ଷର ଆଶା ପୂରଣ ହେଲା। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, କୋଷାଧ୍ୟକ୍ଷ ବିଭୁ ପ୍ରସାଦ ସାହୁ, ଡାକ୍ତର ବିରେନ୍ଦ୍ର କୁମାର ଦାଶ, ଦିଲ୍ଲିପ କୁମାର ନାଥ, ଶାନ୍ତନୁ ମଲ୍ଲିକ, ବାବାଜୀ ବାରିକ, ସିନୁ କୁମାର ରାଓ, ବିଭୁ ପ୍ରସାଦ ପତି, ଧିରେନ୍ ସାହୁ, ଦେବାଶିଷ ମହାପାତ୍ର, ତାପସ ପରିଡା, ଅକ୍ଷୟ କୁମାର ଭଳ, ଶଶିକାନ୍ତ ନାଥ, ରମାକାନ୍ତ ସାହୁ, ସୁକୁନି ନାୟକ, ଆଶିଷ ବିଶ୍ୱାଳ ଓ ସଚେତନ୍ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କୁ ସହାୟତା କରିଥିଲେ ।

Next Post

ବାଇକ ଚାଳକଙ୍କୁ ବଂଚାଇବାକୁ ଯାଇଁ ବନ୍ୟା ସ୍ରୋତରେ ଭାସିଗଲେ , ଅପରାହ୍ନରେ ଉଦ୍ଧାର ହେଲା ମୃତ ଦେହ

Tue Jul 29 , 2025
Kendrapara odisha pattamundai ୨୯/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତ ପାଳପାଟଣା ଗ୍ରାମର ଜଣେ (61 years old man died after washed away in flood water)ବ୍ୟକ୍ତି ବ୍ରାହ୍ମଣୀ ନଦୀ ବନ୍ୟା ଜଳରେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ହେଲେ ଉପରିସ୍ଥ ଗ୍ରାମର ଦିନବନ୍ଧୁ ଧଳ (୬୧) ବୋଲି ଜଣାପଡିଛି। ବନ୍ୟା ସ୍ରୋତରେ ଭାସି ଯାଉଥିବା ବାଇକ ଚାଳକ […]
blank

ଲୋକମତ

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading