ପରିବେଶ ସୁରକ୍ଷା ଓ ସଚେତନତାରେ ଗଛ ମଣିଷ

blank
କେନ୍ଦ୍ରାପଡ଼ା,୧୬ା୧୦:ମୁଁହରେ ଧଳା ଓ ସବୁଜ ରଙ୍ଗ। ଶରୀରରେ ବିଭିନ୍ନ ଗଛଲତା ଓ ଜୀବଜନ୍ତୁ ତଥା ସରୀସୃପ ଘେରା ଓ ହାତରେ ଜାତୀୟ ପତାକା। ପରିବେଶ ବଞ୍ଚିଲେ ପୃଥିବୀ ବଞ୍ଚିବାର ବାର୍ତ୍ତା ନେଇ ସୁଦୂର ଅନୁଗୁଳରୁ ବାହାରି ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ସେ। ସ୍ଥାନୀୟ ଅଞ୍ଚଳର ପରିବେଶ ସମ୍ପର୍କିତ ସମସ୍ୟାର ସମାଧାନ ନିମନ୍ତେ ସଦା ଚେଷ୍ଟିତ ଗଛ ମଣିଷ ଭାବେ ପରିଚିତ କିନ୍ନର ଚିନ୍ମୟୀ ଦାସ। ଏହି ପରିପ୍ରେକ୍ଷୀରେ ମୁଖ୍ୟତଃ କେନ୍ଦ୍ରାପଡ଼ାର ଜୀବନ ରେଖା ବୋଲାଉଥିବା ଗୋବରୀ ନଦୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, କଟକ ଚାନ୍ଦବାଲି ରାଜ୍ୟରାଜପଥରେ ବୃକ୍ଷରୋପଣ ଏବଂ ସମୁଦ୍ର ଉପକୂଳ ଅଞ୍ଚଳରେ ଝାଉଁ ଗଛ ରୋପଣ ବିଷୟରେ ଆଲୋଚନା କରିବା ସହ ଜିଲ୍ଲାପାଳ ରଘୁରାମ ଆର.ଆୟାରଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଜିଲ୍ଲାର ସମସ୍ତ ବ୍ୟସ୍ତବହୁଳ ସ୍ଥାନ ମାନଙ୍କରେ ଗଛବେଶ ଧାରଣ କରି ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ଉପରେ ସଚେତନ କରାଇଛନ୍ତି ସେ। ଚିନ୍ମୟୀଙ୍କ ସହ କେନ୍ଦ୍ରାପଡ଼ାର ଯୁବ ସମାଜସେବୀ ରାଜେନ୍ଦ୍ର ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ ।

Next Post

पर्यावरण बचाने के लिए ट्री म्यानकी जागरूकता

Thu Oct 16 , 2025
केंन्द्रापड़ा, 16/10: सफेद और हरे बाल। शरीर पर तरह-तरह के पेड़-पौधे, जानवर और रेंगने वाले जानवर लिपटे हुए हैं और हाथ में राष्ट्रीय झंडा है। वे पर्यावरण बचाने और धरती को बचाने का संदेश लेकर ओड़ीशा राजय की अंनुगुल से निकलती हुई ट्री मैन के नाम से मशहूर किन्नर चिन्मयी […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading