କେନ୍ଦ୍ରାପଡା ସଦର ଥାନାରେ କିଶୋରୀ ସୁରକ୍ଷା ସଚେତନତା

blank
କେନ୍ଦ୍ରାପଡ଼ା,୮ା୫:ୟୁନିସେଫ୍ ସହଯୋଗରେ ଓଡ଼ିଶା ପୋଲିସ ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ସଦରଥାନାରେ କିଶୋରୀମାନଙ୍କ ସୁରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ “ଯୁଭେଣ୍ଟିକା”ଅନୁଷ୍ଠିତ ହୋଇଯାଇଛି ।ସଦରଥାନା ଆଇଆଇସି ପଦ୍ମାଳୟା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବ୍ଲକ ଶିଶୁ ବିକାଶ ଯୋଜନା ଅଧିକାରୀ ସୁଜାତା ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କିଶୋରୀମାନଙ୍କୁ କହିଲେ ପୋଲିସକୁ ଭୟ ନକରି ଆବଶ୍ୟକ ସମୟରେ ନିଜର ସୁରକ୍ଷା ନିମନ୍ତେ ପୋଲିସର ସହାୟତା ନେବାକୁ ପରାମର୍ଶ ଦେଇଥିଲେ। ଏଥିସହିତ କିଶୋରୀମାନେ ମହିଳା ପୋଲିସକୁ ସମସ୍ତ କଥା ଖୋଲି କହିଲେ ପୋଲିସ ଉଚିତ ପଦକ୍ଷେପ ଗ୍ରହଣ କରିବା ସହଜ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

blank

ଏହି ଅବସରରେ ଭୁବନେଶ୍ୱରରୁ ଆଭାଷୀ ମାଧ୍ୟମରେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ରାଜ୍ୟର ବିଭିନ୍ନ ଥାନାର କିଶୋରୀମାନଙ୍କ ସହ କଥୋପକଥନ କରିବା ସହ ଥାନା ସମ୍ପର୍କରେ ସେମାନଙ୍କର ଆଜିର ଅଭିଜ୍ଞତା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ୟୁନିସେଫ ଦ୍ୱାରା ପ୍ରସ୍ତୁତ ଭିଡିଓ ସଚେତନାତା ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା।ଥାନାଧିକାରୀ ଶ୍ରୀମତୀ ପ୍ରଧାନ କିଶୋରୀମାନଙ୍କୁ “ଯୁଭେଣ୍ଟିକା” ସମ୍ପର୍କରେ ବିଭିନ୍ନ ତଥ୍ୟ ମାଧ୍ୟମରେ ସଚେତନ କରାଇ କହିଥିଲେ ଯେ କିଶୋରୀମାନଙ୍କ ସୁରକ୍ଷା ପାଇଁ ଆଜିର କାର୍ଯ୍ୟକ୍ରମ । ସେମାନେ ପୁଅମାନଙ୍କ କୈାଣସି ପ୍ରଲୋଭନର ବଶବର୍ତ୍ତୀ ନହେବା ପାଇଁ ପରାମର୍ଶ ଦେଇଥିଲେ। ସେମାନଙ୍କ ସୁରକ୍ଷା ପ୍ରତି କୈାଣସି ଆଞ୍ଚ ଆସିଲେ ତୁରନ୍ତ ୧୧୨ନମ୍ବରକୁ ଫୋନ କଲ କରି ଘଟଣା ସମ୍ପର୍କରେ ଜଣାଇବାକୁ ପରାମର୍ଶ ଦେଇଥିଲେ। ଫଳରେ ପୋଲିସ ଘଟଣାସ୍ଥଳରେ ଯଥାଶୀଘ୍ର ପହଞ୍ଚି ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ସମ୍ଭବ ହୋଇପାରିବ। ଥାନାରେ ପୋଲିସଙ୍କୁ ଭୟ ନ କରି ବିନା ବାଧାରେ ଅଭିଯୋଗ କରିପାରିବେ ବୋଲି କହିଥିଲେ । ବିଶେଷ କରି କିଶୋର ଅବସ୍ଥାରେ ହେଉଥିବା ଅପରାଧ ଉପରେ ଉପସ୍ଥିତ କିଶୋରୀମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇ ସଚେତନ କରାଇଥିଲେ। କୈାଣସି କିଶୋରୀଙ୍କ ଠାରୁ ଫୋନ କଲ ମିଳିଲେ ଥାନାରୁ ଜଣେ ମହିଳା ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବେ ବୋଲି କହିବା ସହ ଆବଶ୍ୟକ ସ୍ଥଳେ ଥାନାଧିକାରୀ ନିଜେ ମଧ୍ୟ ଯାଇ କିଶୋରୀମାନଙ୍କୁ ସୁରକ୍ଷା ଯୋଗାଇଦେବେ ବୋଲି ଜନୈକ କିଶୋରୀଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ। ଥାନାଧିକାରୀ ଶ୍ରୀମତୀ ପ୍ରଧାନ କିଶୋରୀମାନଙ୍କୁ ଥାନା ପରିସର ବୁଲାଇ ଦେଖାଇବା ସହ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦର ଥାନା ଅତିରିକ୍ତ ଆଇଆଇସି ବାସୁଦେବ ପରିଡା, ଏସଆଇ ଶିବରାମ ସ୍ୱାଇଁ, ଦୀପକ ସାମନ୍ତସିଂହାର, ଏଏସଆଇ ସୁଶ୍ମିତା ରାଉତ, ସୁଜିତ କୁମାର ପାତ୍ରଙ୍କ ସମେତ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ।

Next Post

କେନ୍ଦ୍ରାପଡା ପୁଲିସ ପକ୍ଷରୁ “JUVENTICA – CWPO Outreach with Adolescents” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Fri May 8 , 2026
. କେନ୍ଦ୍ରାପଡା, ୮-୫: ଓଡିଶା ପୋଲିସ ପକ୍ଷରୁ ୟୁନିସେଫର ସହଯୋଗରେ ରାଜ୍ୟର ସମସ୍ତ ଥାନାରେ “JUVENTICA – CWPO Outreach with Adolescents” ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଓ କିଶୋର କିଶୋରୀମାନଙ୍କ ସୁରକ୍ଷା, ସଚେତନତା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି କେନ୍ଦ୍ରାପଡା ପୁଲିସର CAW & CW Wing ପକ୍ଷରୁ ଏହି ଅଭିଯାନ ଆରମ୍ଭ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading