ନଦୀ ବନ୍ୟା ପାଣିରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

blank
ପଟ୍ଟାମୁଣ୍ଡାଇ ୨୯/୮ -ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ବ୍ରାହ୍ମଣୀ ଶାଖା ନାଳରେ ଗାଧୋଇବା ସମୟରେ ବୁଡ଼ିଯାଇ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ସ୍ଥାନୀୟ ତନୂପୁର ଗ୍ରାମର ସନ୍ତୋଷ ମଲିକ ଝିଅ ଅଞ୍ଜଳି (୧୩) ବୋଲି ଗ୍ରମବାସୀ କହିଛନ୍ତି ।ଗ୍ରାମବାସୀଙ୍କ କହିବା ଅନୁସାରେ, ଶନିବାର ମଧ୍ୟାହ୍ନ ସମୟରେ ଅଞ୍ଜଳି ଘର ପାଖ ନଦୀରନାଳକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ସମ୍ପ୍ରତି ବନ୍ୟା ଯୋଗୁଁ ନଦୀରେ ପ୍ରଖର ଜଳସ୍ରୋତ ପ୍ରବାହିତ ହେଉଥିବା ସହ ଗଭୀର ଗଣ୍ଡ ସୃଷ୍ଟି ହୋଇଛି। ଗାଧୋଇବା ସମୟରେ ଅଞ୍ଜଳି ଅସାବଧାନତାବଶତଃ ଗଭୀର ପାଣିକୁ ଚାଲିଯାଇ ଭାସି ଯାଇଥିଲେ। ଘଟଣା ସମ୍ପର୍କରେ ଖବରପାଇ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ହେଲେ ଅଗ୍ନିଶମ ବାହିନୀ ଠିକ୍ ସମୟରେ ଘଟଣାସ୍ଥଳରେ ପହଁଚି ନପାରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଳମ୍ବ ନକରି ଗ୍ରାମର କେତେକ ସାହସୀ ଯୁବକ ନିଜ ଜୀବନକୁ ବାଜି ଲଗାଇ ଅଂଟାରେ ରସି ବାନ୍ଧି ନଦୀର ପ୍ରଖର ସ୍ରୋତ ମଧ୍ୟକୁ ଓହ୍ଲାଇଥିଲେ। କଠିନ ପରିଶ୍ରମ ପରେ ଯୁବକମାନେ ନାବାଳିକାଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ପରେ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଅଞ୍ଜଳିଙ୍କୁ ତୁରନ୍ତ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଉପସ୍ଥିତ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ତନୂପୁର ଗ୍ରାମ ସମେତ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟେବଛେଦପାଇଁ ଆଳି ଡାକ୍ତରଖାନା ପଠାଇଛି ।

Leave a Reply

Next Post

ପଟ୍ଟାମୁଣ୍ଡାଇ ପୌର ପରିଷଦ ୱାର୍ଡ ୩ ଓ ୪ରେ ସ୍ଥିତି ପରଖିଲେ ଓ ରିଲିଫ ବାଣ୍ଟିଲେ ରାଜନଗର ବିଧାୟକ ଧ୍ରୁବ ସାହୁ

Sat Aug 29 , 2026
ପଟ୍ଟାମୁଣ୍ଡାଇ ତା ୨୯/୮-ଚଳିତ ବ୍ରାହ୍ମଣୀ ନଦୀର ୩ୟ ବନ୍ୟା ରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ଏହି ପୌରାଞ୍ଚଳର ୩ନଂ ଓ ୪ନଂ ୱାର୍ଡ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧ମାସ ହେବ ଜଳବନ୍ଦୀ ହୋଇରହିଛି ।  ବାରମ୍ବାର ବନ୍ୟା ଯୋଗୁଁ ବ୍ୟାପକ ଫସଲହାନି ଘଟିଛି । ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।  ବନ୍ୟାରେ ବହୁ ଲୋକଙ୍କ ଘର ଭାଙ୍ଗି ଥିବାରୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading