.
କେନ୍ଦ୍ରାପଡା, ୮-୫: ଓଡିଶା ପୋଲିସ ପକ୍ଷରୁ ୟୁନିସେଫର ସହଯୋଗରେ ରାଜ୍ୟର ସମସ୍ତ ଥାନାରେ “JUVENTICA – CWPO Outreach with Adolescents” ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଓ କିଶୋର କିଶୋରୀମାନଙ୍କ ସୁରକ୍ଷା, ସଚେତନତା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି କେନ୍ଦ୍ରାପଡା ପୁଲିସର CAW & CW Wing ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି।

ସ୍ଥାନୀୟ ଟାଉନ ଥାନା ପରିସରରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଦ୍ଧାର୍ଥ କାଟାରିଆ ଯୋଗଦେଇ କିଶୋର ଅବସ୍ଥାରେ ଘଟୁଥିବା ବିଭିନ୍ନ ଅପରାଧ, ସାଇବର ସୁରକ୍ଷା, ଡିଜିଟାଲ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ସେ କହିଥିଲେ ଯେ, ଏହି ପ୍ରୟାସ ମାଧ୍ୟମରେ ପୋଲିସ ଓ କିଶୋର କିଶୋରୀମାନଙ୍କ ମଧ୍ୟରେ ଆତ୍ମୀୟତା ଓ ବିଶ୍ୱାସ ସମ୍ପର୍କ ଆହୁରି ସୁଦୃଢ ହେବ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ କିଶୋର କିଶୋରୀମାନଙ୍କ ସହ ପୋଲିସ ଅଧିକାରୀମାନଙ୍କ ଆଲୋଚନା, ସାଇବର ସୁରକ୍ଷା ଉପରେ ଭିଡିଓ ପ୍ରଦର୍ଶନ ଏବଂ ମତବିନିମୟ ସଭା ଆୟୋଜିତ ହୋଇଥିଲା। ଏହା ସହ ପ୍ରତ୍ୟେକ ଥାନାରେ ଜଣେ କରି Child Welfare Police Officer (CWPO) ନିଯୁକ୍ତି କରାଯାଇଥିବାବେଳେ ଟାଉନ ଥାନାରେ ଇନିସ୍ପେକ୍ଟର ନିଲମ ଷଡ଼ଙ୍ଗୀ CWPO ଭାବେ ନିଯୁକ୍ତି ପାଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଟାଉନ ଥାନା ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଇନିସ୍ପେକ୍ଟର ବିଶ୍ୱଭୂଷଣ ସାହାଣୀ, ଏଏସଆଇ ବୃନ୍ଦାବନ ବେହେରା, ଏଏସଆଇ ଅଶୋକ ମାଝୀ, ଏଏସଆଇ ଅଶୋକ ସେଠୀ ସମେତ ଥାନାର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
“Be Informed, Be Empowered, Be Safe” ବାର୍ତ୍ତାକୁ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନ ଯୁବପିଢିଙ୍କୁ ଏକ ସୁରକ୍ଷିତ, ସଚେତନ ଓ ସଶକ୍ତ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି କେନ୍ଦ୍ରାପଡା ପୁଲିସ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
