ପଟ୍ଟାମୁଣ୍ଡାଇରେ ଜଳନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯାଉ

blank
ପଟ୍ଟାମୁଣ୍ଡାଇ ତା ୨୮/୫- ପଟ୍ଟାମୁଣ୍ଡାଇ ସହର ସମେତ ପୌରାଞ୍ଚକର ବିଭିନ୍ନ ୱାର୍ଡରୁ ଜଳନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ଉଦେଶ୍ୟରେ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ଜିଟି 19 ତାରିଖରେ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମିଳିତ ଜନଶୁଣାଣୀ ଶିବିରରେ ବିଆଯାଇଥିବା 10 ଦଫା ସମ୍ବଳିତ ଦାବୀପତ୍ରରେ ପଟ୍ଟାମୁଣ୍ଡାଇ ସହରରୁ ଜଳ ନିଷ୍କାସନ ପାଇଁ ନୂତନ ଡ୍ରେନ ନିର୍ମାଣ, ପୁରାତନ ଡ୍ରେନ ସଫେଇ ଆଦି ଦାବୀ କରାଯାରଥିଲା ।  ମାତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ସେପରି କିଛି ଆଗୁଆ ପଦକ୍ଷେପ ନିଆଗଲାନାହିଁ । ଫଳରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ପଟ୍ଟାମୁଣ୍ଡାଇ ଜଳାର୍ଣ୍ଣବ ହୋଇ ଲୋକେ ହୀନସ୍ତା ଭୋଗିଲେ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ପଟ୍ଟାମୁଣ୍ଡାଇ ସହର ସମେତ ପୌରାଞ୍ଚଳର ବିଭିନ୍ନ ୱାର୍ଡରୁ ଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ ଦାବୀ କରିଛନ୍ତି ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ମହାକାଳପଡ଼ା ବ୍ଲକ୍‌‌ ଅଧ୍ୟକ୍ଷା ଅନାସ୍ଥା ଭୋଟ୍‌‌ରେ ହାରିଗଲେ

Wed May 28 , 2025
କେନ୍ଦ୍ରାପଡ଼ା ୨୮ା୫-କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥା ଭୋଟ୍‌ରେ ହାରିଯାଇଛନ୍ତି।ବୁଧବାର ଆୟୋଜିତ ବୈଠକରେ ୪୯ ଜଣ ସଭ୍ୟାସଭ୍ୟ ଉପସ୍ଥିତ ରହି ଅନାସ୍ଥାକୁ ସମର୍ଥନ କରିଥିଲେ। ଅପରପକ୍ଷରେ ବ୍ଲକରେ ୩୧ ପଂଚାୟତର ମୋଟ ୬୨ ସରପଂଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ। ଅନାସ୍ଥା ବୈଠକରେ ଦୁଇ ତୃତୀୟାଂଶ ଅର୍ଥାତ୍ ୪୪ ଜଣଙ୍କ ସମର୍ଥନ ଆବଶ୍ୟକତା ରହିଥିଲା। ତେବେ ସମର୍ଥନ ଅଭାବରୁ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading