ପୂର୍ବତନ ଜିଆରଏସଙ୍କୁ ୪ବର୍ଷ ଜେଲଦଣ୍ଡ

blank
କେନ୍ଦ୍ରାପଡା,୨୭ା୨: ଏକ ଲାଞ୍ଚ କାରବାର ମାମଲାର ବିଚାର କରି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଞ୍ଚାୟତର ପୂର୍ବତନ ଗ୍ରାମରୋଜଗାର ସେବକ(ଜି.ଆର.ଏସ.) ଲଳିତବସନ୍ତ ଘଡେଇଙ୍କୁ ୪ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ଏକ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଅଭିଯୁକ୍ତ ପୂର୍ବତନ ଜି.ଆର.ଏସ. ଶ୍ରୀ ଘଡେଇ ଏଣ୍ଡର ଗ୍ରାମପଞ୍ଚାୟତର ଜି.ଆର.ଏସ. ଥିବା ବେଳେ ଏକ ସିମେଣ୍ଟ କଂକ୍ରୀଟ ରାସ୍ତାର ନିର୍ମାଣ କରିଥିବା ଠିକାଦାରଙ୍କ ସିକ୍ୟୁରିଟି ଜମାଅର୍ଥ ଫେରାଇବା ପାଇଁ ତାଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ସଂପୃକ୍ତ ଅଭିଯୋଗକାରୀ ଠିକାଦାର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଯାହାଫଳରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କୁ ଗିରଫ କରି ତାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରିଥିଲେ। ଏହି ମାମଲାର ଅଭିଯୋଗ ଫର୍ଦ୍ଦ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦାଖଲ କରାଯିବା ପରେ ମାମଲା ବିଚାରାଧିନ ଥିଲା। ସେହି ମାମଲାର ବିଚାର କରି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅଭିଯୁକ୍ତ ଶ୍ରୀ ଘଡେଇଙ୍କୁ ଉପରୋକ୍ତ ଦଣ୍ଡାଦେଶ କରିଛନ୍ତି। କୋର୍ଟ ଦଣ୍ଡବିଧାନ କରିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏଥିସହିତ ତାଙ୍କୁ ଚାକିରୀରୁ ଅନ୍ତର କରାଯାଇଛି।

Next Post

ପଟ୍ଟାମୁଣ୍ଡାଇ ସମିତି ସଭ୍ୟ ସଂଘ ଗଠିତ

Fri Feb 28 , 2025
ପଟ୍ଟାମୁଣ୍ଡାଇ ତା ୨୮/୨- ପଟ୍ଟାମୁଣ୍ଡାଇ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରୀତାରେ ସମିତିସଭ୍ୟ ମାନଙ୍କୁ ସାମିଲ କରିବା ଓ ବିଭିନ୍ନ ପଂଚାୟତର ବିକାଶ ପ୍ରକ୍ରିୟାକୁ ପ୍ରଶାସନ ସହଯୋଗରେ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପଟ୍ଟାମୁଣ୍ଡାଇ ସମିତି ସଭ୍ୟ ସଂଘ ଗଠନ କରାଯାଇଛି ।ଏହି ଉପଲକ୍ଷେ ଗଙ୍ଗାରାମପୁର ସମିତି ସଭ୍ୟ ବିଶ୍ୱରଞ୍ଜନ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ବରିଷ୍ଠ ସମିତି ସଭ୍ୟ ଅଭୟ ସ୍ୱାଇଁ, ଶଶାଙ୍କ ଶେଖର ବିଶ୍ୱାଳ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading