ବିଜେଡି ଯୁବନେତାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା , କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ, ଜିଲ୍ଲାପାଳଙ୍କୁ ଫେରାଦ

blank
କେନ୍ଦ୍ରାପଡା,୧୯ା୨: ଆଳି ବ୍ଲକର ବିଜେଡି ଯୁବ ସଭାପତି କେଦାରନାଥ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରୁନାହିଁ। ଯାହା ଫଳରେ ଏହି ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କୁ ମାମଲା ଉଠାଇଦେବା ପାଇଁ ହତ୍ୟା ଧମକ ଦେଉଛନ୍ତି। ଥାନାରୁ ନ୍ୟାୟ ନମିଳିବା ପରେ ଅଭିଯୋଗକାରୀ ଓ ବିଜେଡିର ତୁଙ୍ଗନେତାମାନେ ବୁଧବାର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ନେତୃତ୍ୱରେ ବିଜେଡି ନେତା ଓ କର୍ମୀମାନେ ଭେଟି ଅଭିଯୋଗ କରିଥିଲେ ଯେ ଶାସକ ଦଳର ଗୁଣ୍ଡାମାନେ ରାଜନୈତିକ ଉଦେଶ୍ୟ ରଖି କେଦାରଙ୍କୁ ଆକ୍ରମଣ କରିଥିଲେ। ଏଥିରେ କେଦାର ଗୁରୁତ୍ତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ଆଳି ଥାନାରେ ଏତଲା ଦିଆଯିବା ପରେ ପୋଲିସ ଲୋକଦେଖାଣିଆ ଭାବରେ ଏକ ମାମଲା ରୁଜୁ କରି ଚୁପ ବସିଛି। କିନ୍ତୁ ଅଭିଯୁକ୍ତମାନଙ୍କୁ ଗିରଫ କରୁନାହିଁ। ଏଣୁ ଆକ୍ରମଣର ଶିକାର ହୋଇଥିବା କେଦାର ନ୍ୟାୟ ପାଇପାରୁନାହିଁ। କେଦାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜେଡି ନେତା ଓ କର୍ମୀମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଆରକ୍ଷୀ ଅଧୀକ୍ଷକଙ୍କ ସହ କଥା ହୋଇ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି। ଅପରପକ୍ଷରେ ଯଦି ଏକ ସପ୍ତାହ ମଧ୍ୟରେ ଆଳି ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରେ ତେବେ ଆସନ୍ତା ୨୬ତାରିଖରେ ବିଜେଡି ପକ୍ଷରୁ ରାସ୍ତାରୋକ କରାଯିବା ସହ ଆଳି ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଳି ୧ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା କନକଲତା ବେହେରା, ଜୁଆଣିଆ ସରପଞ୍ଚ ସୁବ୍ରତ ନାୟକ, ଦେସାହି ସମିତିସଭ୍ୟ ସନ୍ତୋଷ ବେହୁରିଆ, ଦେସାହି ସରପଞ୍ଚ ମୋନାଲିସା ଦାସ, ମମତା ଭୂୟାଁ ପ୍ରମୁଖ ବହୁ ଜନପ୍ରତିନିଧି ଓ ବିଜେଡି କର୍ମୀମାନେ ଜିଲ୍ଲାପାଳଙ୍କୁ ଭେଟି ଏସମ୍ପର୍କରେ ଅଭିଯୋଗ ପ୍ରଦାନ କରିଥିଲେ।

Next Post

ବି.ଆର.ସି.ସି ଓ ସି.ଆର.ସି.ସିଙ୍କ ବେଆଇନ କାର୍ଯ୍ୟକଳାପ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

Wed Feb 19 , 2025
କେନ୍ଦ୍ରାପଡ଼ା,୧୯ା୨: ସରକାର ଏଲିମେଣ୍ଟାରୀ ଶିକ୍ଷାର ଉନ୍ନତି ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ସମସ୍ତପିଲାଙ୍କୁ ମାଗଣା ବହି ଯୋଗାଇ ଦେଉଛନ୍ତି। ଏଥିସହିତ ସମସ୍ତ ଶିକ୍ଷକଙ୍କୁ ନୂତନ ଶିକ୍ଷା ପଦ୍ଧତିରେ ପ୍ରଶିକ୍ଷଣ ଦିଆଯାଉଛି। ଏସବୁ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ପ୍ରତି ବ୍ଲକ ସ୍ତରରେ ମଣ୍ଡଳ ଶିକ୍ଷା ଅଧିକାରୀ(ବି.ଇ.ଓ.), ବି.ଆର.ସି.ସି. ଓ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀମାନେ ଅଛନ୍ତି। କିନ୍ତୁ ବାଡ ଯଦି ଫସଲ ଖାଏ ତେବେ କ’ଣ ବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading