ଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବେଠକ

blank
କେନ୍ଦ୍ରାପଡ଼ା,୨୦ା୮: କେନ୍ଦ୍ରାପଡା ଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଯୁବରେଡକ୍ରସର ସଭାପତି ପ୍ରାଧ୍ୟାପକ ଶାନ୍ତନୁ କୁମାର ଜେନାଙ୍କ ପୈାରହିତ୍ୟରେ ବୁଧବାର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲାର ୩୦ଟି ମହାବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଯୁବରେଡକ୍ରସର ପରାମର୍ଶଦାତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଯୁବରେଡକ୍ରସର ଜିଲ୍ଲା ଆବାହକ ତଥା ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକ କାର୍ଯ୍ୟକାରିଣୀର ଉଦେଶ୍ୟ ଜ୍ଞାପନ କରିଥିଲେ। ଜିଲ୍ଲା ସଂଯୋଜକ ରତ୍ନାକର ସେଠୀ ଜିଲ୍ଲା ଯୁବରେଡକ୍ରସ ପକ୍ଷରୁ ୨୦୨୪-୨୫ବର୍ଷରେ ହୋଇଥିବା କାର୍ଯ୍ୟକ୍ରମର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ‘ଦାନା’ ବାତ୍ୟା ସମୟରେ ଜିଲ୍ଲା ପ୍ରଶାସନର ସହଯୋଗରେ କେନ୍ଦ୍ରାପଡା ଯୁବରେଡକ୍ରସ ଦ୍ୱାରା ରାଜନଗରରେ ରିଲିଫ ପ୍ରଦାନ କାର୍ଯ୍ୟ ପରିଚାଳନାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ। ୨୦୨୫-୨୬ ବର୍ଷରେ ଜିଲ୍ଲା ଯୁବରେଡକ୍ରସ ପକ୍ଷରୁ ରକ୍ତଦାନ ଶିବିର, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ଶିବିର, ସଡକ ସୁରକ୍ଷା ଓ ନିଶାମୁକ୍ତି ଅଭିଯାନ ପ୍ରମୁଖ ୧୨ଟି କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଚଳିତବର୍ଷ ମାର୍ଶାଘାଇ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଜ୍ଞାନ ଆହରଣ ଓ ପ୍ରଶିକ୍ଷଣ ଶିବିର, ଚାନ୍ଦୋଳସ୍ଥିତ ହୃଦାନନ୍ଦ ସ୍ମାରକୀ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହେବାକୁ ସର୍ବସମ୍ମତିକ୍ରମେ ସ୍ଥିର କରାଯାଇଛି। ଶେଷରେ ଡ. ହିମାଂଶୁ ଭୂଷଣ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଯୁବରେଡକ୍ରସର ସ୍ୱେଛାସେବୀ ତଥା କେନ୍ଦ୍ରାପଡା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମନୋଜ କୁମାର ଲେଙ୍କା, ଉମେଶ ଆଚାର୍ଯ୍ୟ, ଭବାନୀଶଙ୍କର ପ୍ରଧାନ, ସ୍ମୃତିସଂଜିବନୀ ନାୟକ, ପି.ସି.ଶୁଭମଶେଖର, ଅର୍ପିତା ମାଟି, ଅନିତା ପ୍ରଧାନ, ସୈାମ୍ୟରଞ୍ଜନ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Next Post

ଚୋରା ମଦ ଜବତ ୨ ମହିଳା ସମେତ ୫ କୋର୍ଟ ଚାଲାଣ

Wed Aug 20 , 2025
କେନ୍ଦ୍ରାପଡ଼ା,୨୦ା୮: ପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ରୁରାଲ ଓ ଜମ୍ବୁ ମେରାଇନ ଥାନା ଅଧିନସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମାଳିପୁର ଗ୍ରାମର ପ୍ରଶାନ୍ତ ମଳିକ(୩୭)ଙ୍କ ଠାରୁ ୧୯ ଲିଟର ଦେଶୀ ମଦ, ଡାମରପୁର ଗ୍ରାମର କହେଁଇ ସେଠୀ(୪୧)ଙ୍କ ଠାରୁ ୨୩ ଲିଟର ବିଦେଶୀ ମଦ, ଜମ୍ବୁ ଗ୍ରାମର ନୀଳମାଧବ ମଣ୍ଡଳ(ବୟସ-୪୬) ଙ୍କ ଠାରୁ ୪୬୯ ଲିଟର ଦେଶୀ ରନ୍ଧା ମଦ, ଶିବାନୀ ମଣ୍ଡଳ(୪୫)ଙ୍କ ଠାରୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading