- ପୁନର୍ବାସ ପକ୍ଷରୁ ସ୍ୱତନ୍ତ୍ର ଶିଶୁଙ୍କ “ବିଚିତ୍ରା” କାର୍ଯ୍ୟକ୍ରମ
କେନ୍ଦ୍ରାପଡା ୫/୯: କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧି ଧରି ଥେରାପି ଚିକିତ୍ସା,ଭିନ୍ନକ୍ଷମତା ସମ୍ପର୍କିତ ସଚେତନତା ଓ ସଶକ୍ତିକରଣ ଦିଗରେ କାର୍ଯ୍ୟ କରି ଆସୁଥିବା ପୁନର୍ବାସ ଅନୁଷ୍ଠାନ ପକ୍ଷରୁ “ବିଚିତ୍ରା”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଧପୁରସ୍ଥିତ ପୁନର୍ବାସ ଶିଶୁ ଥେରାପି କେନ୍ଦ୍ରରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଶିଶୁମାନେ କୌତୁକ ପୋଷାକ ପରିଧାନ ଓ ସଙ୍ଗୀତ ପରିବେଷଣ ମାଧ୍ୟମରେ ସ୍ୱକୀୟ ପ୍ରତିଭା ପ୍ରଦର୍ଶନ କରିଥିଲେ । ସହସମ୍ପାଦକ ବଂଶୀଧର […]
- ମୂର୍ଚ୍ଛନା ଓ ଓକା ପକ୍ଷରୁ ରାଜ୍ୟସ୍ତରୀୟ ଗୁରୁପୂଜନ ଉତ୍ସବ
କେନ୍ଦ୍ରାପଡ଼ା,୫ା୯:କେନ୍ଦ୍ରପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଉତ୍ସବ ଓ ସ୍ୱର ମହ୍ଳାର କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବସନ୍ତ କୁମାର […]
- ପିଏମଶ୍ରୀ କୋରୋ ହାଇସ୍କୁଲରେ ଗୁରୁଦିବସ ପାଳିତ
କେନ୍ଦ୍ରାପଡ଼ା,୫ା୯: ପିଏମଶ୍ରୀ କୋରୋ ପଞ୍ଚାୟତ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁପୂଜନ ଆୟୋଜନ କରାଯାଇଥିଲା। ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ଚିଠି ମୁତାବକ ସ୍ଥାନୀୟ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ଦାଶ, ବସନ୍ତ କୁମାର ନାୟକ, ଶରତ ଚନ୍ଦ୍ର ବିଶ୍ୱାଳ, ହରେକୃଷ୍ଣ ସିଂହ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସମ୍ବର୍ଦ୍ଧିତ ଶିକ୍ଷକମାନେ ଉପାଦେୟ ଅଭିଭାଷଣ ପ୍ରଦାନ କରିଥିଲେ। […]
- ଶ୍ରୀଗୋପାଳଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ
କେନ୍ଦ୍ରାପଡ଼ା,୫ା୯:କେନ୍ଦ୍ରାପଡ଼ା ବ୍ଲକର ଲାହାଖଣ୍ଡ ଭରତପୁର ଗ୍ରାମ ମକ୍କଦ୍ଦମ ପରିବାରର କୁଳଦେବତା ପ୍ରଭୁ ଶ୍ରୀଗୋପାଳଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଶ୍ରୀଜୀଉଙ୍କ ମନ୍ଦିରର ପୂଜକ ସରୋଜକାନ୍ତ ପତିଙ୍କ ଦ୍ୱାରା ସକାଳୁ ଶ୍ରୀଜୀଉଙ୍କୁ ପୂଜା କରାଯାଇ ବିଶେଷ ଭାବରେ ସଜ୍ଜିତ କରାଯାଇଥିଲା। ଶ୍ରୀଜୀଉଙ୍କୁ ଆଳତୀ ଓ ଭୋଗ ଅର୍ପଣ କରାଯାଇଥିଲା। ଏହାପରେ କୂଳପୂରୋହିତ ଗଦାଧର ମହାପାତ୍ର ଶ୍ରୀଜୀଉଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରିବା ସହିତ ୧୦୮ତୁଳସୀ ଅର୍ପଣ କରିଥିଲେ। ରାତ୍ରରେ […]
- ସରସ୍ଵତୀ ଶିଶୁ ଶିକ୍ଷା ମନ୍ଦିରରେ ଗୁରୁ ଦିବସ
ପଟ୍ଟାମୁଣ୍ଡାଇ ତା ୦୪/୦୯- ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିରରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ଶିକ୍ଷା ମନ୍ଦିର ଅଧ୍ୟକ୍ଷ ପ୍ରଭୁଦତ୍ତ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ସ୍କୁଲ ସମ୍ପାଦକ ଶିକ୍ଷା ବିତ ଅମ୍ବୁଜଭୂଷଣ ନାୟକ ସହକାରୀ ଆଚାର୍ଯ୍ୟା ସୁଲୋଚନା ମିଶ୍ର ଓ ଆଚାର୍ଯ୍ୟ ବିଜୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା […]