
କେନ୍ଦ୍ରାପଡ଼ା,୧୬/୬- କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ ଭରତପୁର ଗ୍ରାମର ମା ଦକ୍ଷିଣକାଳୀ ମନ୍ଦିର ପରିସରରେ ଥିବା ମୁକ୍ତ ମଠରେ କେନ୍ଦ୍ରାପଡା ଜିଲ୍ଲାର ସର୍ବ ପୁରାତନ ସାଂସ୍କତିକ ଅନୁଷ୍ଠାନ “ବାଗ ଦେବୀ କଳା ମନ୍ଦିର” ଅନୁକୂଲ୍ୟର ଜିଲ୍ଲା ସ୍ତରୀୟ ରଜପର୍ବ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି । ଅନୁଷ୍ଠିନର ସ୍ଥ୍ାୟୀ ସଭାପତି ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ଅଧ୍ୟକ୍ଷତାରେ ୧୪ ଓ ୧୫ତାରିଖ ଦୁଇଦିନ ଧରି ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ ଘଟିକାରୁ ବିଭିନ୍ନ ପାରଂପାରିକ ପ୍ରତିଯୋଗୀତା ଗୁଢିକ ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ କୃତ୍ତି ପ୍ରତିଯୋଗୀମାନଙ୍କୁ ପୁସ୍କୃତ କରାଯାଇଛି । ପ୍ରତ୍ୟହ ସନ୍ଧ୍ୟାରେ ଓଡିଶାର ନାମୀଦାମୀ କଳାକାରମାନଙ୍କ ଦ୍ୱାରା ସଙ୍ଗୀତ ତଥା ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ କରାଯାଇଛି ବିଶିଷ୍ଟ ମଞ୍ଚ ଘୋଷକ ତଥା କବି ଅଶୋକ କୁମାର ସାହୁଙ୍କ ସଂଯୋଜନା ଓ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଓଡିଶାର ପ୍ରତିଷ୍ଠିତ ବ୍ୟଙ୍ଗ କବି ଶ୍ରୀଧର ମହାନ୍ତି ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥିବା ବେଳେ କବି ପ୍ରେମାନନ୍ଦ ଜେନା, ରଞ୍ଜନ ବାଇ, ରଜନୀ କାନ୍ତ ଦାସ, କବୟତ୍ରୀ ବିଷ୍ଣୁପ୍ରୟା ସାମଲ ପ୍ରମୁଖ ଓଡିଶା ପାରଂପାରିକ ରଜ ପର୍ବ ଉଦେଶ୍ୟରେ କବିତା ପାଠନ କରିଥିଲେ । ଜିଲ୍ଲାର ପ୍ରତିଷ୍ଠିତ ଓଡିଶୀନୃତ୍ୟ ଦଳଗୁଡିକ ଓଡିଶୀନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଭୂବନେଶ୍ୱର ବିଶିଷ୍ଟ ଶୀଳ୍ପପତି ତଥା ପରିବେଶବିତ୍ ଶରତ ପଟ୍ଟନାୟକ ଏବଂ ଆୟବା ଗ୍ରାମର କୃଷ୍ଣ ଚନ୍ଦ୍ର ନାୟକଙ୍କୁ ହିନ୍ଦୁ ଧର୍ମର ଗୋମାତା ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଶୀ ନୃତ୍ୟରେ ଆକାଂକ୍ଷା ସେନାପତି ପ୍ରଥମ ହୋଇଥିବା ବେଳେ ବାଗଦେବୀ କଳାମନ୍ଦିର ସମ୍ବଲପୁରୀ ନୃତ୍ୟରେ ସୋନାଲି ମଲ୍ଲିକ ପ୍ରଥମ, ଗ୍ରୁପ ନୃତ୍ୟରେ ସଙ୍ଗୀତା ଦାସ ଓ ସାଥୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ରଜ୍ୟ ସଂସ୍କୃତି ଓଡିଆ ଭାଷ ଓ ସାହିତ୍ୟ ବିଭାଗ ଦ୍ୱାରା ପ୍ରାୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରଜ ଦୋଲି, ଝୋଟି, ରାଜ ପାନ ଭଳି ଏକାଧିକ ପାରମ୍ପାରିକ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିଲା । ବହୁସଂଖ୍ୟକ ଦର୍ଶକ ରଜପର୍ବକୁ ସ୍ୱାଗତ କରି ଓଡିଶାର ଐହିତ୍ୟ ପରମ୍ପରା ସହିତ ସାମିଲ ହୋଇଥିଲେ ।
