ପଟ୍ଟାମୁଣ୍ଡାଇ କଲେଜରେ ସମ୍ବିଧାନ ଦିବସ ପାଳିତ

blank
ପଟ୍ଟାମୁଣ୍ଡାଇ ୨୭/୧୧- ପଟ୍ଟାମୁଣ୍ଡାଇ କଲେଜ ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ ବୁଧବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ରଞ୍ଜନ କୁମାର ବେହୁରା, ଆକ୍ୟୁଏସି ସଂଯୋଜକ ଅଧ୍ୟାପକ ସୁଭାଶିଷ ମିଶ୍ର, ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ, ଅଧ୍ୟାପକ ଡ଼ ନିର୍ମଳ ସାହୁ, ଆଲୋକ ସାହୁ, ରଞ୍ଜନ ବେହେରା, ରୋହିତ ବଗର୍ତି ଓ ଅଧ୍ୟାପିକା ଶୁଭଲଷ୍ମୀ ପ୍ରଧାନ ପ୍ରମୁଖ ଭାଷଣ ଦେଇ କହିଥିଲେ ଯେ ପ୍ରତିବର୍ଷ ନଭେମ୍ବର ୨୬ ରେ ଆମ ଦେଶରେ ଭାରତର ସମ୍ବିଧାନ ଗ୍ରହଣକୁ ସ୍ମରଣ କରିବା ପାଇଁ ପାଳନ କରାଯାଏ । ୨୬ ନଭେମ୍ବର ୧୯୪୯ ରେ ଭାରତର ସମ୍ବିଧାନ ସଭା ଭାରତର ସମ୍ବିଧାନ ଗ୍ରହଣ କରିଥିଲା, ଯାହା ୨୬ ଜାନୁଆରୀ ୧୯୫୦ ରୁ କାର୍ଯ୍ୟକାରୀ ହୋଇଥିଲା । ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ୧୯ ନଭେମ୍ବର ୨୦୧୫ରେ ଭାରତ ସରକାରଙ୍କ ଏହି ଉତ୍ସବ ପାଳନ ନିଷ୍ପତିକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହିଦିନ ନାଗରିକମାନଙ୍କ ମଧ୍ୟରେ ସମ୍ବିଧାନ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ‘ସମ୍ବିଧାନ ଦିବସ’ ଭାବରେ ପାଳନ କରାଯାଉଛି। ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିବାକୁ ପ୍ରାୟ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ଭାରତୀୟ ସମ୍ବିଧାନ ହେଉଛି ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ, ସମ୍ବିଧାନର ମୂଳ କପି ହାତରେ ଲେଖାଯାଇଥିଲା । ପ୍ରସିଦ୍ଧ ଲେଖକ ପ୍ରେମ ନାରାୟଣ ରାୟଜାଦା ସମ୍ବିଧାନର ମୂଳ କପି ପ୍ରସ୍ତୁତ କରିଥିଲେ । ସମ୍ବିଧାନର ମୂଳ ନକଲଗୁଡ଼ିକ ସଂସଦର ଲାଇବ୍ରେରୀ ଭିତରେ ସଂରକ୍ଷିତ ଅଛି। ସଂସଦର ଲାଇବ୍ରେରୀରେ ଯେଉଁ ବାକ୍ସରେ ସମ୍ବିଧାନର ମୂଳ ହସ୍ତଲିଖନ କପି ରଖାଯାଇଛି, ସେଥିରେ ହିଲିୟମ୍ ଭରାଯାଇ ନାଫଥାଲିନ୍ ଟାବଲେଟ୍ ସହିତ ଫ୍ଲାନେଲ୍ କପଡ଼ାରେ ଗୁଡ଼ାଇ ଦିଆଯାଇଛି । ଭାରତୀୟ ସମ୍ବିଧାନର ମୂଳ ସରଂଚନା ଭାରତ ସରକାର ୧୯୩୫ ଉପରେ ଆଧାରିତ । ସମ୍ବିଧାନ ଡ୍ରାଫ୍ଟ କମିଟିରେ ଜବାହରଲାଲ ନେହେରୁ, ବଲ୍ଲବଭାଇ ପଟେଲ୍‌, ଶ୍ୟାମପ୍ରସାଦ ମୁଖାର୍ଜୀ ଅନ୍ତର୍ଭୁକ୍ତ ଥିଲେ ବୋଲି ସେମାନେ ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ ଆଲୋକପାତ କରିଥିଲେ । ସଭା ଆରମ୍ଭରେ ଅଧ୍ୟାପକ ପୃଥ୍ୱୀରାଜ ବିଶ୍ୱାଳଙ୍କ ସଂଯୋଜନାରେ ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ ଛାତ୍ରୀଛାତ୍ର ସମ୍ବିଧାନର ମୁଖ୍ୱନ୍ଧ ପାଠ କରିଥିଲେ । ଅଧ୍ୟାପିକା ଶୁଭଶ୍ରୀ ପୋଥାଳ ଧନ୍ୟବାଦ ଦେଇଥିଲେ ।

Next Post

ଯେକୌଣସି ସାହିତ୍ୟର ଆଦ୍ୟ ଉତ୍ସ ତାହାର ଲୋକସାହିତ୍ୟରେ ନିହିତ , ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ଆଲୋଚନାଚକ୍ର

Thu Nov 27 , 2025
ପଟ୍ଟାମୁଣ୍ଡାଇ ୨୭/୧୧- ପଟ୍ଟାମୁଣ୍ଡାଇ କଲେଜ ଓଡିଶା ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଏକ ବିଂଶ ଶତାବ୍ଦୀରେ ଓଡ଼ିଆ ଲୋକନାଟକର ଚର୍ଚ୍ଚା ଶୀର୍ଷକ ଆଲୋଚନାଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଛି । ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଜବାହରଲାଲ ନେହେରୁ କଲେଜ ପ୍ରାଧ୍ୟାପକ ଡ଼ ନିଖିଳେଶ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଲୋକ ନାଟକର ଚର୍ଚ୍ଚା ସମ୍ପର୍କରେ ବିସ୍ତୃତ ଆଲୋଚନା କରି କହିଥିଲେ ଗୋଟିଏ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading