ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଜନଶକ୍ତି ପାର୍ଟି

blank
କେନ୍ଦ୍ରାପଡା,୫ା୬: କେନ୍ଦ୍ରାପଡା ମ୍ୟୁନିସିପାଲିଟି ରଣପଡା ସ୍ଥିତ ୧୩ ନଂ ୱାର୍ଡରେ କିଛି ଖଳ ପ୍ରକୃତିର ଲୋକ ମାଟି ପକାଇବା ଦ୍ୱାରା ଜଳ ନିଷ୍କାସନ ହେଉନାହିଁ । ଯାହା ଫଳରେ ଟିକେ ବର୍ଷାହେଲେ ୧୩ନଂ ୱାର୍ଡ ନୁର ମଜଜିଦ ସମ୍ମୁଖରେରେ ପାଣି ଯାଇ ନପାରିବାରୁ ରଣପଡାଠାରେ ରହୁଥିବା ପୌରବାସୀମାନେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ତେଣୁ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାଶ ଓ ସେଠିକାର ବାସିନ୍ଦାମାନଙ୍କ ସହିତ ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଯଦି ବର୍ଷାଋତୁ ଭିତରେ ତୁରନ୍ତ କାର୍ଯ୍ୟ ନହେଲେ ଗଣଧାରଣା ଦିଆଯିବ ବୋଲି ସଭାପତି ଶ୍ରୀ ଦାଶ କହିଥିଲେ । ଆଜି ଏହି ଅଭିଯୋଗ ବେଳେ ସେକ୍ ବୁନା, ବାବୁଲି ପଣ୍ଡା, ସେକ୍ ସରତଭଲା, ସେକ୍ ଅନିରୁଦ୍ଦିନ, ନାରାୟଣ ମଲ୍ଲିକ, ବନମାଳି ମଲିିକ, ପୀତବାସ ଦାସ, ଅଶୋକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ତୁରନ୍ତ ଜଳ ନିଷ୍କାସନ ନହେଲେ ଜନଶକ୍ତି ପାର୍ଟି ତରଫରୁ ଗଣଧାରଣା ଦିଆଯିବ ବୋଲି ସଭାପତି ଶ୍ରୀ ଦାଶ କହିଛନ୍ତି ।

Next Post

ସୂର୍ଯ୍ୟ ଘର ବିଜୁଳି ଯୋଜନା ସମ୍ପର୍କରେ କର୍ମଶାଳା

Thu Jun 5 , 2025
କେନ୍ଦ୍ରାପଡା, ୫ା୬ – କେନ୍ଦ୍ର ଓ ରାଜ୍ୟ ସରକାରର ସହଯୋଗିତା ଓ ରିହାତି ମାଧ୍ୟମରେ ଚାଲିଥିବା ପିଏମ ସୂର୍ଯ୍ୟ ଘର ବିଦ୍ୟୁତ ଯୋଜାର ଏକ କର୍ମଶାଳା କେନ୍ଦ୍ରାପଡା ସହରର ରିଡିଙ୍ଗ ରୁମ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଡି ଲୋକ କମ୍ପାନୀ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ବ୍ୟବସାୟ ପରିଚାଳନା ଅଧିକାରୀ ଅରନ୍ଦିମ ସାହୁ, ରାଜ୍ୟ ସଂଯୋଜକ ବିଭୁତିଭୂଷଣ ଆଚାର୍ଯ୍ୟ, ଜିଲା ସଂଜୋଜକ ସର୍ବେଶ୍ୱର ସାହୁ ଆଲୋଚକ ଭାବେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading