ଅଣ୍ଢରା ବନ୍ଦେ ମାତରମ ହାଇସ୍କୁଲରେ ଗୁରୁପୂଜନ, ବନ୍ଧୁ ମିଳନ

ପଟ୍ଟାମୁଣ୍ଡାଇ ୧୨/୧୧- ଭାରତୀୟ ପରମ୍ପରାରେ ଗୁରୁ କେବଳ ଜଣେ ବ୍ୟକ୍ତି ନୁହନ୍ତି, ବରଂ ଏକ ଶକ୍ତିର ଉତ୍ସ ବା ଜୀବନ ଗଢ଼ିବାର ମହାସୂତ୍ର। ଗୁରୁଙ୍କ ଆଚରଣରେ ଥାଏ ଅମୃତର ପ୍ରଲେପ। ତାଙ୍କର ପ୍ରତିଟି ଚିନ୍ତା ଓ ଚେତନାରେ ପ୍ରକାଶ ପାଏ ଐଶ୍ୱରିକ ବିଭୂତି। ସେ ସାଧାରଣ ମନେହେଲେ ବି ଅସାଧାରଣ। ମଣିଷ ହେଲେ ବି ଦେବତା। ସେ ହେଉଛନ୍ତି ଛାତ୍ରଛାତ୍ରୀଙ୍କ ଜୀବନର ଆଲୋକବର୍ତ୍ତିକା। ସେମାନଙ୍କ ଅବଦାନ କୌଣସି ଛାତ୍ର କେବେ ଭୁଲି ପାରନ୍ତିନାହିଁ । ସେହି ମାନଙ୍କ ଅବଦାନକୁ ସମ୍ମାନ ଜଣାଇ ବୁଧବାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ବନ୍ଦେ ମାତରମ ନୋଡାଲ ହାଇସ୍କୁଲରେ ୧୯୯୨ ମ୍ୟାଟ୍ରିକ ବ୍ୟାଚ ପୁରାତନ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ଗୁରୁପୂଜନ ଓ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି।
ବନ୍ଦେ ମାତରମ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅମୀର କୁମାର ସେଠୀଙ୍କ ପୌରହିତ୍ୟ ଓ ପୁରାତନ ଛାତ୍ର ରଂଜିତ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବର ପ୍ରାରମ୍ଭରେ ପୁରାତନ ଛାତ୍ରୀଛାତ୍ରମାନେ ଗୁରୁ ମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜାର୍ଚନା କରିବା ସହିତ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ନିମାଇଁ ଚରଣ ଦାଶ,ପଣ୍ଡିତ ସୁରେଶ ଚନ୍ଦ୍ର ମିଶ୍ର, ନିମାଇଁ ଚରଣ ମଲ୍ଲିକ, ପ୍ୟାରୀମୋହନ ଦାଶ,ଅଶୋକ ମଲ୍ଲିକ, ତ୍ରୈଲୋକନାଥ ସ୍ୱାଇଁ ଜୟଦେବ ମହାନ୍ତି, ଚନ୍ଦ୍ରଶେଖର ରାଉତ,ଗୋବିନ୍ଦ ଚନ୍ଦ୍ର ନାୟକ, ବିଭୁତି ଭୂଷଣ ମଲ୍ଲିକ, ଗୁରୁ ଚରଣ ଦାସ ଦଶରଥ ମଲ୍ଲିକ, ଶ୍ରୀଧର ବାରିକ ଓ କେଶବ ଦାସ ପ୍ରମୁଖ ଶିକ୍ଷକ ଓ କର୍ମଚାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଧୋୟାଞ୍ଚଳର ଏହି ଗୌରବ ମୟ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ ।
ପୁରାତନ ଛାତ୍ର କୃଷ୍ଣ ଚନ୍ଦ୍ର ପ୍ରଧାନ ସ୍ୱାଗତଭାଷଣ ଓ ରଂଜିତ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପୁରାତନ ଛାତ୍ର ଧର୍ମେନ୍ଦ୍ର ମଲ୍ଲିକ ପ୍ରବୀର ମଲ୍ଲିକ ମାନସ ଦାସ,ଉଲ୍ଲାସ ମଲ୍ଲିକ ସମୀର ମଲ୍ଲିକ, ନିର୍ମଳ ମଲ୍ଲିକ ମନୋରଞ୍ଜନ ବାରିକ, ଗଗନ ପ୍ରଧାନ, ଧୀରେନ୍ଦ୍ର ପାଢ଼ୀ, ସୁଶୀଲ ବାରିକ, ପ୍ରଦୀପ ପାଢ଼ୀ ସନାତନ ମଲ୍ଲିକ, ଅଭିମନ୍ୟୁ ପାଢ଼ୀ, ଶୈଳବାଳା ମଲ୍ଲିକ, ସସ୍ମିତା ମଲ୍ଲିକ, ସରୋଜିନୀ ମଲ୍ଲିକ, ସ୍ୱର୍ଣ୍ଣପ୍ରଭା ମଲ୍ଲିକ, ସ୍ମିତାରାଣୀ ମଲ୍ଲିକ,ସୁନିତା ମଲ୍ଲିକ, ରୀନାବାଳା ସ୍ୱାଇଁ, ଲୋପାମୁଦ୍ରା ମଲ୍ଲିକ ସ୍ମିତା ମଲ୍ଲିକ ପ୍ରମୁଖ ସ୍କୁଲ ଜୀବନର ସ୍ମୃତି ଚାରଣ କରିଥିଲେ । ଶେଷରେ ସଂଘମିତ୍ରା ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ପୁରାତନ ଛାତ୍ରଛାତ୍ରୀମାନେ ଗୁରୁ ମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜାର୍ଚନା କରିବା ସହିତ ପୁଷ୍ପଗୁଚ୍ଛ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏଇ ଅବସରରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଧୋୟାଞ୍ଚଳର ୮ଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଭିନ୍ନକ୍ଷମମାନଙ୍କୁ ଶୀତ ବସ୍ତ୍ର ସହିତ ଆôର୍ଥକ ସହାୟତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ପରିବେଶ ସୁରକ୍ଷା ପାଇଁ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବ ଆରମ୍ଭରେ ଦିବଂଗତ ଶିକ୍ଷକ ଓ ସହପାଠୀମାନଙ୍କ ଆତ୍ମା ର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଗୁରୁ ପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ରଂଜିତ ମଲ୍ଲିକ,କୃଷ୍ଣ ଚନ୍ଦ୍ର ପ୍ରଧାନ, ଉଲ୍ଲାସ ମଲ୍ଲିକ, ସମୀର ମଲ୍ଲିକ,ଲୋପାମୁଦ୍ରା ମଲ୍ଲିକ, ସୁନିତା ମଲ୍ଲିକ, ସ୍ୱର୍ଣ୍ଣପ୍ରଭା ମଲ୍ଲିକ,ରୀନାବାଳା ସ୍ୱାଇଁ, ସଂଘମିତ୍ରା ମଲ୍ଲିକ ଶୈଳବାଳା ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।
