ରାଜ୍ୟସ୍ତରୀୟ ଗୁରୁପୂଜନ ଉତ୍ସବ

blank
କେନ୍ଦ୍ରାପଡ଼ା,୪ା୯:ବର୍ତ୍ତମାନ ସମସ୍ତ ଯୁବପିଢି ଓଡ଼ିଶାର ପରମ୍ପରାକୁ ଭୁଲି ବିଦେଶୀ ସଂସ୍କୃତିକୁ ଆପଣେଇ ନେଉଥିବା ବେଳେ ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ (ଓକା)ର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ପରମ୍ପରାକୁ ଆଗେଇନେବା ଲାଗି ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ସ୍ୱର ମହ୍ଳାର କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିକାରୀ ଡ଼କ୍ଟର ତ୍ରିଲୋଚନ ବରାଳ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଶିକ୍ଷାବିତ୍ ତଥା ଓକାର ପରାମର୍ଶଦାତା ଶଶଧର ପଣ୍ଡା, ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ,ପ୍ରଯୋଜକ ଓ ଅଭିନେତା ଶ୍ରୀକାନ୍ତ ଗୌତମ, ସମ୍ମାନୀତ ଅତିଥି ଭାବେ ଓଡିଶୀ ରିସର୍ଚ୍ଚ ସେଣ୍ଟରର ଓଡିଶୀ ସଙ୍ଗୀତ ଗୁରୁ ସୁଶ୍ରୀ ବୀଣାପାଣି ନାୟକ ଓ ଗୁରୁଶ୍ରୀ କେଶବ ଚନ୍ଦ୍ର ରାଉତ, ଫିଲ୍ମ ଅଭିନେତା ଅଭିନବ ସିଂହ ଓ ମାମା ବିଶ୍ୱାଳ, ଓଡିଶା ଭାଗବତ ଟୁଙ୍ଗୀ ପ୍ରଚାର ସମିତି ସଭାପତି ନଙ୍ଗୁଳି ବାବା, ଶିକ୍ଷାବିତ୍ ତଥା ଓକା ର ପରାମର୍ଶଦାତା ନବ କିଶୋର ଦାସ ପ୍ରମୁଖ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମର ଆୟୋଜକ ତଥା ସମ୍ପାଦକ ଓ ସଙ୍ଗୀତ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ପ୍ରାରମ୍ଭରେ ଗୁରୁପୂଜନ ଉତ୍ସବର ଆଭିମୁଖ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିକ୍ଷକ, ଅଧ୍ୟାପକ, ଗୁରୁ, କଳାକାର ଓ ସମାଜସେବୀ ମାନଙ୍କୁ ଗୁରୁଶ୍ରୀ ସମ୍ମାନ, ଓଡ଼ିଶା ଗୌରବ ସମ୍ମାନ, ଶିଶୁ ଓ ଯୁବ ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଓଡିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ସ୍ମୃତି ଆଚାର୍ଯ୍ୟ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଉପସ୍ଥାପକ ଭାବେ ଅଭିନେତା ପ୍ରଦୀପ ବିହାରୀ ଓ ନୃତ୍ୟଗୁରୁ ମୋନାଲିସା ଷଡ଼ଙ୍ଗୀ, ପରିଚାଳନାରେ ଅଭିନେତା ନିରାକାର ମହାରଣା, ଅକ୍ଷୟ କୁମାର ସାମଲ, ସୁଶାନ୍ତ କୁମାର ପରିଡ଼ା, ମୋନାଲିସା ମୁଦୁଲି, ଉର୍ମିଳା ମିଶ୍ର, ସୁଭାସିନୀ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ। ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା କଳାକାର, ଶିକ୍ଷକ, ଗୁରୁ ଓ କଳାପ୍ରେମୀ ଉପସ୍ଥିତ ରହି ଭୁରି ଭୁରି ପ୍ରଶଂସା କରିଥିଲେ।

Next Post

କେନ୍ଦ୍ରାପଡା ଉପ କାରାଗାରକୁ ପରିଦର୍ଶନ କଲେ ରାଜ୍ୟ ମହିଳା ଆୟୋଗ ସଦସ୍ୟା

Fri Sep 5 , 2025
କେନ୍ଦ୍ରାପଡ଼ା,୫ା୯:କେନ୍ଦ୍ରାପଡା ଉପକାରାଗାରାକୁ ପରଦର୍ଶନ କରିଛନ୍ତି ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. କଳ୍ପନା ମଲ୍ଲିକ। ବାରିମୂଳସ୍ଥିତ ଉପକାରାଗାରରେ ପହଞ୍ଚିବା ପରେ ଜେଲ ଅଧୀକ୍ଷକ ସୁନିଲ କୁମାର ପାତ୍ର ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. ମଲ୍ଲିକଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ସଦସ୍ୟା ଡ. ମଲ୍ଲିକ ଉପକାରାଗାରର ପ୍ରାୟ ୪୦ଜଣ ବିଚାରାଧିନ କଏଦୀ ଅନ୍ତେବାସୀ ମହିଳାମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କୁ ଉପଯୁକ୍ତ ଖାଦ୍ୟ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading