ପଟ୍ଟାମୁଣ୍ଡାଇ କଲେଜରେ ଆନ୍ତଃମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

କଟକ ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟ ବିଜୟୀ

blank
ପଟ୍ଟାମୁଣ୍ଡାଇ ୩/୧୨ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଲେଜ ଖେଳ ପଡିଆରେ ଆନ୍ତଃ କଲେଜ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ମଙ୍ଗଳବାର ଉଦଯାପିତ ହୋଇଯାଇଛି ।ଦୁଇଦିନ ଧରି ଚାଲିଥିବା ଫୁଟବଲ ପ୍ରତିଯୋଗିତାରେ ୧୦ଟି ମହାବିଦ୍ୟାଳୟର ପ୍ରତିଯୋଗିମାନେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟ କଟକ ବିଜୟୀ ହୋଇଥିଲେ ।

blank
ଉତ୍କଳ ବିଶ୍ୱବିଦ୍ୟାଳୟ ନିର୍ଦେଶରେ ପଟ୍ଟାମୁଣ୍ଡାଇ କଲେଜରେ ପ୍ରଥମ ଥର ପାଇଁଁ ଆନ୍ତଃ କଲେଜ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପଟ୍ଟାମୁଣ୍ଡାଇ କଲେଜ କ୍ରିଡା ସଂସଦ ଉପ ସଭାପତି ଅଧ୍ୟାପକ ଡ. ଅରବିନ୍ଦ ପାଣ୍ଡବଙ୍କ ତତ୍ୱବଧାନରେ ଅଧ୍ୟାପକ ମାନସ ନାୟକ, ଅଧ୍ୟାପିକା ପ୍ରଦ୍ୟୁନ୍ମା ପ୍ରଧାନ, ରଶ୍ମୀତା ପ୍ରଣିଗ୍ରାହୀ ଓ ଦେବଦମିତା ତ୍ରିପାଠୀ ଏହି ଫୁଟବଲ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଏଥିରେ କେନ୍ଦ୍ରାପଡା କଲେଜ, ରାଜକନିକା ଏସଏନ କଲେଜ, କଟକ ଜେକେବିକେ କଲେଜ, ଯାଜପୁର ଏନସି କଲେଜ, ବଇରାଇ ଓଲଟପୁର କଟକ ଏସଭି ନିରନ୍ତର , ବିଜେବି କଲେଜ ଭୁବନେଶ୍ୱର, ଜନତା ଡିଗ୍ରୀ କଲେଜ ଖୋର୍ଦ୍ଧା, ରେଜିନାଲ ଇନଚୁଟ ଅଫ ଏଜୁକେସନ ଭୁବନେଶ୍ୱର, ପିଜି ଆଥେଲେଟିକ କ୍ଲବ ଉତ୍କଳ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଓ ରେଜିନାଲ କଲେଜ ଅଫ ମ୍ୟାନେଜମେଂଟ ଆଦି ଭାଗ ନେଇଥିଲେ । ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ଖେଳ କଟକ ଜେକେବିକେ କଲେଜ ସହ ଭୁବନେଶ୍ୱର ରେଜିନାଲ ଇନଚୁଟ ଅଫ ଏଜୁକେସନ ମଧ୍ୟରେ ହୋଇଥିଲା । ଏହି ଅବଶରରେ ପଟ୍ଟାମୁଣ୍ଡାଇ ପୌର ଅଧ୍ୟକ୍ଷ ହେମନ୍ତ ସାହୁ , ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର, ଅଧ୍ୟାପକ ଡ. ସୁନିଲ ପ୍ରଧାନ, କ୍ୟାପଟେନ ମନୋଜ ପରିଡା ଅଧ୍ୟାପିକା ଡ. ଅଂଜଳୀ ଦାଶ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲରେ କଟକ ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟ ବିଜୟୀ ହୋଇଥିଲେ । ପଟ୍ଟାମୁଣ୍ଡାଇ ପୌର ଅଧ୍ୟକ୍ଷ ହେମନ୍ତ ସାହୁ ବିଜୟୀ ଦଳ କଟକ ଜେକେବିକେ ଏବଂ ରନର୍ସ ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟାପକ ଆଲୋକ ସାହୁ, ପିଂଟୁ ପଟେଲ, ରଂଜନ ବେହୁରା ସମେତ କଲେଜ କ୍ରିଡ଼ା ବିଭାଗ କର୍ମକର୍ତା ଓ କଲେଜର ଅଧ୍ୟାପିକା/ଅଧ୍ୟାପକ ଓ ଛାତ୍ରୀଛାତ୍ର ଯୋଗ ଦେଇ ସହଯୋଗ କରିବା ସହିତ ଫୁଟବଲ ଖେଳକୁ ଉପଭୋଗ କରିଥିଲେ ।

Next Post

ଜନମଂଚ ନେତା ପାରେଶ୍ୱର ବିଶ୍ୱାଳଙ୍କ ଶ୍ରଦ୍ଧାଞ୍ଜଳି ସଭା

Thu Dec 4 , 2025
ପଟ୍ଟାମୁଣ୍ଡାଇ ୪/୧୧-କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ଗଣସଂଗଠନ ଜନମଂଚ ପକ୍ଷରୁ ମଂଚର ପ୍ରତିଷ୍ଠାତା ସଦସ୍ୟ ପଟ୍ଟାମୁଣ୍ଡାଇ ଅଂଚଳର କୃଷକ ନେତା ପାରେଶ୍ୱର ବିଶ୍ୱାଳଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ବେଲତଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଜନମଂଚ ଆବାହକ ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ସ୍ୱର୍ଗତ ବିଶ୍ୱାଳଙ୍କ ଫଟୋଚିତ୍ରରେ ସମସ୍ତେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading