ବହୁମୂଖୀ ପ୍ରତିଭାର ଅଧିକାରୀ ଥିଲେ ରବିନ୍ଦ୍ର ମୋହନ

blank
କେନ୍ଦ୍ରାପଡ଼ା,୨୮ା୧୨: ବରିଷ୍ଠ ଚଳଚିତ୍ର ପ୍ରଯୋଜକ ସ୍ୱର୍ଗତ ରବିନ୍ଦ୍ର ମୋହନ ସାହୁଙ୍କ ଦ୍ୱାଦଶାହରେ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ କର୍ମମୟ ଜୀବନ ଉପରେ ଆଲୋଚନା କରିଛନ୍ତି। କେନ୍ଦ୍ରାପଡ଼ା ସହରସ୍ଥ ବଡ଼ହାଟ ବାସଭବନ ପରିସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଆଳି ବିଧାୟକ ପ୍ରତାପ ଦେବ, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, କଟକ ମେୟର ସୁବାସ ସିଂହ, ପୂର୍ବତନ ମନ୍ତ୍ରୀ ଶଶି ଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟକ କିଶୋର ତରାଇ, ପୂର୍ବତନ ବିଧାୟକ ଅଲେଖ ଜେନା, ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ, ପ୍ରଯୋଜକ ସଂଘ ସଭାପତି ଯୁଗଳ କିଶୋର ଦେବତା, ଉପସଭାପତି ଅଜୟ କୁମାର ରାଉତ, ସଂପାଦକ ଯୁବୁଲି ସୁନ୍ଦରରାୟ, ଚଳଚିତ୍ର ତାରକା ସମରେଶ ରାଉତରାୟ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ସାହୁ ଏକାଧାରାରେ ସଫଳ ସିନେ ପ୍ରଯୋଜକ, ସୁଦକ୍ଷ ରାଜନେତା, ବିଶିଷ୍ଟ ବ୍ୟବସାୟୀ ଭାବେ କ୍ଷ୍ୟାତି ଅର୍ଜନ କରିଥିଲେ। ଭାଇଚାରାର ସହରରେ କର୍ମଠ ମୂରବୀ ଭାବେ ସବୁ ସମସ୍ୟାର ସମାଧାନ ପାଇଁ ନେତୃତ୍ୱ ନେଇଥିଲେ। ତେଣୁ ତାଙ୍କ ଅବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲା ପାଇଁ ଶୂନ୍ୟସ୍ଥାନ ସୃଷ୍ଟି କରିଛି। କେନ୍ଦ୍ରାପଡ଼ା ସଂସ୍କୃତି ତଥା ଓଡ଼ିଆ ସଂସ୍କୃତିକୁ ବିଶ୍ୱ ଦରବାରରେ ସେ ପରିଚିତ କରିଥିଲେ ବୋଲି ଅତିଥିମାନେ ସ୍ମୃତିଚାରଣ କରି କହିଥିଲେ। ଜଣେ ନିର୍ଭିକ ବ୍ୟକ୍ତି ଭାବେ ସମଗ୍ର ଜିଲାରେ ସେ ବେଶ ପରିଚିତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକବାର୍ତ୍ତାକୁ ତାଙ୍କ ବୋହୂ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ ପାଠ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଅଜୟ ସାମଲ ଅଧ୍ୟକ୍ଷତା କରିଥିବା ବେଳେ ସମାଜସେବୀ ରାଜେଶ ପଣ୍ଡା ସଂଯୋଜନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭାପତି ଲିଲିତା ଦାସ, ଉପସଭାପତି ଭୀଷ୍ମ ମହାନ୍ତି, ଗୀତାଞ୍ଜଳୀ ସେଠୀ, ମାନସ ପରିଡ଼ା, ଶିବ ପ୍ରସାଦ ଭଳ, ଶଶାଙ୍କ ଶେଖର ସେଠୀ, ବିଷ୍ଣୁ ଦାସ, ଦୁର୍ଯ୍ୟୋଧନ ସାହୁ, ପ୍ରମୋଦ ସାହୁ, ସରୋଜ କାନ୍ତ ସାହୁ, ସଲିମ ଖାନ୍‌, କିଶୋର ପଣ୍ଡା, ପ୍ରଦୀପ ମହାନ୍ତି, ଶରତ କୁମାର ବେହୁରା, ପ୍ରଦୀପ୍ତ ମହାନ୍ତି, ଦୁର୍ଗାଶିଷ ମହାନ୍ତି, ରାଜେଶ ଦାସ, ପ୍ରମୋଦ ରଥ, ରଶ୍ମୀରଞ୍ଜନ ରାଉତ, ସରୋଜରାଜ ସିଂହ, ଭୀମସେନ ଭୂୟାଁ, ଅଜୟ ବେହେରା, ରବି ସାମଲ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ପତି, ଅମ୍ବିକା ପ୍ରସାଦ ଦାସ, ଦେବେନ୍ଦ୍ର ସୁଆର, ପରେଶ ଦାସ, ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ଆକବର ଅଲ୍ଲୀ, ଜ୍ୟୋତ୍ସ୍ନାରାଣୀ ପରିଡ଼ା, ମୁକ୍ତାର ଖାଁ, ଆଲୋକ ସାହୁ, ଶ୍ରୀକାନ୍ତ ପଣ୍ଡା, ରାଜେଶ ରାଜ ସ୍ୱାଇଁ, ଫକୀର ଖଟୁଆ, ପ୍ରଫୁଲ୍ଲ ଦାସ, ମୂରଲୀଧର ସେଠୀ ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ରଞ୍ଜିତ ସାହୁ, ଉମେଶ ନାୟକ, ନିରାକାର ସ୍ୱାଇଁ, ହିରଣ୍ୟ ପଣ୍ଡା, ସେକ ଇନାୟତ, ସେକ ରହେମତ, ସୁକୁମାର ଦାସ, ପ୍ରଦୀପ ନାୟକ,ରମେଶ ଚନ୍ଦ୍ର ଦାସ, ଗୋପାଳ ମହାପାତ୍ର, ରାଜଶ୍ରୀ ଦାସ, ସିପ୍ରା ଦାସ, ରାଜେନ୍ଦ୍ର ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ତାଙ୍କ ପୁତ୍ର ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ବରିଷ୍ଠ ନାଗରିକ ମଞ୍ଚ ପ୍ରସ୍ତୁତି ବୈଠକ

Sun Dec 28 , 2025
କେନ୍ଦ୍ରାପଡ଼ା,୨୮ା୧୨:କେନ୍ଦ୍ରାପଡା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକର୍ତ୍ତା ମଣ୍ଡଳୀଙ୍କ ମାସିକ ସାଂଗଠନିକ ଓ ଆଗାମୀ ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଗଠନର ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ସାଂଗଠନିକ ଅଭିବୃଦ୍ଧି ଓ ଆଗାମୀ ବାର୍ଷିକ ଉତ୍ସବ ପାଳନ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଏହାର ସଫଳତା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading