ଅବସରପ୍ରାପ୍ତ ଶିକ୍ଷାପରିଦର୍ଷକ ସଗଂଠନ ତରଫରୁ ସୈାମ୍ୟଙ୍କୁ ଶ୍ରଦ୍ଧାଜ୍ଞଳି

blank
କେନ୍ଦ୍ରାପଡା ୧୭/୭- କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଷକ ସଙ୍ଗଠନ ତରଫରୁ ଗରାପୁର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଫକିର ମୋହନ କଲେଜର ବି.ଏଡ ଛାତ୍ରୀ ସୌମ୍ୟଶ୍ରୀଙ୍କ ଅକାଳ ମୃତ୍ୟୁରେ ଏକ ଶ୍ରଦ୍ଧାଞ୍ଜାଳି ସହ ସଗଂଠନର ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଟ ଶିକ୍ଷାବିତ ମନ୍ମଥ କୁମାର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଯାଇଛି । ପ୍ରାରମ୍ଭରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ସୈାମ୍ୟାଶ୍ରୀ ବିଶିଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଶ୍ରଦ୍ଧାଞ୍ଜଳୀ ସଭା ରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନେ ଏ ମର୍ମ୍‌ନ୍ତୁଦ ତଥା ଦୁଃଖଦ ଘଟଣା ବର୍ଣ୍ଣନା କରି କଲେଜର ବିଭାଗୀୟ ମୁଖ୍ୟ ଅଧ୍ୟାପକ, ପ୍ରିନିସ୍ପାଲ ଏବଂ ଏଥିରେ ସଂପୃକ୍ତ ବ୍ୟକ୍ତି ବିଶେଷକୁ କଠୋର ଦଣ୍ଡ ବିଧାନ ସହ ମୃତ ଛାତ୍ରୀ ତଥା ତାଙ୍କ ପରିବାରକୁ ଉଚିତ୍ ନ୍ୟାୟ ଦେବାକୁ ଦାବୀ ଜଣାଇଥିଲେ । ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବରିଷ୍ଠ ଉପଦେଷ୍ଠା ସଭ୍ୟ ହେମନ୍ତ କୁମାର ଜେନା, ନରେନ୍ଦ୍ର କୁମାର ନାୟକ, ସାଧାରଣ ସଂପାଦକ ନରୋତ୍ତମ ଜେନା, ଯୁଗ୍ମ ସମ୍ପାଦକ ଅନାମ ଚରଣ ସାହୁ, ବଳଭଦ୍ର ନାୟକ ପ୍ରଭୃତି ସର୍ବଗୁଣା ସଂପନ୍ନା ମେଧାବି ଛାତ୍ରୀ ସୌମ୍ୟାଶ୍ରୀଙ୍କ ପ୍ରତି କଲେଜ କର୍ତ୍ତୁପକ୍ଷଙ୍କ ଅବହେଳା, ସଂପୃକ୍ତ ଅଭିଯୁକ୍ତ ବିଭାଗୀୟ ମୁଖ୍ୟ ଅଧାପକଙ୍କ ଅନୈତିକ ଆଚରଣ ଓ ର୍ଦୁବ୍ୟବହାର ଆଦୈା କ୍ଷମଣୀୟ ନୁହେଁ ବୋଲି ବିବେଚନା କରି ବିଚାର ବିଭାଗୀୟ ତଦନ୍ତ କରାଯାଇ ଏହାର ସତ୍ୟାସତ୍ୟ ଉନ୍ମେଚନ କରି ସଂପୃକ୍ତ ଦୋଷି ମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିବାକୁ ଏବଂ ଏଭଳି ଘଟଣାର ପୁନରାବୃତ୍ତି ନ ହେବାପାଇଁ ଉଚିତ୍ ପଦକ୍ଷପ ନେବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଥିଲେ । ଅନୁଷ୍ଟାନର ଗଣମାଧ୍ୟମ ସଂପାଦକ କାଶୀନାଥ ରାଉତରାୟ ସଂଯୋଜନା କରିବା ସହିତ ସ୍ୱର୍ଗତ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Next Post

ନ୍ୟାୟିକ ତଦନ୍ତ ଦାବିରେ ଜନଶକ୍ତି ପାଟିର ଅନଶନ

Thu Jul 17 , 2025
କେନ୍ଦ୍ରାପଡ଼ା ୧୭/୭: ବାଲେଶ୍ୱର ଫକିରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣା ନ୍ୟାୟିକ ତଦନ୍ତ ଦାବିକରି କେନ୍ଦ୍ରାପଡାର ଜନଶକ୍ତି ପାର୍ଟି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅନଶନ କରି ଉପବାସରେ ବସିଥିଲେ । ଜନଶକ୍ତି ପାଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାଶଙ୍କ ନେତୃତ୍ୱରେ ରାଜ୍ୟ ମୁଖପାତ୍ର ସତ୍ୟରଞ୍ଜନ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବରିଷ୍ଠ ଆଇନଜୀବୀ ମୋହନ ମହାନ୍ତି, ଦୟାନିଧି ବେହେରା, ମହାଦେବ ସେନାର ରାଜ୍ୟ ଅଧ୍ୟକ୍ଷ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading