ବଳଦେବ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

blank
କେନ୍ଦ୍ରାପଡ଼ା,୨୦ା୨: ଆଜିର ଏହି ଅତ୍ୟନ୍ତ ବ୍ୟସ୍ତ ବହୁଳ ଦୁନିଆରେ, ମଣିଷ ନିଜର ଦୈନନ୍ଦିନ କାର୍ଯ୍ୟ ଏବଂ ଜୀବିକା ନିର୍ବାହ ପାଇଁ ଏତେ ବ୍ୟସ୍ତ ରହୁଛି ଯେ ସେ ନିଜ ପାଇଁ, ପରିବାର ବନ୍ଧୂ ପାଇଁ କିମ୍ବା ମାନସିକ ଶାନ୍ତି ପାଇଁ ସମୟ ପାଇପାରୁନାହିଁ। କିନ୍ତୁ ଆପଣ ଜାଣି ବିଶ୍ମିତ ହେବେ କି ୫୮ ବର୍ଷ ଧରି ସ୍କୁଲ ଛାଡି ଥିବା ବୟବୃଦ୍ଧ ଛାତ୍ରୀଛାତ୍ର ମାନେ ଏକତ୍ରୀତ ହୋଇ ଏକ ଅଭୁଲା ମୁହୁର୍ତ ଭାବାବେଗ ସୃଷ୍ଟି କରିଥିଲା ।ବଳଦେବ ଉଚ୍ଚବିଦ୍ୟାଳୟର ୧୯୬୮ମସିହା ଏକାଦଶ ଶ୍ରେଣୀର ପୂରାତନ ବିଦ୍ୟାର୍ଥୀମାନେ ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧବଳଦେବଜୀଉଙ୍କ ମନ୍ଦିର ପାଶ୍ୱର୍ସ୍ଥ ହେରିଟେଜ କଟେଜ ଗୃହରେ ଏକ ବନ୍ଧୁମିଳନ ଉତ୍ସବର ଆୟୋଜନ କରିଥିଲେ। ପ୍ରୟତ ସମସ୍ତେ ମୁଣ୍ଡ ଓ ନିସରେ ପାଚିଲା ଚୁଟିକୁ ଦେଖିଲେ ବାରି ହେଉଛି ବୟସର ଅପରାହ୍ନ ଛୁଇଁବାକୁ ଯାଉଛି ଏମାନଙ୍କୁ । ସମସ୍ତେ ନାତି ନାତୁଣୀ ହେଖି ସାରିଲେଣି । କେହି କେହି ବାର୍ଦ୍ଧକ୍ୟ ହେତୁ ରୋଗଗ୍ରସ୍ତ ବି ହେଲେଣି । ତଥାପି ଏମାନେ ଛାତ୍ରବନ୍ଧୁ ୫୮ ବର୍ଷ ତଳେ ଯେପରି ସଙ୍ଗସାଥୀ ଥଟା ମଜାକ ହେଉଥିଲେ । ଆଜିବି ରେମାନେ ସେହିପରି ଭାବେ ଥଟାମଜା ହେଉଥିଲେ । ୫୮ ବର୍ଷ ତଳର ସାଙ୍ଗ ଅର୍ଥାତ୍ ଦୀର୍ଘ ପାଂଚ ଦଶନ୍ଧିରୁ ଅଧିକ ସମୟର ପୁରୁଣା ସମ୍ପର୍କ। ଏହା ଏକ ନିବିଡ଼ ସ୍ମୃତି, ଯେଉଁଥିରେ ପିଲାଦିନର ମିଠା ସ୍ମୃତି, ନିଷ୍କପଟ ବନ୍ଧୁତା ଏବଂ ଜୀବନର ବିଭିନ୍ନ ପର୍ଯ୍ୟାୟରେ ସୁଖ-ଦୁଃଖର ସାଥୀ ହେବାର ଅନୁଭୂତି ଦେଖିବାକୁ ମିଳିଥିଲା । ଏଭଳି ସାଙ୍ଗମାନେ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ। ପିଲାଦିନର ଖେଳକୁଦ, ସ୍କୁଲ ଦିନ, ଏବଂ ପରସ୍ପର ସହିତ ଆବଣ୍ଟନ କରିଥିଲେ । ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ସମୟରେ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧବଳଦେବଜୀଉଙ୍କ ସ୍ତ୍ରୋତ୍ର ପାଠ କରାଯାଇଥିଲା। ଉକ୍ତ ବିଦ୍ୟାଳୟର ଦିବଂଗତ ଶିକ୍ଷକ ଓ ସହପାଠୀମାନଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଦୀର୍ଘ ୫୭ବର୍ଷ ଅତିବାହିତ ହୋଇଥିଲେ ହେଁ ଅତ୍ୟନ୍ତ ଆତ୍ମୀୟତାର ନିଦର୍ଶନ ପୂର୍ବକ ନିଜର ପରିଚୟ ପ୍ରଦାନ ଓ ବିଗତ ଦିନର ସ୍ମୃତି ବଖାଣିଥିଲେ ସହପାଠୀମାନେ। ଅତିକ୍ରାନ୍ତ ବୟସରେ ଅବଶିଷ୍ଟ ଜୀବନ ସୁଖଶାନ୍ତିରେ କାଳାତିପାତ ପାଇଁ ଶ୍ରୀ ସିଦ୍ଧବଳଦେବଜୀଉ ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇଥିଲେ ସମସ୍ତେ। ସଂଯୋଜକ ମାଧବ ଚନ୍ଦ୍ର ପତ୍ରୀ ଏକତ୍ରିତ ବନ୍ଧୁମାନଙ୍କୁ ହୃଦୟର ଅନ୍ତସ୍ଥଳର ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ବାଇକ ଧକ୍କାରେ ଯୁବକ ମୃତ

Fri Feb 20 , 2026
କେନ୍ଦ୍ରାପଡ଼ା,୨୦ା୨:୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ନିକଟରେ ଆଜି ଦୁଇଟି ବାଇକ ମଧ୍ୟରେ ଧକ୍କା ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ ଡେରାବିଶ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଯୋଗେନ୍ଦ୍ର ନାୟକଙ୍କ ସାନପୁଅ ଚିତ୍ତପ୍ରକାଶ ନାୟକ(୨୫) ଏକ ବାଇକରେ ଆଜି ସକାଳ ପ୍ରାୟ ସାଢେ ୮ଟା ବେଳେ ଦୁହୁରିଆ-ପାଣ୍ଡିରୀ ରାସ୍ତାରୁ ୫୩ନମ୍ବର ଜାତୀୟ ରାଜପଥ ଉପରକୁ ଉଠୁଥିବା ବେଳେ ଚଣ୍ଡିଖୋଲ ପାଶ୍ୱର୍ରୁ ଆସୁଥିବା ଅନ୍ୟ ଏକ ବାଇକ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading