ଶିବାନନ୍ଦ ସେବାଶ୍ରମରେ ସ୍ୱାମୀ ଶିବ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ମହାସମାଧି ଦିବସ ପାଳନ

blank
କେନ୍ଦ୍ରାପଡ଼ା,୨୩ା୭ :କେନ୍ଦ୍ରାପଡାର ପିଙ୍ଗଳସ୍ଥିତ ଶିବାନନ୍ଦ ସେବାଶ୍ରମରେ ସ୍ୱାମୀ ଶିବ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ମହାସମାଧି ଦିବସ କେନ୍ଦ୍ରାପଡା ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ପରମାଧ୍ୟକ୍ଷା ଶ୍ରୀ’ମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପାଳିତ ହୋଇଯାଇଛି। ଏଥିନିମନ୍ତେ ମହାମନ୍ତ୍ର ସଂକୀର୍ତ୍ତନ କରାଯାଇ ଆଶ୍ରମସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ତଥା ଦିବ୍ୟ ଅଖଣ୍ଡନାମ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଶ୍ରୀ’ମା ଶ୍ରଦ୍ଧାଳୁମାନଙ୍କ ଗହଣରେ ଗୁରୁଦେବଙ୍କ ପାଦପୂଜା କରିଥିଲେ। ପରେ ସ୍ୱାମୀ ଶିବ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା। ସ୍ୱାମୀଜୀଙ୍କ ସମାଧିପୀଠରେ ନାମ ସଂକୀର୍ତ୍ତନ ଓ ପୂଜା କରାଯାଇଥିଲା। ଶ୍ରୀ’ମା ସ୍ୱାମୀଜୀଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟକ୍ଷତା କରିଥିଲେ। ଦିବ୍ୟଜୀବନ ସଙ୍ଘର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସ୍ୱାମୀଜୀଙ୍କ ଆଦର୍ଶ ଜୀବନ ଶୈଳୀ ଓ ଦିବ୍ୟଜୀବନ ସଙ୍ଘକୁ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ଶ୍ରୀ’ମା କହିଲେ ସ୍ୱାମୀ ଶିବ ସ୍ୱରୂପାନନ୍ଦଜୀ ପୂର୍ବାଶ୍ରମରେ ଜଣେ ମେଧାବୀ ଛାତ୍ର ସହିତ ଚାକିରୀ କ୍ଷେତ୍ରରେ ସୁଦକ୍ଷ ଇଞ୍ଜିନିଅର ଭାବେ କାର୍ଯ୍ୟରତ ଥାଇ ମଧ୍ୟ ମହାନ ସନ୍ଥ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଦିବ୍ୟଜୀବନ ସଙ୍ଘର ଆଦର୍ଶରେ ଅନୁପ୍ରାଣିତ ହୋଇ ସନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସମାଜ ସେବାରେ ନିଜକୁ ସେ ଉତ୍ସର୍ଗ କରିଥିଲେ। ଦିବ୍ୟଜୀବନ ସଙ୍ଘ ଓଡିଶା କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ ଭାବେ ସେ ଦାୟୀତ୍ୱ ନିର୍ବାହ କରିଥିଲେ। ଶ୍ରୀଧର ରାଉତ ସ୍ୱାମୀଜୀଙ୍କ ଉଦେଶ୍ୟରେ ଭକ୍ତିପୁଷ୍ପ ଅର୍ପଣ କରିଥିଲେ। ଶ୍ରୀବତ୍ସ ନାୟକ, ମନମୋହନ କବି, ନାରାୟଣ ପ୍ରଧାନ, ଲୋକନାଥ ବାରିକ, ପାଗଳ ସିଂ, ରାଜକିଶୋର ଜେନା, ପ୍ରମିଳା ପାତ୍ର, ହିରାମଣି ଧଳଙ୍କ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ’ମା ମିଷ୍ଠାନ୍ନ ବଣ୍ଟନ କରିଥିଲେ। ମହାପ୍ରସାଦ ସେବନ ସହିତ ଉତ୍ସବର ପରିସମାପ୍ତି ହୋଇଥିଲା। ବ୍ରହ୍ମଚାରୀ ନୃସିଂହ ନାଥ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Next Post

କେନ୍ଦ୍ରାପଡାରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ

Wed Jul 23 , 2025
କେନ୍ଦ୍ରାପଡ଼ା,୨୩ା୭:କେନ୍ଦ୍ରାପଡ଼ାରେ ନୂତନ ଜିଲ୍ଲାପାଳ ଭାବେ ରଘୁରାମ ଆର. ଆୟାର(ଭା.ପ୍ର.ସେ.) ବୁଧବାର ଅପରାହ୍ନରେ ଯୋଗ ଦେଇଛନ୍ତି। ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗରେ ନିର୍ଦ୍ଧେଶକ ଭାବେ କାର୍ଯ୍ୟ କରୁଥିଲେ। ସେ କେନ୍ଦ୍ରାପଡ଼ାରେ ୫୨ତମ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି। ପୂର୍ବତନ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କର ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଜିଲ୍ଲାପାଳ ଯୋଗଦେବା ସମୟରେ ଜିଲ୍ଲା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading