ପରମାଣୁ ଶକ୍ତିକୁ ଆଗକୁ ନେବାରେ ବାଜପେୟୀଙ୍କ ଅବଦାନ ଥିଲା ଅତୁଳନୀୟ

ପଟ୍ଟାମୁଣ୍ଡାଇ ଶ୍ରୀରାମ ସେନା ପକ୍ଷରୁ ବାଜପେୟୀଙ୍କ ଜନ୍ମବାର୍ଷିକୀ ପାଳନ ଓ ରକ୍ତଦାନ ଶିବିର

blank
ପଟ୍ଟାମୁଣ୍ଡାଇ ୨୫/୧୨ -ଭାରତ ରତ୍ନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ ପାଳନ ଅବଶରରେ ଶ୍ରୀରାମ ସେନା ପକ୍ଷରୁ ଗୁରୁବାର ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟକ କର୍ମକର୍ତା ଓ ଜନସାଧରଣ ଯୋଗ ଦେଇଥିଲେ। ଏହି ରକ୍ତଦାନ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜାତୀୟ ସେବା, ମାନବିକତା ଏବଂ ସାମାଜିକ ପ୍ରତିବଦ୍ଧତାର ଆଦର୍ଶକୁ ପ୍ରୋତ୍ସାହିତ କରିବ। ଏହି ଶିବିରରେ ସମୁଦାୟ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

blank
ପଟ୍ଟାମୁଣ୍ଡାଇ ଶ୍ରୀରାମ ସେନା ସଂପାଦକ ଆଶିଷ କୁମାର ମଲିକଙ୍କ ନେତୃତ୍ୱରେ ରକ୍ତଦାନ ଶିବିରକୁ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଉଦଘାଟନ କରିଥବା ବେଳେ ଲିଙ୍ଗରାଜ ଦଳ ବେହେରା, ଭଗବାନ ମହାନ୍ତି, ପରେଶ ମହାପାତ୍ର, ସୁଧାଂଶୁ ତ୍ରିପାଠୀ, କମାଳାକାନ୍ତ ପାଣ୍ଡେ, ବିଶ୍ୱରଂଜନ ଦାଶ, ଭାଜପା ନେତା ରବିନ୍ଦ୍ର ବିଶ୍ୱାଳ, ପଦ୍ମଲାଭ ପଣ୍ଡା, ଅଶୋକ ସେଠୀ , ରବୀନ୍ଦ୍ର ସେଠୀ , ରଶ୍ମିତା ସାହୁ, ସମୀର ପାତ୍ର ପରିଚାଳନା କରିଥିଲେ । ପରିଚାଳକମାନେ କହିଛନ୍ତି ଯେ ଏହି ଶିବିରର ଉଦ୍ଦେଶ୍ୟ ହେଉଛି ରକ୍ତ ଅଭାବୀ ରୋଗୀଙ୍କ ପାଇଁ ରକ୍ତର ଉପଲବ୍ଧତା ସୁନିଶ୍ଚିତ କରିବା, ଯାହା ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଜୀବନ ରକ୍ଷା କରାଯାଇପାରିବ। ସେଥିନେଇ ବହୁ ସଂଖ୍ୟକ ଲୋକ ରକ୍ତଦାନ କରିବା ଏବଂ ଏହି କାର୍ଯ୍ୟରେ ଯୋଗଦାନ ଦେବା ପାଇଁ ଆଗେଇ ଆସିଥିଲେ। ଶିବିର ସମୟରେ, ସ୍ୱାସ୍ଥ୍ୟ ବିଭାଗର ତତ୍ତ୍ୱାବଧାନରେ ରକ୍ତ ସଂଗ୍ରହ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିଲା। ରକ୍ତଦାତାଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ହିଁ ରକ୍ତ ସଂଗ୍ରହ କରାଯାଇଥିଲା, ଯାହା ସୁରକ୍ଷା ଏବଂ ଗୁଣବତ୍ତା ଉଭୟ ସୁନିଶ୍ଚିତ କରିଥିଲା। ସମସ୍ତ ଚିକିତ୍ସା ମାନଦଣ୍ଡ ପାଳନ କରି ରକ୍ତ ସଂଗ୍ରହ କରାଯାଇଥିଲା। ଏହି ରକ୍ତ ଦାନ ଶିବିରକୁ ବହୁ କର୍ମକର୍ତା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

blank
ପଟ୍ଟାମୁଣ୍ଡାଇ ଶ୍ରୀରାମ ସେନା ସଭାପତିି ଶାରଦା ପ୍ରସାଦ ରାଉତଙ୍କ ନେତୃତ୍ୱରେ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅବସର ପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ମିଶ୍ରଙ୍କ ସଭାପତିତ୍ୱରେ ଅୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ ମହାପାତ୍ର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟକର୍ତା ଶୁଭକାନ୍ତ ତ୍ରୀପାଠୀ , କେନ୍ଦ୍ରାପଡା ଜିଲା ଆଏସଏସ ଗ୍ରାମୀଣ ବିକାଶ ପ୍ରମୁଖ ଜଗବନ୍ଧୁ ପ୍ରଧାନ, ଆଏସଏସ କାର୍ଯ୍ୟକର୍ତା ରତ୍ନାକର ନାୟକ, ଗୋଲେଖ ଚନ୍ଦ୍ର ବେହେର. ପ୍ରଦୀପ୍ତ ମହାପାତ୍ର ହରିଶ ଚନ୍ଦ୍ର ଜେନ,ପ୍ରଦୀପ କୁମାର ମଲ୍ଲିକ, ଧର୍ମ ଜାଗରଣ ସମିତି ଜିଲ୍ଲା ସଂସ୍କୃତି ପ୍ରମୁଖ ସତ୍ୟ ନାରାୟଣ ନାୟକ, ବିଛନ୍ଦ ଚରଣ ପାତ୍ର ଶରତ ଚନ୍ଦ୍ର ଜଗଦେବ, ରାଧା ରମନ, ପ୍ରଦୀପ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅଟଳ ବିହାରୀ ବାଜପେୟୀ ଜଣେ ମହାନ ନେତା ତଥା ଭାରତୀୟ ରାଜନୀତିର ପ୍ରଭାବଶାଳୀ ଚିନ୍ତକ ଥିଲେ। ୧୯୭୫ ଏବଂ ୨୦୦୯ ମଧ୍ୟରେ ସେ ୧୦ ଥର ପାର୍ଲାମେଣ୍ଚରେ ନିର୍ବାଚିତ ହୋଇଥିଲେ । ୧୯୭୭ ମସିହାରେ ଜନତା ପାର୍ଟି ସରକାରରେ ସେ ଭାରତର ବିଦେଶ ମନ୍ତ୍ରୀ ରହିଥିଲେ। ଏହାପରେ ୬ ଏପ୍ରିଲ ୧୯୮୦ ମସିହାର ସେ ଲାଲକୃଷ୍ଣ ଆଡ଼ଭାନୀଙ୍କ ସହ ମିଶି ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା କରିଥିଲେ। ଭାରତର ପରମାଣୁ ଶକ୍ତିକୁ ଆଉ ପାଦେ ଆଗକୁ ନେବାରେ ବାଜପେୟୀଙ୍କ ଅବଦାନ ଥିଲା ଅତୁଳନୀୟ। ୧୯୭୪ରେ ଭାରତର ପ୍ରଥମ ପରମାଣୁ ପରିକ୍ଷଣ ପରେ ଅନେକ ଦେଶ ରୋକ ଲଗାଇଥିଲେ। ଫଳରେ ଭାରତ ଏକ ପୂର୍ଣ୍ଣ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହେବାରୁ ବଂଚିତ ରହିଥିଲା। ମାତ୍ର ବାଜପେୟୀ ତାଙ୍କ ଶାସନ କାଳରେ ୧୯୯୮ ମସିହା ମେ’ ୧୧ ତାରିଖରେ ରାଜସ୍ଥାନର ପୋଖରଣଠାରେ ସଭି ଦେଶକୁ ଚକ୍‌ମା ଦେଇ ଦେଶର ପରମାଣୁ ଶକ୍ତି ପରୀକ୍ଷାକୁ ସଫଳ କରିଥିଲେ। ଏହି ପରୀକ୍ଷଣ ପରେ ସାରା ବିଶ୍ୱରେ ଭାରତ ଏକ ପରମାଣୁ ଶକ୍ତି ଯୁକ୍ତ ରାଷ୍ଟ୍ରରେ ପରିଣତ ହୋଇଥିଲା। କେବଳ ଉଦାରବାଦ ହିଁ ନୁହେଁ ପରାକ୍ରମରେ ମଧ୍ୟ ବାଜପେୟୀଙ୍କ ଜବାବ ନଥିଲା। ୨୦୧୫ରେ ପୂର୍ବତନ ରାଷ୍ଟ୍ରିପତି ପ୍ରଣବ ମୁଖାର୍ଜୀ ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମନୀତ ହୋଇଥିଲେ । ସେଥିନେଇ ଭାଜପା ପକ୍ଷରୁ ବାଜପେୟୀଙ୍କ ଜନ୍ମଦିବସକୁ ଗୁଡ ଗଭରାନ୍ସ ଡେ’ ଭାବେ ପାଳନ କରି ଆସୁଛନ୍ତି। ଏହି କର୍ଯ୍ୟକ୍ରମରେ ବରିଷ୍ଠ ମହିଳାନେତ୍ରୀ ପୂର୍ବତନ ଭାଜପା ଜିଲା ଉପସଭାପତି ସ୍ୱର୍ଣ୍ଣରେଣୁ ପାଣ୍ଡବଙ୍କ ସମେତ ୧୦୦ ରୁ ଉର୍ଦ୍ଧ ବରିଷ୍ଠ କାର୍ଯ୍ୟକର୍ତାଙ୍କୁ ସମ୍ମାନିତ କରାଯାଇଥିଲା ।

Next Post

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ମଶାଲ ଶୋଭାଯାତ୍ରା

Thu Dec 25 , 2025
ପଟ୍ଟାମୁଣ୍ଡାଇ ତା ୨୫/୧୨- ଚାନ୍ଦବାଲି ଅଂଚଳରେ ଜନୈକା ଦିବ୍ୟାଙ୍ଗ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏହି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ଆଜି ସନ୍ଧ୍ୟାରେ ମଶାଲ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ ସମ୍ପାଦକ ଗୋପୀନାଥ ତ୍ରିପାଠୀ ଦଳିତ ସଂଘ ପୂର୍ବତନ ସଭାପତି ବାରେଣୀ ସେଠୀ,ଇଂ ତପନ ପାତ୍ର, ଉମାବଲ୍ଲଭ ନାୟକ, ଦଶରଥ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading