ଶିଶୁ ଥେରାପି କେନ୍ଦ୍ର ପାଇଁ ଦାନ

blank
କେନ୍ଦ୍ରାପଡା ୧୫/୧୦- କେନ୍ଦ୍ରାପଡ଼ା ଜିଲ୍ଲାରେ ଥେରାପି ସେବା, ଭିନ୍ନକ୍ଷମଙ୍କ ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମ ଶିଶୁଙ୍କ ଥେରାପି ସେବା ନିମନ୍ତେ ଏକ ନୂତନ ଥେରାପି କେନ୍ଦ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। କେନ୍ଦ୍ରାପଡ଼ା ସହରର ସ୍ଥାନୀୟ ମାଧପୁରସ୍ଥିତ ଅମରଉଦ୍ୟାନ ମଣ୍ଡପ ପ୍ରଥମ ମହଲାରେ ଖୁବ୍ ଶୀଘ୍ର ଏହି ବୃହତ୍ ଏକକ କେନ୍ଦ୍ରର ଶୁଭାରମ୍ଭ କରାଯିବ। ଏହି ଅତ୍ୟାଧୁନିକ କେନ୍ଦ୍ର ନିମନ୍ତେ ଆବଶ୍ୟକ ପଡୁଥିବା ଥେରାପି ଉପକରଣ କ୍ରୟ ନିମନ୍ତେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଉପକରଣ ବ୍ୟବହାର ଦ୍ୱାରା ବିଶେଷ କରି ମସ୍ତିଷ୍କ ପକ୍ଷାଘାତ, ଅଟିଜିମ୍ ପୀଡିତ, ବିକାଶ ବାଧିତ ଓ ଚଳନଶକ୍ତି ବାଧିତ ଶିଶୁ ଥେରାପି ଗ୍ରହଣ ପ୍ରକ୍ରିୟାରେ ବିଶେଷ ଭାବେ ଉପକୃତ ହୋଇ ପାରିବେ। ପୁନର୍ବାସ କାର୍ଯ୍ୟାଳୟରେ ଅନୁଷ୍ଠାନର କୋଷାଧକ୍ଷ ଶିବ ଚରଣ ସାମଲଙ୍କୁ ଚେକ୍ ମାଧ୍ୟମରେ ସେ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି। ଏହି ଆର୍ôଥକ ଅନୁଦାନ ପ୍ରଦାନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସହ ସମ୍ପାଦକ ବଂଶୀଧର ମହାନ୍ତି ଓ ଉପ ସଭାପତି ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Next Post

ପୂର୍ବତନ ରାଷ୍ଟ୍ରପତି ଡଃ. କଲାମଙ୍କ ଜୟନ୍ତୀ ପାଳନ

Wed Oct 15 , 2025
କେନ୍ଦ୍ରାପଡା ୧୫/୧୦ –ଭାରତର ପୂର୍ବତନ ରାଷ୍ରପତି ତଥା ଭାରତରତ୍ନ ଡଃ ଏ. ପି.ଜେ.ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ପୂର୍ବତନ ରାଷ୍ଟ୍ରପତି ଡଃ. କଲାମଙ୍କ ୯୪ତମ ଜୟନ୍ତୀ ପାଳନ କରାଯାଇଥିଲା । ମେଡିକାଲ ରୋଡରେ ଥିବା ଡଃ. ଅବଦୁଲ୍ କଲାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ସଂଘର କାର୍ଯ୍ୟକାରୀ ସଭାପତି ବ୍ରଜକିଶୋର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading