ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ

blank

ପଟ୍ଟାମୁଣ୍ଡାଇ ୩୧/୫- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଗ୍ରାମର ଆରାଧ୍ୟ ଦେବାତା ଶ୍ରୀଶ୍ରୀ ଗୁପ୍ତେଶ୍ୱର ମହାଦେବ ମନ୍ଦିରରେ ଶୀତଳ ଷଷ୍ଠୀ ଯାତ୍ରା ପାଳିତ ଅବସରରେ ଶନିବାର ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ମହୋତ୍ସବ ଦେବ ରିତୀକ୍ରାନ୍ତି ଅନୁସାରେ ପାଳିତ ହୋଇଯାଇଛି। ମନ୍ଦିରର ପରମ୍ପରାକୁ ନେଇ ପ୍ରଥମେ ମଙ୍ଗଳନ ଓ ପଞ୍ଚଦେବତା ପୁଜା କରିବା ପରେ ଗୋଧୁଳି ଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏଥିରେ ବରପିତା ଭାବେ ଆଦିକନ୍ଦ ପରିଡା ଓ ବରମାତା ଭାବେ କୁସୁମ କନ୍ୟାପିତା ଭାବେ ଭାସ୍କର ରାଉତରାୟ ଓ କନ୍ୟା ମାତା ପ୍ରଜ୍ଞାଭାରତୀ ରାଉତରାୟ ଉପସ୍ଥିତ ରହି ବିବାହ ସମ୍ପନ୍ନ କରିଥିଲେ ।

blank

୩ ଦିନ ଧରି ଚାଲୁଥିବା ଏହି ଆଧ୍ୟତ୍ମିକ ମହୋତ୍ସବରେ କନ୍ୟା ଘର ପକ୍ଷରୁ ଲଗ୍ନପାକ ଦିଅ ମଙ୍ଗୁଳା, ଗୁଆଚଳନ, ବରନିମନ୍ତ୍ରଣ ଆଦି କର୍ମ ଶେଷପରେ ଶନିବାର ପ୍ରତୃଷରୁ ଠାକୁର, ଠାକୁଣାଣିଙ୍କୁ ବରଣ କରାଯାଇଥିଲା । ଶିବାଳୟରୁ ଦେବ ଦେବ ମହାଦେବଙ୍କ ଚଳନ୍ତି ପ୍ରତିମା ବରବେଶରେ ସୁସଜ୍ଜିତ ବିମାନ ଯୋଗେ ଶୋଭାଯାତ୍ରାରେ ବାହାରିଥିଲେ। ଶ୍ରଦ୍ଧାଳୁ ଭକ୍ତମାନେ ବାଜା ବାଣ ରୋଷଣୀର ତାଳେ ତାଳେ ନାମ ସଂକିର୍ତନ ଶଙ୍ଖଧ୍ୱନୀ ଓ ପଣ୍ଡିତ ମାନଙ୍କର ମନ୍ତ୍ରୋଚାରଣ ମଧ୍ୟରେ ଠାକୁର ଗ୍ରାମପରିକ୍ରମା କରିଥିଲେ। ଗାଁ ଦାଣ୍ଡରେ ଭକ୍ତ ମାନେ ଠାକୁରଙ୍କ ଦୁହ୍ଲବ ସ୍ୱରୂପକୁ ଦର୍ଶନ କରି କୃତାର୍ଥ ହୋଇଥିଲେ। ପଣ୍ଡିତ ପ୍ରଶାନ୍ତ ଦାଶ, ଦୀପ୍ତିରଞନ ଦିବେଦୀ, ଚିତରଞନ ପଣ୍ଡା, ମୃତ୍ୟୁଞୟ ପଣ୍ଡା ପ୍ରମୁଖ ଶୁଭ ବିବାହ ଦେବ ପ୍ରତିନିଧି ଭାବେ ପରିଚାଲନା କରିଥିଲେ । ଏହି କାର୍ଯ୍ୟକ୍ରମରେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ, ରାଜନଗର ବିଧାୟକ ଧ୍ରୁବ ସାହୁ ସାମିଲ ହୋଇ ଠାକୁରଙ୍କ ବିଭୁକୃପା ଲାଭ କରିଥିଲେ। ଗୁପ୍ତେଶ୍ୱର ସାଂସ୍କୃତିକ ପରିଷଦର ସମସ୍ତ ସାଦସ୍ୟ ଓ ଗ୍ରାମବାସୀ ଏହି ଉତ୍ସବକୁ ପରିଚାଳନା କରିଥିଲେ ।

Next Post

ପ୍ରଫେସର ଡ଼ ଦୁଃଶାସନ ପରିଡା ପଟ୍ଟାମୁଣ୍ଡାଇ କଲେଜ ନୂତନ ଅଧ୍ୟକ୍ଷ

Sat May 31 , 2025
ପଟ୍ଟାମୁଣ୍ଡାଇ ତା ୩୧/୫- ପଟ୍ଟାମୁଣ୍ଡାଇ କଲେଜର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଓ ପ୍ରାଧ୍ୟାପକ ରଂଜିତ ସେନାପତି ଶନିବାର ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଉଭୟ ବିଦାୟୀ ଅଧ୍ୟକ୍ଷ ପ୍ରଫେସର ଭୂୟାଁ ଓ ପ୍ରାଧ୍ୟାପକ ସେନାପତିଙ୍କୁ କଲେଜ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥି ସହିତ ପଟ୍ଟାମୁଣ୍ଡାଇ କଲେଜର ନୂତନ ଅଧ୍ୟକ୍ଷ ଭାବେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଡ଼ ଦୁଃଶାସନ ପରିଡା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading