ସମାବେଶୀ ଗ୍ରାମସଭା”ପାଇଁ ପୁନର୍ବାସର ଦାବିପତ୍ର


କେନ୍ଦ୍ରାପଡା ୨୩/୯: ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଗ୍ରାମସଭାକୁ “ସମାବେଶୀ ଗ୍ରାମସଭା” ରୂପେ ଘୋଷଣା କରାଯିବା ନିମନ୍ତେ ପୁନର୍ବାସ ପକ୍ଷରୁ ପ୍ରସ୍ତାବ ପ୍ରଦାନ କରାଯାଇଛି। ଘୋଷିତ ଗ୍ରାମସଭାଗୁଡିକରେ ଉକ୍ତ ଗ୍ରାମର ଦିବ୍ୟାଙ୍ଗମାନେ ସାମିଲ ହୋଇ ପାରିଲେ,ଜୀ- ରାମ୍‌-ଜୀ,ସର୍ବସାଧାରଣ ଅନୁଷ୍ଠାନରେ ପ୍ରବେଶ ସୁଗମ୍ୟତା ଓ ଆବଶ୍ୟକ ସହାୟକ ଉପକରଣ ପ୍ରଭୃତି ଗ୍ରାମସଭାର ଅନୁମୋଦନ ପ୍ରାପ୍ତ ହେଲେ ସରକାରଙ୍କ ପକ୍ଷରୁ ଏହି ଦିଗ ପ୍ରତି ଆବଶ୍ୟକ ପାଣ୍ଠି ଉପଲବ୍ଧ ହୋଇ ପାରିବ। ଅଧିକନ୍ତୁ, ଏହାଦ୍ୱାରା ତୃଣମୂଳ ସ୍ତରରେ ଦିବ୍ୟାଙ୍ଗ ବ୍ୟକ୍ତିବିଶେଷମାନଙ୍କ ପଞ୍ଚାୟତରାଜ ଶାସନ ବ୍ୟବସ୍ଥାରେ ଯଥାର୍ଥ ଅଂଶଗ୍ରହଣ ସମ୍ଭବ ହୋଇ ପାରିବ ବୋଲି ପୁନର୍ବାସର ପ୍ରତିଷ୍ଠାତା ବିରଜା ରାଉତରାୟ ପ୍ରକାଶ କରିଛନ୍ତି। ଏହି ମର୍ମରେ ପୁନର୍ବାସ ପକ୍ଷରୁ ଏକ ଚିଠି ଓଡିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗର କମିଶନର ଓ ଶାସନ ସଚିବଙ୍କୁ ପ୍ରେରଣ କରାଯାଇଅଛି। ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ବଂଶୀଧର ମହାନ୍ତି,ଶିବଚରଣ ସାମଲ, ଜ୍ୟୋତିରଞ୍ଜନ ନାୟକ, ଶେଷଦେବ ପ୍ରସାଦ ଦାସ, ମହମ୍ମଦ ଜାହିଦ୍ ଖାନ୍ ଓ ଦିବ୍ୟାଙ୍ଗ ପ୍ରତିନିଧି କମଳ ଲୋଚନ ମହାନ୍ତି ପ୍ରମୁଖ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟାର୍ ଏବଂ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତିଙ୍କୁ ଏହାର ଏକକିତା କପି ପ୍ରଦାନ କରି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗକୁ ଆବଶ୍ୟକ ତ୍ୱରିତ ପ୍ରକ୍ରିୟା ଯୋଗେ ପ୍ରେରଣ ନିମନ୍ତେ ପ୍ରଦାନ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ ଦିବ୍ୟାଙ୍ଗମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଓଡିଶାର ବିଭିନ୍ନ ସ୍ୱେଛାସେବୀ ସଂଗଠନର ମିଳିତ ମଞ୍ଚ ଓଏସ୍‌ଡିଏନ୍‌ର କାର୍ଯ୍ୟକାରୀ କମିଟି ଏହି ସମାବେଶୀ ଗ୍ରାମସଭା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

Next Post

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୁହ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡାର ୨ଟି ସ୍ୱର୍ଣ୍ଣ ପଦକ

Fri Sep 25 , 2026
କେନ୍ଦ୍ରାପଡ଼ା, ୨୫ା୯: ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୁହ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲା ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି। କେଉଁଝର ଜିଲ୍ଲାର ଧରଣୀଧର ଇନଡୋର ଷ୍ଟାଡିୟମରେ ଗତ ୨୧ତାରିଖ ଠାରୁ ୨୪ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ସ୍କୁଲ ଗେମ ଫେଡେରେସନ ଅଫ ଇଣ୍ଡିଆ (ଏସ.ଜି.ଏଫ.ଆଇ) ପକ୍ଷରୁ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କେଉଁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଯୋଗିତାକୁ ଗଜପତି […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading