
କେନ୍ଦ୍ରାପଡା ୧୯/୩-୨୦୨୬-୨୭ ବର୍ଷ ପାଇଁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ନିଯୁକ୍ତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି। ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ, କେନ୍ଦ୍ରାପଡା ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ ଭାରତୀୟ ସେନାର ଅଗ୍ନିବୀର ଯୋଜନା ସମ୍ପର୍କରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ସଚେତନତା ଶିବିର ଜରିଆରେ ଯୁବକମାନଙ୍କୁ ସେନାରେ ସ୍ଥାୟୀ ନିଯୁକ୍ତିର ସୁଯୋଗ ବିଷୟରେ ଅବଗତ କରାଯାଉଛି ।ମେଜର ଅଶ୍ୱିନୀ ଓ ଅନ୍ୟାନ୍ୟ ସେନା ଅଧିକାରୀମାନେ ଯୋଗଦେଇ ଅଗ୍ନିବୀର ଯୋଜନାର ଯୋଗ୍ୟତା, ନିଯୁକ୍ତି ପ୍ରକ୍ରିୟା, ସୁବିଧା ଓ କ୍ୟାରିୟର ସୁଯୋଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ ଓଲାଭର ଡିଗ୍ରୀ କଲେଜ, ଶୈଳେନ୍ଦ୍ର ନାରାୟଣ ଡିଗ୍ରୀ କଲେଜ, ସରକାରୀ ଆଇଟିଆଇ ରାଜକନିକା, ଏସଆଇପିଟି ସରକାରୀ ଆଇଟିଆଇ ପଟ୍ଟାମୁଣ୍ଡାଇ ଏବଂ ସରକାରୀ ପଲିଟେକ୍ନିକ ଛତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ନିଯୁକ୍ତି ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ ଏବଂ ସିଏମଏସଡିଏଫ୍ ଶ୍ରଦ୍ଧାଞ୍ଜଳି ପ୍ରଧାନ ସକ୍ରିୟ ସହଯୋଗ କରିଥିଲେ।
